Hindi News >>Home >>Odisha Trending

ପ୍ରଭୁ ଶ୍ରୀରାମଙ୍କ ଅନନ୍ୟ ଭକ୍ତ ଶ୍ରୀନିବାସ, ୬୪ ବର୍ଷ ବୟସରେ ୮ହଜାର କିମି ପଦଯାତ୍ରା

Ayodhya Ram Mandir: ଜଣେ ଭକ୍ତ ୬୪ ବର୍ଷ ବୟସରେ ହାଇଦ୍ରାବାଦରୁ ଅଯୋଧ୍ୟା ଦୀର୍ଘ ୮ ହଜାର କିମି ପଦଯାତ୍ରା ଆରମ୍ଭ କରିଛନ୍ତି ।

Advertisement
ପ୍ରଭୁ ଶ୍ରୀରାମଙ୍କ ଅନନ୍ୟ ଭକ୍ତ ଶ୍ରୀନିବାସ, ୬୪ ବର୍ଷ ବୟସରେ ୮ହଜାର କିମି ପଦଯାତ୍ରା
Stop
Soubhagya Ranjan Mishra|Updated: Jan 07, 2024, 02:47 PM IST

Ayodhya Ram Mandir: ଅଯୋଧ୍ୟାରେ ନିର୍ମିତ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ଦେଶର ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ ମିଳିଛି । ଏଥିସହିତ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ରାମଭକ୍ତ ନିଜସ୍ୱ ମାନସିକ ରଖି ରାମ ମନ୍ଦିରର ପବିତ୍ର କାର୍ଯ୍ୟକ୍ରମର ମୁକସାଖି ରହିବା ପାଇଁ ଅଯୋଧ୍ୟା ଯାତ୍ରା କରୁଛନ୍ତି । ନିଜ ଶକ୍ତି ମୁତାବକ ପ୍ରଭୁ ଶ୍ରୀରାମଙ୍କୁ ଦେବା ପାଇଁ ବିଭିନ୍ନ ଉପହାର ମଧ୍ୟ ଭକ୍ତମାନେ ନେଉଥିବା ଦେଖିବାକୁ ମିଳିଛି । ରାମ ମନ୍ଦିର ପାଇଁ ଭକ୍ତଙ୍କ ମନରେ ଥିବା ଉତ୍ସାହ ପରିବେଶକୁ ଆହୁରି ଭକ୍ତିମୟ କରୁଛି । ଏହି କ୍ରମରେ ଜଣେ ୬୪ ବର୍ଷୀୟ ବ୍ୟକ୍ତିଙ୍କ ପଦଯାତ୍ରା ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ରାମ ଭକ୍ତ ଶ୍ରୀନିବାସ ଶାସ୍ତ୍ରୀ ପ୍ରଭୁ ଶ୍ରୀରାମଙ୍କ ପାଇଁ ଦୁଇଟି ସୁନାର କଠଉକୁ ମୁଣ୍ଡରେ ମୁଣ୍ଡେଇ ଅଯୋଧ୍ୟା ଅଭିମୁଖେ ପଦଯାତ୍ରା କରୁଛନ୍ତି । ଯାହା ସୂଚନା ମିଳିଛି ଦୁଇଟି କଠଉର ମୂଲ୍ୟ ପାଖାପାଖି ୬୪ ଲକ୍ଷ ଟଙ୍କା । କେବଳ ସେତିକି ନୁହେଁ, ରାମ ମନ୍ଦିର ନିର୍ମାଣ ସମୟରେ ଶ୍ରୀନିବାସ ୫ଟି ରୂପା ଇଟ୍ଟା ଦାନ କରିଥିଲେ । ସେ ରମେଶ୍ୱରମ ରାସ୍ତାରେ ହାଇଦ୍ରାବାଦରୁ ଅଯୋଧ୍ୟା ଯାତ୍ରା କରୁଛନ୍ତି । ପ୍ରାୟ ୮ ହଜାର କିମି ପାଦରେ ଯାତ୍ରା କରିବେ ଶ୍ରୀନିବାସ ।

୨୦ ଜୁଲାଇରୁ ପଦଯାତ୍ରା ଆରମ୍ଭ

ମିଳିଥିବା ସୂଚନା ମୁତାବକ, ଶ୍ରୀନିବାସ ଶାସ୍ତ୍ରୀ ଜୁଲାଇ ୨୦ ତାରିଖରୁ ଅଯୋଧ୍ୟା ରାମ ମନ୍ଦିର ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ । ଏହି ଯାତ୍ରା ସମୟରେ ଶ୍ରୀନିବାସ ଶାସ୍ତ୍ରୀ ଓଡ଼ିଶାର ପୁରୀ ଶ୍ରୀମନ୍ଦିର, ମହାରାଷ୍ଟ୍ରର ତ୍ରିମ୍ବାକ୍ ଏବଂ ଗୁଜୁରାଟର ଦ୍ୱାରକା ପରି ଧର୍ମାନୁଷ୍ଠାନ ପରିଦର୍ଶନ କରିବେ । ସେ ୧୫ ଜାନୁଆରୀରୁ ୧୭ ଜାନୁଆରୀ ମଧ୍ୟରେ ଅଯୋଧ୍ୟା ରାମ ମନ୍ଦିରରେ ପହଞ୍ଚିବାର ଲକ୍ଷ୍ୟ ରଖିଛନ୍ତି । ଶ୍ରୀନିବାସ ଏହି ଦୁଇଟି ପାଦୁକାଙ୍କୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଦାନ କରିବେ ।

ଆପଣଙ୍କୁ ସୂଚନା ଦେବାକୁ ଚାହୁଁ ଯେ, ରାମ ଭକ୍ତ ଶ୍ରୀନିବାସ ଶାସ୍ତ୍ରୀଙ୍କ ପିତାଙ୍କ କର୍ମକ୍ଷେତ୍ର ପୂର୍ବରୁ ଅଯୋଧ୍ୟା ହିଁ ଥିଲା । ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମିରେ ସେ କର୍ମ କରିଥିବାରୁ ଅତ୍ୟନ୍ତ ଖୁସି ଥିଲେ । କେବଳ ସେତିକି ନୁହେଁ ସେ ପ୍ରଭୁ ଶ୍ରୀରାମଙ୍କ ସମେତ ଭକ୍ତ ହନୁମାନଙ୍କୁ ମଧ୍ୟ ପୂଜା କରୁଥିଲେ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଇଚ୍ଛା ମଧ୍ୟ ଶ୍ରୀନିବାସଙ୍କ ପିତାଙ୍କର ଇଚ୍ଛା ଥିଲା । ବର୍ତ୍ତମାନ ସ୍ଥିତିରେ ରାମ ମନ୍ଦିର ନିର୍ମାଣ ସ୍ୱପ୍ନ ପୂରଣ ହୋଇଥିବାରୁ ଶ୍ରୀନିବାସ ଶାସ୍ତ୍ରୀ ପ୍ରଭୁ ଶ୍ରୀରାମଙ୍କ ପାଇଁ ସୁବର୍ଣ୍ଣ ଚରଣ ପାଦୁକା ନେଉଛନ୍ତି । ଶ୍ରୀନିବାସ ଏକା ଏହି ପଦଯାତ୍ରା କରୁଛନ୍ତି ତାହା ନୁହେଁ , ତାଙ୍କ ସହିତ ଆହୁରି ୫ଜଣ ବ୍ୟକ୍ତି ପଦଯାତ୍ରାରେ ସାମିଲ ଅଛନ୍ତି ।

Also Read- ନୂଆ ବର୍ଷରେ ରିଲିଜ୍ ହେଲା ଜଗନ୍ନାଥଙ୍କ ଭଜନ "ତୁମେ ଅସୀମ ଅନନ୍ତ ହେ ଜଗନ୍ନାଥ"

Also Read- Baba Ramdev: 'ରାମ ମନ୍ଦିରକୁ ନେଇ ରାଜନୀତି କଲେ ଅସ୍ତିତ୍ୱ ରହିବନି' ବାବା ରାମଦେବ

Read More
{}{}