Hindi News >>Home >>Odisha Trending

Block UPI Apps: ଫୋନ୍ ଚୋରି ହେଲେ କିପରି ବନ୍ଦ କରିବେ ଗୁଗଲ୍ ଓ ଫୋନ ପେ?

Block UPI Apps Tips: ଆପଣଙ୍କର ଯଦି ମୋବାଇଲ ଫୋନ ହଜିଯାଏ କିମ୍ବା ଚୋରି ହୁଏ ତେବେ କ’ଣ ହେବ? ଆପଣ କିପରି ଗୁଗଲ ପେ, ଫୋନ ପେ, ପେଟିଏମ ଏବଂ ୟୁପିଆଇ ଆଇଡିକୁ ବନ୍ଦ କରିବେ?   

Advertisement
Block UPI Apps Tips
Stop
Zee Odisha Desk|Updated: Jun 01, 2024, 06:11 PM IST

Block Upi Apps: ଆଜିକାଲି ଭାରତରେ ଅନଲାଇନ ପେମେଣ୍ଟ ସାଧାରଣ ହୋଇଗଲାଣି। ଲୋକମାନେ ନିଜ ପାଖରେ ନଗଦ ଟଙ୍କା ରଖିବା ଅପେକ୍ଷା, ୟୁପିଆଇ ବ୍ୟବହାରକରିବାକୁ ବେସୀ ପସନ୍ଦ କରୁଛନ୍ତି। ଅନଲାଇନ ପେମେଣ୍ଟ ପାଇଁ ପାଖରେ କେବଳ ମୋବାଇଲ ଫୋନ ରହିବା ଆବଶ୍ୟକ ଏବଂ ଏହା ମାଧ୍ୟମରେ ଆପଣ କ୍ୟୁଆର୍‌ କୋଡ ସ୍କାନ କରି ଆବଶ୍ୟକ ପରିମାଣ ରାଶି ଦେଇପାରିବେ।

ଆପଣଙ୍କର ଯଦି ମୋବାଇଲ ଫୋନ ହଜିଯାଏ କିମ୍ବା ଚୋରି ହୁଏ ତେବେ କ’ଣ ହେବ? ଆପଣ କିପରି ଗୁଗଲ ପେ, ଫୋନ ପେ, ପେଟିଏମ ଏବଂ ୟୁପିଆଇ ଆଇଡିକୁ ବନ୍ଦ କରିବେ? ଜାଣି ରଖନ୍ତୁ କିଛି ଟିପ୍ସ । ଯଦି ଫୋନ ହଜିଯିବା ମାତ୍ରେ ଆପଣ ସେଗୁଡିକୁ ବନ୍ଦ ନ କରନ୍ତି, ତେବେ ଆପଣଙ୍କର ଆକାଉଣ୍ଟ ସଂପୂର୍ଣ୍ଣ ଖାଲି ହୋଇଯାଇପାରେ। ୟୁପିଆଇ, ଗୁଗଲ ପେ ଏବଂ ପେଟିଏମ ଆକାଉଣ୍ଟକୁ ବନ୍ଦ କରିବାର ଉପାୟ ବିଷୟରେ ଜାଣନ୍ତୁ।

-ପେଟିଏମ ବ୍ୟାଙ୍କ ହେଲ୍ପଲାଇନ ନମ୍ବର 01204456456କୁ କଲ କରନ୍ତୁ
-ଏହା ପରେ ହଜିଯାଇଥିବା ଫୋନ ଅପ୍ସନକୁ ଚୟନ କରନ୍ତୁ
-ଏଠାରେ ଆପଣ ହଜିଯାଇଥିବା ଫୋନର ନମ୍ବର ପ୍ରବେଶ କରିବାକୁ ବିକଳ୍ପ ପାଇବେ
-ତାପରେ ଆପଣଙ୍କୁ ଲଗଆଉଟ୍‌ ଫର୍ମ ଅଲ ଡିଭାଇସ୍‌ ଅପ୍ସନ ଚୟନ କରିବାକୁ ପଡିବ
-ଏହା ପରେ ପେଟିଏମ ୱେବସାଇଟକୁ ଯାଆନ୍ତୁ ଏବଂ ୨୪ ସହାୟତା ବିକଳ୍ପ ବାଛନ୍ତୁ
-ଏହି ଉପାୟରେ ଆପଣ Report a Fraud କିମ୍ବା Message Us ଅପ୍ସନ ଚୟନ କରିପାରିବେ
-ତା’ପରେ ଆପଣଙ୍କୁ ପୋଲିସ ରିପୋର୍ଟ ସହିତ କିଛି ବିବରଣୀ ଦେବାକୁ ପଡିବ। ସମସ୍ତ ବିବରଣୀ ଯାଞ୍ଚ କରିବା ପରେ, ଆପଣଙ୍କର ପେଟିଏମ ଆକାଉଣ୍ଟ ସାମୟିକ ଭାବରେ ବନ୍ଦ ହୋଇଯିବ।

ତେବେ ଗୁଗଲ ପେ ୟୁପିଆଇ ଆଇଡିକୁ କିପରି ବନ୍ଦ କରିବେ ଆସନ୍ତୁ ଜାଣିବା
-ସର୍ବପ୍ରଥମେ ଯେକୌଣସି ଫୋନରୁ ଏହି ଟୋଲ୍ ଫ୍ରୀ 18004190157 ନମ୍ବରକୁ ଡାଏଲ କରନ୍ତୁ
-ଏହା ପରେ ପେଟିଏମ ଆକାଉଣ୍ଟକୁ ବନ୍ଦ କରିବା ବିଷୟରେ କଷ୍ଟମର କେୟାରଙ୍କୁ ସୂଚନା ଦେବାକୁ ପଡ଼ିବ
-ଆଣ୍ଡ୍ରଏଡ ୟୁଜର୍ସଙ୍କୁ ଏକ ପିସି କିମ୍ବା ଫୋନରେ ଗୁଗଲ ଫାଇଣ୍ଡ୍‌ ମାଇ ଫୋନକୁ ଲଗଇନ କରିବାକୁ ପଡିବ। ଏହା ପରେ, ଗୁଗଲ ପେର ସମସ୍ତ ତଥ୍ୟକୁ ରିମୋଟ ଦ୍ୱାରା ଡିଲିଟ୍‌ କରିବାକୁ ପଡିବ।
-ଏହା ପରେ ଆପଣଙ୍କର ଗୁଗଲ ପେ ଆକାଉଣ୍ଟ ସାମୟିକ ଭାବରେ ବନ୍ଦ ହୋଇଯିବ।

ଯଦି ଆପଣ ଜଣେ ଆଇଓଏସ ୟୁଜର୍‌, ତେବେ find my app ଏବଂ ଅନ୍ୟାନ୍ୟ ଆପଲ ଅଥରାଇଜ୍‌ଡ୍‌ ଟୁଲ୍‌ ମାଧ୍ୟମରେ ସମସ୍ତ ତଥ୍ୟ ଡିଲିଟ କରି ଆପଣ ଗୁଗଲ ପେ ଆକାଉଣ୍ଟକୁ ବନ୍ଦ କରିପାରିବେ ।
ଫୋନେପେ ୟୁପିଆଇ ଆଇଡିକୁ କିପରି ବନ୍ଦ କରିବେ
-ସର୍ବପ୍ରଥମେ 02268727374 କିମ୍ବା 08068727374 କୁ କଲ କରନ୍ତୁ
-ଯେଉଁ ମୋବାଇଲ ନମ୍ବର ସହିତ UPI ID ଲିଙ୍କ ହୋଇଛି ତାହା ବିରୋଧରେ ଅଭିଯୋଗ ଦାଖଲ କରନ୍ତୁ
-ଯେତେବେଳେ ଓଟିପି ପାଇଁ ପଚାରିଯିବ ସେତେବେଳେ ଆପଣଙ୍କୁ ସିମ କାର୍ଡ ଏବଂ ଡିଭାଇସ ହରାଇବାର ବିକଳ୍ପ ବାଛିବାକୁ ପଡିବ
-ଏହା ପରେ ଆପଣ କଷ୍ଟୋମର କେୟାର ସହ ଯୋଡି ହେବାକୁ ପଡିବ। ଯେଉଁଠାରୁ ଆପଣ କିଛି ସୂଚନା ଦେଇ UPI ID କୁ ବନ୍ଦ କରିପାରିବେ।

(Written By- Tapasa Gyanadarshini)

Read More
{}{}