Hindi News >>Home >>Odisha Trending

LPG Cylinder: ନୂଆ ବର୍ଷ ପୂର୍ବରୁ ଏତିକି ଟଙ୍କା ଶସ୍ତା ହେଲା ଗ୍ୟାସ ଦର

ଡିସେମ୍ବର ୧ ରେ ୧୯ କିଲୋଗ୍ରାମ LPG ସିଲିଣ୍ଡରର ମୂଲ୍ୟ ପରିବର୍ତ୍ତନ କରାଯାଇଥିଲା। ଏହାପୂର୍ବରୁ ନଭେମ୍ବର ୧୬ରେ ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ୫୭ ଟଙ୍କା ରିହାତି ଦିଆଯାଇଥିଲା।

Advertisement
LPG Cylinder: ନୂଆ ବର୍ଷ ପୂର୍ବରୁ ଏତିକି ଟଙ୍କା ଶସ୍ତା ହେଲା ଗ୍ୟାସ ଦର
Stop
Zee Odisha Desk|Updated: Dec 22, 2023, 12:34 PM IST

LPG Cylinder: ନୂଆଦିଲ୍ଲୀ: ମହଙ୍ଗା ମାଡରେ ଯୁଝି ହେଉଥିବା ସାଧାରଣ ଲୋକଙ୍କ ପାଇଁ ବହୁତ ଆଶ୍ୱସ୍ତି ଖବର ଆସିଛି। ନୂଆ ବର୍ଷ ପୂର୍ବରୁ ସରକାର ସାଧାରଣ ଲୋକଙ୍କୁ ଏକ ବଡ ଉପହାର ଦେଇଛନ୍ତି। କେନ୍ଦ୍ର ସରକାର ଏଲପିଜି ସିଲିଣ୍ଡର ଶସ୍ତା କରିଛନ୍ତି। ଏହି ହ୍ରାସ ୧୯ କିଲୋଗ୍ରାମ ବ୍ୟବସାୟିକ LPG ସିଲିଣ୍ଡର ଉପରେ ଲାଗୁ କରାଯାଇଛି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୩୯.୫୦ ଟଙ୍କା ହ୍ରାସ କରିଛନ୍ତି। LPG ମୂଲ୍ୟରେ ଏହି ହ୍ରାସ ହୋଟେଲ ଏବଂ ରେଷ୍ଟୁରାଣ୍ଟ ପରି ବ୍ୟବସାୟିକ LPG ବ୍ୟବହାରକାରୀଙ୍କୁ ଆରାମ ପ୍ରଦାନ କରିବ। ନୂତନ ମୂଲ୍ୟ ଆଜି ଠାରୁ ଅର୍ଥାତ୍ ୨୨ ଡିସେମ୍ବର ଠାରୁ କାର୍ଯ୍ୟକାରୀ ହୋଇଛି। ତେବେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।

୩୯ ଟଙ୍କା ଶସ୍ତା ହେଲା ଏଲପିଜି ସିଲିଣ୍ଡର
ଏହାପୂର୍ବରୁ ଦିଲ୍ଲୀରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୭୯୬.୫୦ ଟଙ୍କା, ମୁମ୍ବାଇରେ ୧୭୪୯ ଟଙ୍କା, କୋଲକାତାରେ ୧୯୦୮ ଟଙ୍କା ଏବଂ ଚେନ୍ନାଇରେ ୧୯୬୮.୫୦ ଟଙ୍କା ଥିଲା। ବର୍ତ୍ତମାନ ଏହି ମୂଲ୍ୟ ୩୯ ଟଙ୍କା ହ୍ରାସ ପାଇଛି। ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡର ବର୍ତ୍ତମାନ ଦିଲ୍ଲୀରେ ୧୭୫୭.୫୦ ଟଙ୍କା, କୋଲକାତାରେ ୧୮୬୯ ଟଙ୍କା, ମୁମ୍ବାଇରେ ୧୭୧୦ ଟଙ୍କା ଏବଂ ଚେନ୍ନାଇରେ ୧୯୨୯.୫୦ ଟଙ୍କାରେ ଉପଲବ୍ଧ।

ପୂର୍ବରୁ ୫୭ ଟଙ୍କା ହୋଇଥିଲା ହ୍ରାସ
ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷ ଉତ୍ସବ ପୂର୍ବରୁ ତେଲ ମାର୍କେଟିଂ କମ୍ପାନୀ ଏହି ରିଆତି ପ୍ରଦାନ କରିଛି। ଇଣ୍ଡେନର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ଆପଣଙ୍କ ସହରରେ ବ୍ୟବସାୟିକ ଗ୍ୟାସ ଦର ସମ୍ପର୍କରେ ଅବଗତ ହୋଇପାରିବେ। ବର୍ତ୍ତମାନ କିଛି ସମୟ ପାଇଁ, ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ପ୍ରାୟ ପ୍ରତି ମାସରେ ପରିବର୍ତ୍ତନ ହୋଇଆସୁଛି। ଆପଣଙ୍କୁ ଏଠାରେ କହି ରଖୁ କି ଯେ ଡିସେମ୍ବର ୧ ରେ ୧୯ କିଲୋଗ୍ରାମ LPG ସିଲିଣ୍ଡରର ମୂଲ୍ୟ ପରିବର୍ତ୍ତନ କରାଯାଇଥିଲା। ଏହାପୂର୍ବରୁ ନଭେମ୍ବର ୧୬ରେ ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ୫୭ ଟଙ୍କା ରିହାତି ଦିଆଯାଇଥିଲା।

Read More
{}{}