Hindi News >>Home >>Odisha Trending

ପ୍ଲେଟ୍ ଓ ଚାମଚ ଦେଲେ ନାହିଁ ବୋଲି ସିଙ୍ଗଡା ଦୋକାନୀ ନାଁରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ, ପାଞ୍ଚ ଦିନ ପରେ ମାମଲା ରଫାଦଫା

ଲୋକମାନେ ନିଜ ଟାଇମପାସ୍ କରିବା ପାଇଁ ହେଲ୍ପଲାଇନ ନମ୍ବରକୁ ବାରମ୍ବାର କଲ କରୁଥିବା ଅଭିଯୋଗ ମଧ୍ୟ ହୋଇଛି। କିନ୍ତୁ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ଖାଦ୍ୟ ବିଷୟରେ ଅଭିଯୋଗ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ହେଲ୍ପଲାଇନ ନମ୍ବରକୁ କଲ କରିଥିଲେ। ଅଭିଯୋଗଟି କୌତୁହଳପୂର୍ଣ୍ଣ ହୋଇପାରେ କିନ୍ତୁ ସତ ଥିଲା।

Advertisement
ପ୍ଲେଟ୍ ଓ ଚାମଚ ଦେଲେ ନାହିଁ ବୋଲି ସିଙ୍ଗଡା ଦୋକାନୀ ନାଁରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ, ପାଞ୍ଚ ଦିନ ପରେ ମାମଲା ରଫାଦଫା
Stop
Zee Odisha Desk|Updated: Sep 07, 2022, 09:06 PM IST

ଭୋପାଲ: ନାଗରିକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଥାଏ। ଏହି ନମ୍ବର ଲୋକଙ୍କୁ ସୁବିଧା ଅସୁବିଧାରେ ସାହାଯ୍ୟ କରେ। କିନ୍ତୁ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ସିଙ୍ଗଡା ଦୋକାନୀ ନାଁରେ ଅଭିଯୋଗ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ହେଲ୍ପଲାଇନ ନମ୍ବରକୁ ଫୋନ କରିଥିଲେ। କେବଳ ଚାମଚ ଏବଂ ପ୍ଲେଟ ନଦେବାରୁ ସେ ଅଭିଯୋଗ କରିଥିଲେ। ଅଭିଯୋଗକୁ ପଞ୍ଜିକୃତ ମଧ୍ୟ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାହାକୁ ବନ୍ଦ କରିଦିଆଗଲା।

ଜନସାଧାରଣ ଗମ୍ଭୀର ସମସ୍ୟାର ସମାଧାନ କରିବାରେ  ହେଲ୍ପଲାଇନ ନମ୍ବର କାର୍ଯ୍ୟକରେ। କିନ୍ତୁ ଅନେକ ସମୟରେ ଲୋକ ଏହାର ଅପବ୍ୟବହାର କରୁଥିବା ନଜିର ରହିଛି। ଲୋକମାନେ ନିଜ ଟାଇମପାସ୍ କରିବା ପାଇଁ ହେଲ୍ପଲାଇନ ନମ୍ବରକୁ ବାରମ୍ବାର କଲ କରୁଥିବା ଅଭିଯୋଗ ମଧ୍ୟ ହୋଇଛି। କିନ୍ତୁ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ଖାଦ୍ୟ ବିଷୟରେ ଅଭିଯୋଗ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ହେଲ୍ପଲାଇନ ନମ୍ବରକୁ କଲ କରିଥିଲେ। ଅଭିଯୋଗଟି କୌତୁହଳପୂର୍ଣ୍ଣ ହୋଇପାରେ କିନ୍ତୁ ସତ ଥିଲା। ଯାହାକୁ ପଞ୍ଜିକୃତ ମଧ୍ୟ କରାଯାଇଥିଲା। 

Also Read: Home Remedies: ଜ୍ୱରର ରାମବାଣ ଏହି ଘରୋଇ ଉପଚାର, ତୁରନ୍ତ ମିଳିବ ଆଶ୍ୱସ୍ତି

ସୂଚନାନୁସାରେ, ଭଂଶ ବାହାଦୂର ନାମକ ବ୍ୟକ୍ତି ମଧ୍ୟପ୍ରଦେଶର ଛତ୍ରପୁର ବସଷ୍ଟାଣ୍ଡରେ ଏକ ଜଳଖିଆ ଦୋକାନରୁ କିଛି ସିଙ୍ଗଡା କିଣିଥିଲେ। କିନ୍ତୁ ଭଂଶଙ୍କୁ ସିଙ୍ଗଡା ଖାଇବା ପାଇଁ ଚାମଚ ଏବଂ ପ୍ଲେଟ୍ ଯୋଗାଇ ଦିଆଯାଇନଥିଲା। ଯେଉଁଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ହେଲ୍ପଲାଇନକୁ କଲ କରିଥିଲେ। ଭଂଶଙ୍କ ଅଭିଯୋଗରେ କୁହାଯାଇଛି, "ଛତ୍ରପୁର ବସଷ୍ଟାଣ୍ଡରେ ରାକେଶ ସାମୋସା ନାମକ ଏକ ଦୋକାନ ଅଛି। ସିଙ୍ଗଡା ପ୍ୟାକ୍ କରୁଥିବା ବ୍ୟକ୍ତି ତାଙ୍କୁ ଚାମଚ କିମ୍ବା ପ୍ଲେଟ୍ ଦେଇ ନାହାଁନ୍ତି। ଦୟାକରି ସମସ୍ୟାର ଶୀଘ୍ର ସମାଧାନ କରନ୍ତୁ।"

ଗତ ଅଗଷ୍ଟ ୩୦ରେ ହେଲ୍ପଲାଇନରେ ଅଭିଯୋଗ ଗ୍ରହଣ କରାଯାଇଥିଲା ଏବଂ ତାହା ପଞ୍ଜୀକୃତ ମଧ୍ୟ ହୋଇଥିଲା। କିନ୍ତୁ ସେପ୍ଟେମ୍ବର ୫ରେ ଏହାକୁ ବନ୍ଦ କରାଯାଇଥିଲା। ହେଲ୍ପଲାଇନରେ ଦର୍ଶାଯାଇଛି ଯେ ସିଏମ ହେଲ୍ପଲାଇନ ପୋର୍ଟାଲରେ ଆପଣ ଅନଲାଇନରେ ଦାଖଲ କରିଥିବା ଅଭିଯୋଗ / ପରାମର୍ଶ ଯୋଗୁଁ ଏହି ଅଭିଯୋଗର ସମାଧାନ କରାଯାଇଛି।

Also Read: ସୁନ୍ଦରତା ବଜାୟ ରଖିବା ପାଇଁ ନାଭିରେ ପକାନ୍ତୁ କିଛି ବୁନ୍ଦା, ଚମକିବ ଆପଣଙ୍କ ଚେହେରା

ତେବେ ଭଂଶ ବାହାଦୂର ଓ ସିଙ୍ଗଡା ଦୋକାନୀଙ୍କ ଏହି ଘଟଣା ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଚାଲୁଛି। କିଛି ୟୁଜର୍ସ ଭଂଶକୁ ତାଙ୍କ କାର୍ଯ୍ୟ ପାଇଁ ସାବାସୀ ଦେଇଛନ୍ତି। ଅନେକ ଏହାକୁ କୌତୁହଳ ଭାବେ ନେଇଛନ୍ତି। କିଛି ୟୁଜର ସେହି ସିଙ୍ଗଡା ଦୋକାନୀକୁ ସମାଲୋଚନା ମଧ୍ୟ କରିଛନ୍ତି। ଲୋକଙ୍କ କହିବା ହେଲା, ଯଦି ଟଙ୍କା ପୁରା ନେଉଛ ତେବେ ଦୋକାନୀ ଖାଇବା ପାଇଁ ପ୍ଲେଟ ଓ ଚାମଚ ମଧ୍ୟ ଦେବା ଉଚିତ।

 

Read More
{}{}