Hindi News >>Home >>Odisha Trending

Shocking News: ଲଟେରୀ ଟିକେଟ୍ ବଦଳାଇ ଦେଲା ଭାଗ୍ୟ, ରାତାରାତି ଜିତିଲେ ୬୦୦୦ କୋଟିରୁ ଅଧିକ ଜ୍ୟାକପଟ

Lottery Ticket Change Luck Of An American: ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ଲଟେରୀ ପୁରସ୍କାର ରାଶି ଗୋଟିଏ ଥର ଚୟନ କରନ୍ତି, ତାହେଲେ ତାଙ୍କୁ ୩୩୬୯ କୋଟି ଟଙ୍କା ମିଳିବ। ଅର୍ଥାତ୍ ତାଙ୍କୁ ଗୋଟିଏ ଥରରେ ଏହି ପରିମାଣର ଅର୍ଥ ରାଶି ପ୍ରଦାନ କରାଯିବ। ତଥାପି ଯଦିଓ ସେ ଅନେକ ବର୍ଷ ପାଇଁ କିସ୍ତି ମାଧ୍ୟମରେ ଟଙ୍କା ନେବାକୁ ଚାହାଁନ୍ତି, ତାହେଲେ ତାଙ୍କୁ ମୋଟ ୬୨୪୩ କୋଟି ଟଙ୍କା ମିଳିବ।

Advertisement
Shocking News: ଲଟେରୀ ଟିକେଟ୍ ବଦଳାଇ ଦେଲା ଭାଗ୍ୟ, ରାତାରାତି ଜିତିଲେ ୬୦୦୦ କୋଟିରୁ ଅଧିକ ଜ୍ୟାକପଟ
Stop
Zee Odisha Desk|Updated: Feb 08, 2023, 05:19 PM IST

6243 Crores Of Jackpot Won By An American: ରାତାରାତି ଜଣେ ଆମେରିକୀୟଙ୍କ ଭାଗ୍ୟ ବଦଳାଇ ଦେଇଛି ଏକ ଲଟେରୀ ଟିକେଟ୍। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ। ହେଲେ ଏକଥା ସତ୍ୟ। ଗୋଟିଏ ଲଟେରୀ ଟିକେଟ୍ ଆଧାରରେ ଜଣେ ଆମେରିକୀୟ ରାତାରାତି ଧନୀ ହୋଇଯାଇଛନ୍ତି। ଏହି ଆମେରିକୀୟ ଜଣଙ୍କ ୬୨୪୩ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଜ୍ୟାକପଟ୍ ଜିତିଛନ୍ତି। ଲଟେରୀ ଟିକେଟ ବଳରେ ଜ୍ୟାକପଟ ହାତେଇଥିବା ଆମେରିକୀୟଙ୍କ ପରିଚୟ ସାର୍ବଜନୀନ କରାଯାଇନାହିଁ। 

ଯୁକ୍ତରାଷ୍ଟ୍ର ଆମେରିକା ରାଜଧାନୀ ୱାଶିଂଟନ ଠାରେ ରହୁଥିବା ବ୍ୟକ୍ତିଜଣଙ୍କ ପାୱାରବଲ୍ ଜ୍ୟାକପଟ୍ ପୁରସ୍କାର (Powerball Jackpot Prize) ଅଧୀନରେ ପଞ୍ଚମ ସର୍ବାଧିକ ରାଶି ହାସଲ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମେରିକାର ଲଟେରୀ ଜ୍ୟାକପଟ୍ ଇତିହାସରେ (USA Lottery Jackpot History) ଏହା ହେଉଛି ନବମ ବୃହତ୍ତମ ପୁରସ୍କାର ରାଶି। ପାୱାରବଲ୍ ଜ୍ୟାକପଟ୍ ଇତିହାସରେ (Powerball Jackpot History) ସବୁଠାରୁ ବଡ ପୁରସ୍କାର ରାଶି ହେଉଛି ୧୬ ହଜାର ୮୮୦ କୋଟି ଟଙ୍କା। ଗତ ବର୍ଷ ନଭେମ୍ବରରେ କାଲିଫର୍ଣ୍ଣିଆ ଅଞ୍ଚଳର ଜଣେ ବ୍ୟକ୍ତି ଏହାକୁ ହାତେଇଥିଲେ।

ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ଲଟେରୀ ପୁରସ୍କାର ରାଶି ଗୋଟିଏ ଥର ଚୟନ କରନ୍ତି, ତାହେଲେ ତାଙ୍କୁ ୩୩୬୯ କୋଟି ଟଙ୍କା ମିଳିବ। ଅର୍ଥାତ୍ ତାଙ୍କୁ ଗୋଟିଏ ଥରରେ ଏହି ପରିମାଣର ଅର୍ଥ ରାଶି ପ୍ରଦାନ କରାଯିବ। ତଥାପି ଯଦିଓ ସେ ଅନେକ ବର୍ଷ ପାଇଁ କିସ୍ତି ମାଧ୍ୟମରେ ଟଙ୍କା ନେବାକୁ ଚାହାଁନ୍ତି, ତାହେଲେ ତାଙ୍କୁ ମୋଟ ୬୨୪୩ କୋଟି ଟଙ୍କା ମିଳିବ। ଚଳିତ ବର୍ଷ ପ୍ରଥମ ଥର ପାଇଁ ପାୱାରବଲ୍ ଜ୍ୟାକପଟ୍ ଲଟେରୀ ଡ୍ର (Powerball Jackpot Lottery Draw) ଘୋଷଣା କରାଯାଇଛି। ଏହା ପୂର୍ବରୁ ଗତବର୍ଷ ୧୯ ନଭେମ୍ବରରେ ଲଟେରୀ ଜ୍ୟାକପଟ୍ ବିଜୟ ପରିମାଣ (Lottery Jackpot Winning Amount) ୭୬୮ କୋଟି ଟଙ୍କା ରହିଥିଲା।

ପାୱାରବଲ୍ ଜ୍ୟାକପଟ୍ ଅଧୀନରେ ବିଜେତା ସଂଖ୍ୟା ୫, ୧୧, ୨୨, ୨୩, ୬୯, ୭ ରହିଥିଲା। ଏହା ମଧ୍ୟରୁ ଦୁଇଟି ଟିକେଟ୍ ମିଚିଗାନ ଏବଂ ତିନିଟି ନ୍ୟୁୟର୍କ ଠାରେ ବିକ୍ରି ହୋଇଥିଲା। ଯେଉଁ ବ୍ୟକ୍ତିଙ୍କର ଏହି ପାଞ୍ଚଟି ସଂଖ୍ୟା ୱାଇଟ ବଲ ସହ ମେଳ ହୋଇଥିଲା, ତାହେଲେ ତାଙ୍କୁ ୮ କୋଟି ଟଙ୍କାର ପୁରସ୍କାର ରାଶି ମିଳିବ। ଟେକ୍ସାସ  ଠାରେ 'ପାୱାର୍ ପ୍ଲେ ଅପ୍ସନ୍' ଅଧୀନରେ ଏକ ଟିକେଟ୍ ବିକ୍ରି ହୋଇଥିଲା। ଏହା ଅଧିନରେ ପୁରସ୍କାର ରାଶିର ପରିମାଣ ୧୬ କୋଟି ଟଙ୍କା ରହିଥିଲା। ଏହା ବ୍ୟତୀତ ଏପରି ୫୮ ଟିକେଟ୍ ମଧ୍ୟ ରହିଥିଲା। ଯେଉଁ ଲୋକ ଏହାକୁ କିଣିଥିଲେ ସେମାନଙ୍କୁ ୪୦ ଲକ୍ଷରୁ ଅଧିକ ପୁରସ୍କାର ରାଶି ମିଳିଥିଲା। ଏହା ସହିତ ୧୬ ଲଟେରୀ ଟିକେଟ୍ ଧାରକଙ୍କୁ ୮୦ ଲକ୍ଷରୁ ଅଧିକ ପୁରସ୍କାର ରାଶି ମିଳିଛି।

ପାୱାରବଲ୍ ଜ୍ୟାକପଟ୍ ଅଧିନରେ ମାଲାମାଲ ହୋଇଥିବା କିଛି ଲୋକ 

  • ୨୦୨୨, ୫ ଜାନୁୟାରୀରେ ଦୁଇ ଜଣ ବ୍ୟକ୍ତି ୫୨୩୫ କୋଟି ଟଙ୍କା ଜ୍ୟାକପଟ୍ ଜିତିଥିଲେ। ଏହି ଅର୍ଥ ରାଶି ପରିମାଣକୁ କାଲିଫର୍ନିଆ ଏବଂ ୱିସ୍କନ୍ସିନ୍ ଅଞ୍ଚଳର ଦୁଇ ଜଣଙ୍କ ମଧ୍ୟରେ ବଣ୍ଟା ଯାଇଥିଲା।
  • ୨୦୨୨, ୧୪ ଫେବୃଆରୀରେ, ଆମେରିକାର କନେଟିକଟ ଠାରେ ୧୫୩୩ କୋଟି ଟଙ୍କା ଜ୍ୟାକପଟ ପରିମାଣ ଜିତା ଯାଇଥିଲା​।
  • ୨୦୨୨, ୨୭ ଅପ୍ରେଲରେ, ଆରିଜୋନାରେ ରହୁଥିବା ଜଣେ ବ୍ୟକ୍ତି ୩୯୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଜ୍ୟାକପଟ୍ ଜିତିଥିଲେ।
  • ୨୦୨୨, ୨୯ ଜୁନରେ ୱର୍ମୋଣ୍ଟରେ ୩୦୦୦ କୋଟି ଟଙ୍କା ଜ୍ୟାକପଟ୍ ଜିତାଯାଇଥିଥିଲା। 
  • ୨୦୨୨, ୩ ଅଗଷ୍ଟରେ, ପେନସିଲଭାନିଆ ଠାରେ ଜଣେ ବ୍ୟକ୍ତି ୧୭୦୦ କୋଟିରୁ ଅଧିକ ଟଙ୍କାର ପୁରସ୍କାର ରାଶି ଜିତିଥିଲେ। 

 

Read More
{}{}