Hindi News >>Home >>Odisha Trending

Nagpur: ମଦ୍ୟପାନ ବେଳେ ଚାଲିଗଲା ୪୧ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣାକ୍ରମ

Man Dies During Consuming Alcohol: ମହାରାଷ୍ଟ୍ର ନାଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଏଠାରେ ମଦ୍ୟପାନ କରିବା ବେଳେ ପ୍ରାଣ ହରାଇଛନ୍ତି  ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ।  

Advertisement
Nagpur: ମଦ୍ୟପାନ ବେଳେ ଚାଲିଗଲା ୪୧ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣାକ୍ରମ
Stop
Zee Odisha Desk|Updated: Mar 07, 2023, 04:30 PM IST

Man Dies After Taking 2 Viagra Pills with Alcohol: ମଦ୍ୟପାନ କରିବା ବେଳେ ଚାଲିଯାଇଛି ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ। ମହରାଷ୍ଟ୍ର ନାଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଏଠାରେ ଜଣେ ବ୍ୟକ୍ତି ମଦ୍ୟପାନ କରିବା ସହିତ ଦୁଇଟି ଭାଏଗ୍ରା ବଟିକା ଖାଇ ଦେଇଥିଲେ। ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଜର୍ଣ୍ଣାଲ୍ ଅଫ୍ ଫରେନସିକ୍ ଏବଂ ଲିଗାଲ୍ ମେଡିସିନ୍ ଦ୍ୱାରା ପ୍ରକାଶିତ ଏକ ଅଧ୍ୟୟନକୁ ଦର୍ଶାଇ ନ୍ୟୁଜ୍ ଡଟ୍ କମ୍ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ କୁହାଯାଉଛି ଏହି ବ୍ୟକ୍ତିଙ୍କ ମସ୍ତିଷ୍କରେ ରକ୍ତସ୍ରାବ ହେବାରୁ ତାଙ୍କର ମୃତ୍ୟୁ ହୋଇଛି।  ମସ୍ତିଷ୍କରେ ରକ୍ତସ୍ରାବ ହେବାକୁ ସେରେବ୍ରୋଭାସ୍କୁଲାର ହାମିଓରେଜ। ଏହାର ପ୍ରଭାବରେ ମସ୍ତିଷ୍କକୁ ଅମ୍ଳଜାନ ବିତରଣ କମିଯାଏ।

ଏହି ରିପୋର୍ଟ ଜରିଆରେ କୁହାଯାଇଛି ଯେ,  ମୃତକ ବ୍ୟକ୍ତି ଜଣକ ଜଣେ ମହିଳା ବନ୍ଧୁଙ୍କ ସହ ଏକ ହୋଟେଲ ଠାରେ ରହିଥିଲେ। ଯିଏ ଭାଏଗ୍ରା ବ୍ରାଣ୍ଡ ନାମରେ ବିକ୍ରି ହେଉଥିବା ଦୁଇଟି ସିଲଡେନାଫିଲ ଟାବଲେଟ୍ ନେବା ପୂର୍ବରୁ ଦୁହେଁ ଏକାଠି ମଦ୍ୟପାନ କରିଥିଲେ।

ପରଦିନ ସକାଳେ ଯେତେବେଳେ ସେ ଉଠିଲେ, ସେତେବେଳେ ସେ ଅସୁସ୍ଥତା ଅନୁଭବ କଲେ। ସେ ବାନ୍ତି କରୁଥିଲେ ଏବଂ ତାଙ୍କର ମହିଳା ବନ୍ଧୁ ତାଙ୍କୁ ଚିକିତ୍ସା ସହାୟତା ପାଇଁ ଅନୁରୋଧ କରିଥିଲେ। ହେଲେ ସେ ଏହାକୁ ମନା କରି ଦେଇଥିଲେ। ଏନେଇ ବ୍ୟକ୍ତି ଜଣଙ୍କ କହିଥିଲେ ସେ ପୂର୍ବରୁ ଏହାର ଲକ୍ଷଣ ଅନୁଭବ କରିଛନ୍ତି। ଏହି ଜର୍ଣ୍ଣାଲ ଅଫ ଫୋରେନସିକ୍ ଏବଂ ଲିଗାଲ୍ ମେଡିସିନ୍ ଦ୍ୱାରା ମାର୍ଚ୍ଚ ସଂସ୍କରଣରେ ପ୍ରକାଶ ପାଇଛି। 

ଯେତେବେଳେ ତାଙ୍କ ଅବସ୍ଥା ଖରାପ ହେବାରେ ଲାଗିଲା, ସେତେବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଦୁର୍ଭାଗ୍ୟବଶତଃ ଡାକ୍ତରଖାନାରେ ପହଞ୍ଚିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଅଧ୍ୟୟନ ଅନୁଯାୟୀ, ସେରେବ୍ରୋଭାସ୍କୁଲାର ହାମିଓରେଜ କାରଣରୁ ସେହି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏହାର ପ୍ରଭାବରେ ମସ୍ତିଷ୍କକୁ ଅମ୍ଳଜାନ ବିତରଣ ହ୍ରାସ ପାଇଥାଏ। ଏହି ରିପୋର୍ଟ ମାଧ୍ୟମରେ ଦର୍ଶାଯାଇଛି ଯେ, ଶବ ବ୍ୟବଚ୍ଛେଦ ରିପୋର୍ଟ ଜରିଆରେ ଦର୍ଶାଯାଇଛି ଯେ ମଦ୍ୟପାନ ଏବଂ ଭାଏଗ୍ରା ଔଷଧର ମିଶ୍ରଣ ତଥା ଉଚ୍ଚ ରକ୍ତଚାପ କାରଣରୁ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କର ରକ୍ତରେ ମଦ୍ୟପାନ ସ୍ତର ୦.୧୮୬ ରହିଥିଲା। ଯାହା ଅଷ୍ଟ୍ରେଲିଆର ଆଇନଗତ ଡ୍ରାଇଭିଂ ସୀମା ୦.୦୫ ଠାରୁ ଚାରି ଗୁଣ ଅଧିକ।

News.au.com ରିପୋର୍ଟ ମାଧ୍ୟମରେ ଦର୍ଶାଯାଇଛି ଯେ ଭାରତରେ ଭାୟାଗ୍ରା  ଔଷଧର ଅସୁରକ୍ଷିତ ଏବଂ ଅବ୍ୟବହୃତ ବ୍ୟବହାର ବ୍ୟାପିବାରେ ଲାଗିଛି। ଲୋକେ ଏହାକୁ ନପୁସଂକାତ ଦୂରତା କରିବା ପରିବର୍ତ୍ତେ ଦୀର୍ଘସ୍ଥାୟୀ ଯୌନ ସମ୍ପର୍କ ସ୍ଥାପନ ପାଇଁ ବ୍ୟବହାର କରୁଛନ୍ତି। ମୃତକଙ୍କ ପାଖରେ ଔଷଧ ପାଇଁ ପ୍ରେସକ୍ରିପସନ୍ ନଥିଲା। ଏହି ଔଷଧର ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ବାରମ୍ବାର ପେଟ ଗୋଳମାଳ ହେବା, ରକ୍ତଚାପ ସମସ୍ୟା ଏବଂ ନାକ ଜନିତ ସମସ୍ୟା ଦେଖା ଯାଇଥାଏ। 

ଗତ ବର୍ଷ ଜୁଲାଇରେ ନାଗପୁର ଠାରୁ ୪୦ କିଲୋମିଟର ଦୂରରେ ଥିବା ଏକ ହୋଟେଲ ପରିସରରେ ଦେଖିବାକୁ ମିଳିଥିବା ଏଭଳି ଘଟଣା। ଭାଏଗ୍ରା ଔଷଧର ଅତିରିକ୍ତ ମାତ୍ରା କାରଣରୁ ଜଣେ ୨୫ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ନାମ ଅଜୟ ପାର୍ଟେକି ବୋଲି ଜଣାପଡିଥିଲା। ଖବର ଅନୁଯାୟୀ ଅଜୟ ତାଙ୍କ ମହିଳା ବନ୍ଧୁଙ୍କ ସହ ଯୌନ ସମ୍ପର୍କ ରଖିବା ସମୟରେ ଏକ କୋଠରୀରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଏହି ଘଟଣା ସମ୍ପର୍କରେ ମହିଳା ବନ୍ଧୁ ଜଣଙ୍କ ତୁରନ୍ତ ତାଙ୍କର ଅନ୍ୟ ଜଣେ ବନ୍ଧୁଙ୍କୁ ସତର୍କ କରାଇଥିଲେ। ଯିଏ ପୋଲିସ ଥାନାକୁ ଏ ସମ୍ପର୍କରେ ଜଣାଇଥିଲେ। ଅନୁସନ୍ଧାନ ବେଳେ ତାଙ୍କ ଶରୀରରେ କୌଣସି ଆଘାତର ଚିହ୍ନ ଦେଖିବାକୁ ମିଳି ନଥିଲା। ପୋଲିସ ତାଙ୍କ ପାଖରେ ଭାଏଗ୍ରା ବଟିକା ଜବତ କରିଥିଲା। ଏନେଇ ପୋଲିସ ଏକ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ପଞ୍ଜୀକୃତ କରିଥିଲା।

 

Read More
{}{}