Hindi News >>Home >>Odisha Trending

Love Story: ୩୫ ବର୍ଷର ଯୁବକଙ୍କୁ ପ୍ରେମ ବିବାହ କଲେ ୭୦ ବର୍ଷିୟା ମହିଳା

Love Story: ପ୍ରେମ ମାନେନି ଜାତି ଧର୍ମ ଉଚ୍ଚ ନିଚ୍ଚ କିମ୍ୱା ବୟସର ତାରତମ୍ୟ । ଆମେ ପୂର୍ବରୁ ଆପଣଙ୍କୁ ଅନେକ ପ୍ରେମ କାହାଣୀ ସମ୍ପର୍କରେ ଜଣାଇଛୁ । କିନ୍ତୁ ଆଜିର ପ୍ରେମ କାହାଣୀ ପୁରା ଅଲଗା । ୩୫ ବର୍ଷ ବୟସ୍କର ଜଣେ ଯୁବକ ଜଣେ ୭୦ ବର୍ଷର ମହିଳାଙ୍କୁ ପ୍ରେମ ବିବାହ କରିଛନ୍ତି ।

Advertisement
Love Story: ୩୫ ବର୍ଷର ଯୁବକଙ୍କୁ ପ୍ରେମ ବିବାହ କଲେ ୭୦ ବର୍ଷିୟା ମହିଳା
Stop
Soubhagya Ranjan Mishra|Updated: Sep 22, 2023, 03:45 PM IST

Love Story: ଆପଣ ଅନେକ ପ୍ରେମ କାହାଣୀ ବିଷୟରେ ଶୁଣିଥିବେ । ସେ ଲୈଲା ମଜନୁଙ୍କ ପ୍ରେମ କାହାଣୀ ହେଉ ଅବା କେଦାର ଗୌରୀଙ୍କ ପ୍ରେମ କାହାଣୀ । ପ୍ରତ୍ୟକ ପ୍ରେମ କାହାଣୀରେ ରହିଛି ଅନେକ ସ୍ୱତନ୍ତ୍ରତା । କିଛି ପ୍ରେମ ବିବାହର ରୂପ ନେଉଥିବାବେଳେ ଆଉ କିଛି ପ୍ରେମରେ ତ୍ୟାଗ ଦେଖିବାକୁ ମିଳିଥାଏ । ବର୍ତ୍ତମାନ ଯେଉଁ ପ୍ରେମ କାହାଣୀ ବିଷୟରେ ଚର୍ଚ୍ଚା ହେଉଛି ତାହା ପାକିସ୍ତାନ (Pakistan)ରେ ଘଟିଛି । ଜଣେ ୩୫ ବର୍ଷିୟା ଯୁବକ ଜଣେ ୭୦ ବର୍ଷ ବୟସ୍କା ମହିଳାଙ୍କୁ ବିବାହ (Marriage) କରିଥିଲେ । ଆପଣଙ୍କୁ ଜଣାଇବାକୁ ଚାହୁଁ ଯେ, ୭୦ ବର୍ଷ ବୟସ୍କ ମହିଳା କାନାଡାରେ ରହୁଥିଲେ ଆଉ ଯୁବକ ଜଣକ ପାକିସ୍ତାନୀରେ । ଉଭୟେ ଉଭୟଙ୍କ ପ୍ରତି ଆକର୍ଷିତ ହେବାରୁ ଦୁହିଁଙ୍କ ହୃଦୟ ମିଶିଯାଇଥିଲା । କିଛି ଦିନର ପ୍ରେମ ପରେ ଉଭୟେ ଜୀବନସାଥୀ (Life partner) ହେବାକୁ ନିଷ୍ପତି ନେଇଥିଲେ । ଏପରି ଏକ ନିଆରା ପ୍ରେମ କାହାଣୀ ବିଷୟରେ ଯୁବକ ନାଏମ କହିଛନ୍ତି ଯେ, ଯେତେବେଳେ ସେ ବୃଦ୍ଧ ମହିଳାଙ୍କୁ ଭେଟିଲେ ସେତେବେଳେ ସେ ଏହା ଅନୁଭବ କଲେ ଯେ ସେ ଦୁହିଙ୍କ ସମ୍ପର୍କ ଠାରୁ ଅଧିକ ଭଲ ସମ୍ପର୍କ କିଛି ହୋଇପାରିବ ନାହିଁ।

ନାଏମ ଏକଥା ମଧ୍ୟ କହିଛନ୍ତି ଯେ, ତାଙ୍କ ବୟସ ଓ ତାଙ୍କ ପତ୍ନୀଙ୍କ ବୟସରେ ଏତେ ବଡ଼ ଫରକ କାରଣରୁ ଅନେକ ଲୋକ ତାଙ୍କୁ ଥଟ୍ଟା ପରିହାସ (joke) କରିଥାନ୍ତି । କିନ୍ତୁ ନାଏମ ସେସବୁ ପ୍ରତି ଆଦୌ ଧ୍ୟାନ ଦିଅନ୍ତି ନାହିଁ। କିଛି ଲୋକମାନେ ନାଏମଙ୍କୁ ଲୋଭି ବୋଲି ମଧ୍ୟ କହୁଛନ୍ତି । ଲୋକଙ୍କ କହିବା ଅନୁଯାୟୀ ୭୦ ବର୍ଷର ଯୁବକଙ୍କୁ ବିବାହ କରିବାର କାରଣ କିଛି ଅଲଗା । ଏହା ପ୍ରେମ ନୁହେଁ ଏକ ପ୍ରକାରର ଲୋଭ । ମହିଳାଙ୍କ ସମ୍ପତ୍ତିକୁ ଦଖଲ କରିବା ଉଦ୍ଦେଶ୍ୟରେ ନାଏମ ଏପରି କାମ କରିଛନ୍ତି ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି । 

ଫେସବୁକରେ ବନ୍ଧୁତା ଓ ପରେ ପ୍ରେମ

ନାଏମଙ୍କ କହିବା ଅନୁସାରେ, ପ୍ରାୟ ୧୦ ବର୍ଷ ପୂର୍ବରୁ ଫେସବୁକ ମାଧ୍ୟମରେ ମହିଳାଙ୍କ ସହିତ ସମ୍ପର୍କ ହୋଇଥିଲା । ପ୍ରଥମେ ଚାଟିଂ ଓ ପରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା । କଥାବାର୍ତ୍ତାରେ ଉଭୟେ ଅନୁଭବ କରିଥିଲେ ଯେ ଉଭୟେ ଭଲ ସାଥୀ ହୋଇପାରିବେ । ତେଣୁ ବିବାହ କରିବା ପାଇଁ ଉଭୟେ ସ୍ଥିର କରିଥିଲେ । ପ୍ରଥମେ ୨୦୧୭ ମସିହାରେ ଦୁହେଁ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ କିଛି କାରଣରୁ ଦୁହିଁଙ୍କ ବିବାହ ହୋଇପାରିନଥିଲା । କିନ୍ତୁ ବର୍ତ୍ତମାନ ସବୁ ଅପେକ୍ଷାର ଅନ୍ତ ଘଟିଛି । ଉଭୟେ ପରସ୍ପରର ଜୀବନସାଥୀ ହୋଇପାରିଛନ୍ତି । ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଉଭୟଙ୍କ ମଧ୍ୟରେ ପ୍ରଥମେ ସାଧାରଣ ବନ୍ଧୁତା ଥିଲା ତାହା କେତେବେଳେ ପ୍ରେମରେ ବଦଳିଯାଇଥିଲା ଉଭୟେ ଜାଣିପାରିନଥିଲେ । ଯେତେବେଳେ ଉଭୟେ ପରସ୍ପର ବିବାହ କରିବା କଥା କିଛି ଲୋକଙ୍କୁ କହିଥିଲେ ସେତେବେଳେ ସମସ୍ତଙ୍କ ପାଇଁ ଏହା ଖୁବ ଅସହଜ ମନେ ହୋଇଥିଲା । କାରଣ ବୟସର ଏତେ ବଡ଼ ପାର୍ଥକ୍ୟକୁ ଦେଖି ସଭିଏଁ ଆଶ୍ଚର୍ଯ୍ୟ ହୋଇଯାଉଥିଲେ । ଆପଣଙ୍କୁ କହିରଖୁଛୁ ଯେ, ପାକିସ୍ତାନରେ ବିଦେଶୀଙ୍କୁ ବିବାହ କରିବା କିଛି ନୁଆ କଥା ନୁହେଁ। ପୂର୍ବରୁ ମଧ୍ୟ ଅନେକ ପାକିସ୍ତାନୀ ବ୍ୟକ୍ତି ବିଦେଶରେ ବିବାହ କରିଛନ୍ତି । ବିଦେଶରେ ନାଗରିକତା ପାଇବା ପାଇଁ ବିବାହ କରିବା ଏକ ସହଜ ମାଧ୍ୟମ ବୋଲି ଅନେକ ମତ ଦେଇଥାନ୍ତି ।

Also Read- SBI Job: ଏସବିଆଇରେ ପାଇପାରିବେ ନିଯୁକ୍ତି, ସ୍ନାତକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

Also Read- Indian railway: ରେଳ ଦୁର୍ଘଟଣାର ଶିକାର ଲୋକଙ୍କୁ ମିଳିବ ୧୦ ଗୁଣ ଅଧିକ କ୍ଷତି ପୂରଣ, ଜାଣନ୍ତୁ କାହାକୁ ମିଳିବ କେତେ?

Zee Odisha News ହ୍ବାଟସ୍‌ ଆପ୍‌ ଚ୍ୟାନେଲ୍‌କୁ ଆପଣଙ୍କୁ ସ୍ବାଗତ। ଆମେ ଆପଣଙ୍କୁ ଦେବୁ ଦେଶ ଦୁନିଆର ଲାଟେଷ୍ଟ ଖବର ଓ ଅପଡେଟ୍‌ସ। ମାତ୍ର ଗୋଟିଏ କ୍ଲିକରେ ପାଆନ୍ତୁ ଅପଡେଟ ଖବର। ମନୋରଞ୍ଜନ, କ୍ରୀଡ଼ା, ରାଜନୀତି, ସ୍ବାସ୍ଥ୍ୟ କ୍ଷେତ୍ରରେ ବ୍ରେକିଂ ନ୍ୟୁଜ୍‌ ଦେଖିବା ପାଇଁ ଜୀ ଓଡ଼ିଶା ନ୍ୟୁଜ ଚ୍ୟାନେଲକୁ ହ୍ୱାଟସଆପରେ ଫଲୋ କରନ୍ତୁ ଆଉ ଅପଡେଟ ରୁହନ୍ତୁ। ଆମକୁ ଫଲୋ କରିବାକୁ ହ୍ବାଟସ୍‌ ଆପ୍‌ରେ ସର୍ଚ୍ଚ କରନ୍ତୁ "Zee Odisha News" ଓ Join ବଟନରେ କ୍ଲିକ୍‌ କରନ୍ତୁ। ଫଲୋ କରିବା ପାଇଁ ତୁରନ୍ତ ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ...

https://whatsapp.com/channel/0029Va9cvVb6LwHbzDOvns3b

Read More
{}{}