Hindi News >>Home >>Odisha Trending

LPG Cylinder Price: କମିଲା ଏଲପିଜି ସିଲିଣ୍ଡର ଦର, ମହିଳା ଦିବସ ଅବସରରେ ଖୁସି ଖବର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

LPG Cylinder Price Reduced: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଖୁସି ଖବର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ(PM Narendra Modi) ଘୋଷଣା କରିଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ସରକାର ନେଇଥିବା ଏହି ନିଷ୍ପତ୍ତିରୁ ଦେଶର କୋଟି କୋଟି ପରିବାର ଉପକୃତ ହେବେ।

Advertisement
LPG Cylinder Price: କମିଲା ଏଲପିଜି ସିଲିଣ୍ଡର ଦର, ମହିଳା ଦିବସ ଅବସରରେ ଖୁସି ଖବର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
Stop
Priyambada Rana|Updated: Mar 08, 2024, 09:31 AM IST

LPG Cylinder Price Reduced: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଖୁସି ଖବର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ(PM Narendra Modi) ଘୋଷଣା କରିଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ସରକାର ନେଇଥିବା ଏହି ନିଷ୍ପତ୍ତିରୁ ଦେଶର କୋଟି କୋଟି ପରିବାର ଉପକୃତ ହେବେ।

ଶୁକ୍ରବାର ସକାଳେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି କହିଛନ୍ତି, 'ଆଜି ମହିଳା ଦିବସରେ ଆମ ସରକାର ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା କେବଳ ମହିଳା ଶକ୍ତିର ଜୀବନକୁ ସହଜ କରିବ ନାହିଁ ବରଂ କୋଟି କୋଟି ପରିବାରର ଆର୍ଥିକ ବୋଝକୁ ମଧ୍ୟ ହ୍ରାସ କରିବ। ଏହି ପଦକ୍ଷେପ ପରିବେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ ସହାୟକ ହେବ, ଯାହା ସମଗ୍ର ପରିବାରର ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିବ।

ବର୍ତ୍ତମାନ ଭୁବନେଶ୍ୱରରେ ୧୪.୨ ଏଲପିଜି ସିଲିଣ୍ଡର ମୂଲ୍ୟ ୯୨୯ ଟଙ୍କା ରହିଛି। ସେହିପରି ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୦୩ ଟଙ୍କା ରହିଛି। ବର୍ତ୍ତମାନ ସରକାର ଏହାକୁ ୧୦୦ ଟଙ୍କା ହ୍ରାସ କରିଛନ୍ତି। ଏହା ପରେ ସିଲିଣ୍ଡରର ମୂଲ୍ୟ ୮୦୦ ଟଙ୍କାରେ କିଣି ପାରିବେ ଗ୍ରାହକ।ଏହା ପୂର୍ବରୁ ଗତ କାଲି ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ସିଲିଣ୍ଡର ପିଛା ଉଜ୍ୱଳା ୩୦୦ ଟଙ୍କା ସବସିଡିର ସମୟ ସୀମା ମାର୍ଚ୍ଚ ୩୧ ତାରିଖ, ୨୦୨୫ ପର୍ଯ୍ୟନ୍ତ ଜାରି ରଖିବାକୁ ଅନୁମୋଦନ କରାଯାଇଛି।

Read More
{}{}