Hindi News >>Home >>Odisha Trending

Maharashtra: ଶେଷ ଯାତ୍ରା ସମୟରେ ଦେଖିବାକୁ ମିଳିଲା ଦେଶପ୍ରେମ, ଶବ ଯାତ୍ରା ବେଳେ ଗାନ କଲେ ଜାତୀୟ ସଂଗୀତ

Patriotism during Last Ritual: ମହାରାଷ୍ଟ୍ର ୱାଶିମ୍ ଜିଲ୍ଲାର ମଙ୍ଗ୍ରୁଲପୀର ଅଞ୍ଚଳର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଠାରେ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିବା ସମସ୍ତ ପରିବାର ସଦସ୍ୟ ଶବକୁ କିଛି ମିନିଟ ପର୍ଯ୍ୟନ୍ତ ରଖି ଜାତୀୟ ସଂଗୀତ ଗାନ କରି ଦେଶକୁ ପ୍ରାଥମିକତା ଦେବା ସହ ଦେଶପ୍ରେମର ଏକ ଉଦାହରଣ ସୃଷ୍ଟି କରିଛନ୍ତି। 

Advertisement
Maharashtra: ଶେଷ ଯାତ୍ରା ସମୟରେ ଦେଖିବାକୁ ମିଳିଲା ଦେଶପ୍ରେମ, ଶବ ଯାତ୍ରା ବେଳେ ଗାନ କଲେ ଜାତୀୟ ସଂଗୀତ
Stop
Subhramjit Ray|Updated: Aug 18, 2022, 03:09 PM IST

Patriotism during Last Ritual: ସ୍ୱାଧୀନତାର ଅମୃତ ମହୋତ୍ସବ ବେଶ ଧୂମଧାମର ସହ ସମଗ୍ର ଦେଶରେ ପାଳିତ ହୋଇଛି। ଅଗଷ୍ଟ ୧୫ ଅର୍ଥାତ୍ ସ୍ୱାଧୀନତା ଦିବସ ଅବସରରେ ସମଗ୍ର ଦେଶବାସୀ ଭାରତ ବର୍ଷରେ ସମ୍ମାନରେ ଦେଶପ୍ରେମର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ମହାରାଷ୍ଟ୍ର ସରକାର ରାଜ୍ୟର ପ୍ରତ୍ୟେକ ନାଗରିକଙ୍କୁ ଅଗଷ୍ଟ ୧୭ ବୁଧବାର ଦିନ ୧୧ ଟା ସମୟରେ ସାମୂହିକ ଜାତୀୟ ସଂଗୀତ ଗାନରେ ଭାଗ ନେବାକୁ ନିବେଦନ କରିଥିଲେ।  ଏନେଇ ମହାରାଷ୍ଟ୍ର  ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିଜେ ରାଜ୍ୟବାସୀଙ୍କୁ ସାମୂହିକ ଜାତୀୟ ସଂଗୀତ ଗାନ ଅଭିଯାନରେ ସାମିଲ ହେବାକୁ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିବେଦନ ପରେ ସମଗ୍ର ରାଜ୍ୟରେ ସାମୂହକ ଜାତୀୟ ସଂଗୀତ ଗାନ କରାଯାଇଥିଲା। ସମଗ୍ର ରାଜ୍ୟରେ ଏହି ଆବେଦନର ଜବରଦସ୍ତ ପ୍ରଭାବ ଦେଖିବାକୁ ମିଳିଥିଲା।

ଏହି କ୍ରମରେ ମହାରାଷ୍ଟ୍ର (Maharashtra) ୱାଶିମ୍ ଜିଲ୍ଲାର (Washim District) ମଙ୍ଗ୍ରୁଲପୀର ଅଞ୍ଚଳର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଠାରେ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିବା ସମସ୍ତ ପରିବାର ସଦସ୍ୟ ଶବକୁ କିଛି ମିନିଟ ପର୍ଯ୍ୟନ୍ତ ରଖି ଜାତୀୟ ସଂଗୀତ ଗାନ କରି ଦେଶକୁ ପ୍ରାଥମିକତା ଦେବା ସହ ଦେଶପ୍ରେମର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ମଙ୍ଗ୍ରୁଲପୀର ଅଞ୍ଚଳର କିଶୋର ରାମନାରାୟଣ ବାହେତି ଏବଂ ବିଜୟ ରାମନାରାୟଣ ବାହେତିଙ୍କ ମାଆଙ୍କ ନିଧନ ଅଗଷ୍ଟ ୧୬ ତାରିଖରେ ହୋଇଥିଲା। ତାଙ୍କର ଅନ୍ତିମ ସଂସ୍କାର ସକାଳ ୧୦ ଟାରୁ ଆରମ୍ଭ ହୋଇଥିଲା। ମହାରାଷ୍ଟ୍ର ସରକାରଙ୍କ ଆବେଦନକୁ ଧ୍ୟାନରେ ରଖି ଅନ୍ତିମ ସଂସ୍କାରରେ ଯୋଗେ ଦେଇଥିବା ତାଙ୍କ ସମ୍ପର୍କୀୟ ମୃତଦେହକୁ କିଛି ସମୟ ପର୍ଯ୍ୟନ୍ତ ରଖିଥିଲେ ଏବଂ ଦେଶ ତଥା ତ୍ରିରଙ୍ଗା  ସମ୍ମାନରେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଏହି ଘଟଣାର ଭିଡ଼ିଓ ମୋବାଇଲ ଯୋଗେ ରେକର୍ଡ କରି ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ସେଠାରେ ଉପସ୍ଥିତ ରହିଥିବା ଜଣେ ବ୍ୟକ୍ତି। ଦେଶପ୍ରେମର ଅନନ୍ୟ ଉଦାହରଣ ଯାହା ଏହି ଶୋକାକୁଳ ପରିବାର ସଦସ୍ୟ ଏପରି ଉପାୟରେ ପ୍ରଦର୍ଶିତ କରିଛନ୍ତି ତାହା ବର୍ତ୍ତମାନ ସୋସିଆଲ ମିଡିଆ ଜରିଆରେ ବେଶ ଭାଇରାଲ ହେବାରେ ଲାଗିଛି।

 

Also Read: Maharashtra: ଆସନ୍ତାକାଲି ସମଗ୍ର ରାଜ୍ୟରେ ଗାନ କରାଯିବ ଜାତୀୟ ସଙ୍ଗୀତ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ (Maharashtra CM Eknath Shinde) ନେତୃତ୍ୱାଧିନ ସରକାର ଦେଶର ସ୍ୱାଧୀନ ହେବାକୁ ୭୫ ବର୍ଷ ପୂରଣ ହେବା ଅବସରରେ ଏହାକୁ ସ୍ମରଣୀୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ମହାରାଷ୍ଟ୍ର ସରକାର ରାଜ୍ୟବାସୀଙ୍କୁ ବୁଧବାର ଦିନ ୧୧ ଟା ସମୟରେ ସାମୂହିକ  ଜାତୀୟ ସଂଗୀତ ଗାନ କରିବାକୁ ନିବେଦନ କରିଥିଲେ। ଏନେଇ ସରକାର କହିଛନ୍ତି ଯେ ସାରା ଦେଶରେ ଜାତୀୟ ସଂଗୀତ ଗାନ ଦିନ ୧୧ ଟାରୁ ଆରମ୍ଭ ହୋଇ ୧୧:୦୧ ମିନିଟ ମଧ୍ୟରେ ଶେଷ ହେବା ଆବଶ୍ୟକ। ଗତ ସପ୍ତାହରେ ମହାରାଷ୍ଟ୍ର ସରକାର ଦେଇଥିବା ଆଦେଶ ଅନୁଯାୟୀ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଜାତୀୟ ସଂଗୀତ ଗାନ କରିବାକୁ ବାଧ୍ୟତାମୂଳକ କରାଯାଇଥିଲା। ଏହି ନିର୍ଦ୍ଦେଶ ମାଧ୍ୟମରେ ସମସ୍ତ ନାଗରିକ ମଧ୍ୟ ଜାତୀୟ ସଂଗୀତ ଗାନରେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଇଥିଲା।

Read More
{}{}