Hindi News >>Home >>Odisha Trending

Lucknow Fire: ଲକ୍ଷ୍ନୌର କାନାରା ବ୍ୟାଙ୍କରେ ବଡ଼ ଧରଣର ଅଗ୍ନିକାଣ୍ଡ, ଛାତରୁ ଡେଇଁ ଜୀବନ ରକ୍ଷା କଲେ କର୍ମଚାରୀ

Lucknow Canara Bank Fire: ଏଡିସିପି ମନୀଷା ସିଂ କହିଛନ୍ତି ଯେ, ନାଭାଲ କିଶୋର ରୋଡରେ ଥିବା କାନାରା ବ୍ୟାଙ୍କରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଖବର ମିଳିବା ପରେ ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ।

Advertisement
Lucknow Fire: ଲକ୍ଷ୍ନୌର କାନାରା ବ୍ୟାଙ୍କରେ ବଡ଼ ଧରଣର ଅଗ୍ନିକାଣ୍ଡ, ଛାତରୁ ଡେଇଁ ଜୀବନ ରକ୍ଷା କଲେ କର୍ମଚାରୀ
Stop
Soubhagya Ranjan Mishra|Updated: Nov 20, 2023, 08:35 PM IST

Lucknow Canara Bank Fire: ଲକ୍ଷ୍ନୌରେ ଥିବା ଏକ କାନାରା ବ୍ୟାଙ୍କରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଥିବା ସାମ୍ନାକୁ ଆସିଛି । ଏହି ଅଗ୍ନିକାଣ୍ଡ ପରେ ବ୍ୟାଙ୍କ କର୍ମଚାରୀମାନେ ଜୀବନ ବଞ୍ଚାଇବାକୁ ଭୟରେ ଛାତରୁ ତଳକୁ ଡେଇ ଡେଇଁ ଜୀବନ ରକ୍ଷା କରିଥିଲେ। ବଡ଼ ଅଗ୍ନିକାଣ୍ଡ କାରଣରୁ ବ୍ୟାଙ୍କ ନିକଟରେ କିଛି ସମୟ ପାଇଁ ହୋହଲ୍ଲା ହୋଇଥିବା ଦେଖିବାକୁ ମିଳିଥିଲା । ବ୍ୟାଙ୍କ ଭିତରେ ଫସି ରହିଥିବା ୧୨ରୁ ଅଧିକ ଲୋକଙ୍କୁ, ଅଗ୍ନିଶମ ବାହିନୀ (Fire department), ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଉଦ୍ଧାର କରାଯାଇଥିଲା । ଯେଉଁ ବ୍ୟାଙ୍କରେ ଅଗ୍ନିକାଣ୍ଡ ଘଟିଛି ତାହା ହଜରତଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳରେ ନୋଭେଲ୍ଟି ସିନେମା ପଛରେ ରହିଥିବା ଜଣା ପଡିଛି ।

ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଗାଡି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା। ଏଡିସିପି ମନୀଷା ସିଂ (adcp manisha sing) କହିଛନ୍ତି ଯେ, ନାଭାଲ କିଶୋର ରୋଡରେ ଥିବା କାନାରା ବ୍ୟାଙ୍କରେ ନିଆଁ ଲାଗିବା ସମ୍ପର୍କରେ ସୂଚନା ମିଳିବା ପରେ ତାହାକୁ ଆୟତ କରିବା ପାଇଁ ତୁରନ୍ତ ଉଦ୍ୟମ କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ନିଆଁ ଲାଗିବାର ସଠିକ୍ କାରଣ ସ୍ପଷ୍ଟ ହୋଇନାହିଁ। 

ଘଟଣା ସମ୍ପର୍କରେ ADCP ମନୀଷା ସିଂ କହିଛନ୍ତି ଯେ, ବର୍ତ୍ତମାନ ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇଛି। ଏଠାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି। କୌଣସି ଜୀବନ ହାନି ହୋଇନାହିଁ । ଏଥି ସହିତ ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରାଯାଉଛି। ବିଲଡିଂର ପ୍ରଥମ ମହଲାରେ ନିଆଁ ଲାଗିଥିବାରୁ କାନାରା ବ୍ୟାଙ୍କର କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ସୂଚନାନୁସାରେ, ଲୋକମାନେ କୌଣସି ପ୍ରକାରେ ନିଜ ଜୀବନ ବଞ୍ଚାଇବା ପାଇଁ କାଚ ଝରକା ଭାଙ୍ଗି ସିଡ଼ି ପଟେ ବାହାରି ଆସିଥିଲେ । ତେବେ ଅଗ୍ନିଶମ ବାହିନୀ ଗାଡି ଠିକ୍ ସମୟରେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।

Also Read- ବସ୍ତି ବାସିନ୍ଦାଙ୍କ ପାଇଁ ତିନୋଟି ଆବାସ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Also Read- ଡିବିରି ଆଲୁଅରେ ଗାଁ, ନାହିଁ ବିଦ୍ୟୁତ ସେବା, ପାଠ ପଢା ମୁଖ୍ୟ ସମସ୍ୟା !

Read More
{}{}