Hindi News >>Home >>Odisha Trending

Madhya Pradesh: ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ, ଆଉ ତାପରେ...

Madhya Pradesh News:  ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ। ମଧ୍ୟ ପ୍ରଦେଶ ଗୁନା ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର ଉଦାହରଣ। 

Advertisement
Madhya Pradesh: ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ, ଆଉ ତାପରେ...
Stop
Subhramjit Ray|Updated: Oct 14, 2022, 08:52 PM IST

Hand Pump Viral Video: 'ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ'। ଏହି ଓଡ଼ିଆ ଲୋକକଥା ବାବଦରେ ଆପଣ ଜାଣିଥିବେ। ଯାହାର ଅର୍ଥ ହେଉଛି ଆଳୁ ଖୋଳିବା ବେଳେ ଯଦି ହଠାତ କୌଣସି ଦୁର୍ମୂଲ୍ୟ ପଦାର୍ଥ କିମ୍ବା ବସ୍ତୁ ମିଳିଯାଏ। ସଦ୍ୟ ମଧ୍ୟ ପ୍ରଦେଶର ଗୁନା ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର ଉଦାହରଣ। ଏଠାରେ ଯାହା ଘଟିଛି ତାହାଲେ ଜାଣିଲେ ଆପଣ ଆଶ୍ଚର୍ଯ୍ୟଚକିତ ହୋଇଯିବେ। 

ହ୍ୟାଣ୍ଡ ପମ୍ପ (Hand Pump) ମାରିଲେ ପାଣି (Water) ବଦଳରେ ବାହାରୁଛି ମଦ (Liqour)। ଯାହାକୁ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇପଡ଼ିଛନ୍ତି। ଏହି ଘଟଣାର ଭିଡିଓ ବର୍ତ୍ତମାନ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ (Hand Pump Viral Video) ହେବାରେ ଲାଗିଛି। ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ ଏହି ହ୍ୟାଣ୍ଡ ପମ୍ପରୁ ପାଣି ବଦଳରେ ବାହାରୁଛି ମଦ। ଯେତେବେଳେ ପୋଲିସ ଟିମ୍ ହ୍ୟାଣ୍ଡ ପମ୍ପ ଲଗା ଯାଇଥିବା ସ୍ଥାନରେ ପହଞ୍ଚିଲା ସେତେବେଳେ ସମସ୍ତଙ୍କ ହୋସ ଉଡ଼ି ଯାଇଥିଲା। 

Also Read: Ranchi: ମାଆଙ୍କ ସହ ମିଶି ଏହି କାମ କରୁଥଲେ ମଡେଲ, ଟାର୍ଗେଟରେ ଥିଲେ କଲେଜ ଛାତ୍ର

ରାଜ୍ୟର ଗୁନା ଜିଲ୍ଲାରେ (Guna District) ବେଆଇନ ମଦ କାରବାର ଉପରେ ଚଢାଉ କରିଥିଲା ମଧ୍ୟ ପ୍ରଦେଶ ପୋଲିସ (Madhya Pradesh Police)। ଯେତେବେଳେ ପୋଲିସ ଜିଲ୍ଲାରେ ଚଢାଉ କରିବା ବେଳେ ଏକ ହ୍ୟାଣ୍ଡ ପମ୍ପ ମାରିବା ଆରମ୍ଭ କରିଥିଲା ସେତେବେଳେ ସମସ୍ତେ ଚକିତ ହୋଇ ଯାଇଥିଲେ। ହ୍ୟାଣ୍ଡ ପମ୍ପରୁ ପାଣି ବଦଳରେ ବାହାରିଥିଲା ମଦ। ଯେତେବେଳେ ପୋଲିସ ହ୍ୟାଣ୍ଡ ପମ୍ପ ତଳ ଭାଗରେ ଖନନ କରିଥିଲା, ସେତେବେଳେ ମଦ ଭର୍ତ୍ତି ହୋଇଥିବା ଅନେକ ଡ୍ରମ୍ (Wine Full of Drum) ମିଳିଥିଲା। ଏହି ଡ଼୍ରମ୍ ଭୂମିରୁ ପ୍ରାୟ ୭ ଫୁଟ ଗଭୀରତାରେ ରହିଥିଲା। ମଦ ଚୋରା ଚାଲାଣକାରୀ (Liqour Mafia) ଏହି ଡ୍ରମକୁ ହ୍ୟାଣ୍ଡ ପମ୍ପ ତଳେ ରଖି ଦେଇଥିଲେ। ଏହି ଡ୍ରମରେ ବେଆଇନ ଭାବେ ମଦ ପରିପୂର୍ଣ୍ଣ ହୋଇ ରହିଥିଲା। ଗୁନା ଜିଲ୍ଲାରେ ଚଢାଉ କରିବା ବେଳେ ପୋଲିସ ଏହି ହ୍ୟାଣ୍ଡ ପମ୍ପ ଦେଖିଥିଲା। ହେଲେ ଯେତେବେଳେ ହ୍ୟାଣ୍ଡ ପମ୍ପ ଚାଲୁ ହେଲା ସେତେବେଳେ ପାଣି ବଦଳରେ ମଦ ବାହାରିଥିଲା ସେତେବେଳେ ଏହାକୁ ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲା।

ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ବିପୁଳ ପରିମାଣର ମଦ ନଷ୍ଟ କରିଛି। ବର୍ତ୍ତମାନ ପୋଲିସ ଏହି ମଦକୁ ଜବତ କରିବା ସହ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ବର୍ତ୍ତମାନ ମଧ୍ୟ ପ୍ରଦେଶରେ (Madhya Pradesh) ଡ୍ରଗ୍ସ ବିରୋଧରେ ଏକ ବଡ ଅଭିଯାନ ଚାଲିଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ (Madhya Pradesh Chief Minister Shivraj Singh Chauhan) ନିର୍ଦ୍ଦେଶକ୍ରମେ ରାଜ୍ୟ ପୋଲିସ ବାହିନୀ, ଅବକାରୀ ବିଭାଗ (Madhya Pradesh Excise Department) ଏବଂ ସ୍ଥାନୀୟ ପ୍ରଶାସନ (Madhya Pradesh Local Administration) ମଦ ମାଫିଆ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଦ ପ୍ରସ୍ତୁତକାରୀଙ୍କ ବିରୋଧରେ ଚଢାଉ କରାଯାଉଛି। ଏହା ପୂର୍ବରୁ ରାଜ୍ୟର ଛତରପୁର ଜିଲ୍ଲାରୁ (Chhatarpur District) ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଥିଲା। ​​ଯେଉଁଥିରେ ପାଣି ବଦଳରେ ହ୍ୟାଣ୍ଡ ପମ୍ପରୁ ନିଆଁ (Fire) ବାହାରୁଥିବା ଦେଖିବାକୁ ମିଳିଥିଲା। 

 

Read More
{}{}