Hindi News >>Home >>Odisha Trending

MP Patwari News: ଅଚାନକ ପହଞ୍ଚିଗଲେ ଲୋକାୟୁକ୍ତ ଟିମ୍; ଲାଞ୍ଚ ଟଙ୍କାକୁ ଚୋବାଇଗଲେ ଅମିନ!

patwari chewed the notes received in bribe: ଜମିଜମା ସମ୍ପର୍କିତ କାମରେ ମିଳିଥିବା ଲାଞ୍ଚ ଟଙ୍କାଙ୍କୁ ଚୋବାଇ ଯାଇଛନ୍ତି ଅମିନ। ମଧ୍ୟ ପ୍ରଦେଶ କଟନୀ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। 

Advertisement
MP Patwari News: ଅଚାନକ ପହଞ୍ଚିଗଲେ ଲୋକାୟୁକ୍ତ ଟିମ୍; ଲାଞ୍ଚ ଟଙ୍କାକୁ ଚୋବାଇଗଲେ ଅମିନ!
Stop
Zee Odisha Desk|Updated: Jul 25, 2023, 04:52 PM IST

Patwari Chewed 5000 Rupees in MP: ଦେଶରେ ଲାଞ୍ଚ କାରବାରକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହୋଇଥାଏ। ଯାହାର ଅର୍ଥ ହେଉଛି ଲାଞ୍ଚରୁ ପ୍ରାପ୍ତ ଟଙ୍କାରେ କୌଣସି ସାମଗ୍ରୀ କିଣିବା ପରେ ଏହାକୁ ଖିଆଯାଇଥାଏ। ହେଲେ କେବେ ଆପଣ ଭାବିଛନ୍ତି ଲାଞ୍ଚ ଟଙ୍କାଙ୍କୁ କେହି କେବେ ଖାଇ ପାରେ? ସଦ୍ୟ ମଧ୍ୟ ପ୍ରଦେଶ କଟନୀ ଜିଲ୍ଲାରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଅମିନ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ହେଲେ ଯେତେବେଳକୁ ଲୋକାୟୁକ୍ତ ଟିମ୍ ତାଙ୍କ ପାଖରେ ପହଞ୍ଚିଲେ ସେତେବେଳେ ଅମିନ ଜଣଙ୍କ ଲାଞ୍ଚ ଟଙ୍କାଙ୍କୁ ଚୋବାଇବା ଆରମ୍ଭ କରି ଦେଇଥିଲେ। ଏହି ସମୟରେ କେହି ଜଣେ କ୍ୟାମେରା ସହାୟତାରେ ପୁରା ଘଟଣାକ୍ରମକୁ କଏଦ କରି ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ କରିଥିଲେ। ଅନ୍ୟ ପଟେ ଲୋକାୟୁକ୍ତ ଟିମ୍ ତୁରନ୍ତ ଅମିନଙ୍କୁ ନେଇ ଡାକ୍ତରଖାନାରେ ପହଞ୍ଚିଥିଲେ। ଯେଉଁଠି ଅମିନ ଜଣଙ୍କ ଚୋବାଇଥିବା ଲାଞ୍ଚ ଟଙ୍କାକୁ ବାହାର କରିଥିଲେ। 

କାମ ପାଇଁ ନିଆଯାଉଥିଲା ଲାଞ୍ଚ
ଏହି ଘଟଣା ମଧ୍ୟ ପ୍ରଦେଶ (Madhya Pradesh) କଟନୀ ଜିଲ୍ଲାର (Katni District) ଘଟିଥିଲା। ଏନେଇ ମିଳିଥିବା ଖବର ଅନୁସାରେ ଏହି ମାମଲା କଟନୀ ବିଲହରୀ ଅଞ୍ଚଳ (Bilhari Area Katni District) ସହିତ ଜଡିତ। ଏଠାରେ ନିଯୁକ୍ତ ହୋଇଥିବା ଅମିନ (Patwari in Madhya Pradesh) ଗଜେନ୍ଦ୍ର ସିଂହ କିଛି ଜମିଜମା ସମ୍ପର୍କିତ କାମ କରିବାକୁ ନେଇ ଚନ୍ଦନ ଲୋଧି ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ମାଗିଥିଲେ। ଏହା ପରେ ସେହି ବ୍ୟକ୍ତି ଜଣଙ୍କ ଜବଲପୁର ଲୋକାୟୁକ୍ତଙ୍କ (Jabalpur Lokayukta) ନିକଟରେ ଅଭିଯୋଗ କରିଥିଲେ। ଲୋକାୟୁକ୍ତ ଏକ ଦଳ ଗଠନ କରି ଅମିନଙ୍କୁ ଧରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯେତେବେଳେ ଅମିନ ଗଜେନ୍ଦ୍ର ସିଂହ ଲାଞ୍ଚ ପାଇଁ ଚନ୍ଦନ ଲୋଧିଙ୍କୁ ଡାକିଥିଲେ ସେତେବେଳେ ଲୋକାୟୁକ୍ତ ଟିମ୍ ପଛପଟରୁ ତାଙ୍କ ପାଖରେ ପହଞ୍ଚି ଯାଇଥିଲେ।

ଲାଞ୍ଚ ଟଙ୍କା ଚୋବାଇବା ପରେ ବାହାର କରିଥିଲେ ଅମିନ 
ଯେତେବେଳେ ଅମିନ ଗଜେନ୍ଦ୍ର ସିଂହ ଚନ୍ଦନ ଲୋଧିଙ୍କ ପାଖରୁ ୫୦୦୦ ଟଙ୍କା ଲାଞ୍ଚ ନେଇଥିଲେ ସେତେବେଳେ ଲୋକାୟୁକ୍ତ ଟିମ୍ (Madhya Pradesh Lokayukta Team) ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ମାଡ଼ି ବସିଥିଲେ। ଲୋକାୟୁକ୍ତ ଦଳ ଲାଞ୍ଚ ନେଉଥିବା ଅମିନକୁ ଧରିବା ମାତ୍ରେ ସେ ତୁରନ୍ତ ଟଙ୍କାକୁ ପାଟିରେ ପୂରାଇ ଏହାକୁ ଚୋବାଇବାରେ ଲାଗିଥିଲେ। କୁହାଯାଇଥିଲା ଯେ ଅମିନ ୯ ଖଣ୍ଡ ୫୦୦ ଟଙ୍କିଆ ନୋଟ୍ ଚୋବାଇ ଦେବା ପରେ ଗିଳି ଦେଇଥିଲେ। ଲୋକାୟୁକ ଦଳ ଅମିନଙ୍କୁ ନେଇ ଡାକ୍ତରଖାନାରେ ପହଞ୍ଚିଥିଲେ। ଯେଉଁଠି ସେ ଗିଳି ଦେଇଥିବା ଟଙ୍କାକୁ ବାହାର କରିବାକୁ ଚେଷ୍ଟା କରାଯାଇଥିଲା। କିଛି ନୋଟ୍ ଖଣ୍ଡ ତାଙ୍କ ପାଟିରୁ ବାହାର କରାଯାଇଥିବାବେଳେ କିଛି ଭିତରେ ରହି ଯାଇଥିଲା।

ଘଟଣାର ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ 
ଲାଞ୍ଚ ନେଇଥିବା ସେହି ଅମିନଙ୍କ ଭିଡିଓ (Madhya Pradesh Patwari Viral Video) ଏକ ଡାକ୍ତରଖାନାରୁ ଆସିଛି। ଯେଉଁଥିରେ ସେ ଲାଞ୍ଚ ଟଙ୍କା ବାହାର କରୁଥିବାର ଦେଖିବାକୁ ମିଳିଛି। ବର୍ତ୍ତମାନ ସମଗ୍ର ଘଟଣାକ୍ରମକୁ ନଜରରେ ରଖି ଲୋକାୟୁକ୍ତ ଏକ ମାମଲା (lokayukta filed case against patwari in madhya pradesh) ରୁଜୁ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଲାଞ୍ଚରେ ଦିଆଯାଇଥିବା ଟଙ୍କା ଉଦ୍ଧାର କରାଯାଇ ନାହିଁ। କାରଣ ସମସ୍ତ ନୋଟ ଚିରି ଯାଇଥିଲେ। ଯେତେବେଳେ ଲୋକାୟୁକ୍ତ ଦଳର ଜଣେ ଅଧିକାରୀ ନୋଟ୍ ଚୋବାଇବା ସମୟରେ ତାଙ୍କ ପାଟିରୁ ଟଙ୍କା ବାହାର କରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ଅମିନ ଜଣଙ୍କ ସେହି ଅଧିକାରୀଙ୍କ ଆଙ୍ଗୁଟି କାମୁଡି ଦେଇଥିଲେ। ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଖୁବଶୀଘ୍ର ଅମିନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।

Read More
{}{}