Hindi News >>Home >>Odisha Trending

Lokmanya Tilak Train Accident: ଫାଟକ ଅତିକ୍ରମ ସମୟରେ ଜେସିବିକୁ ଧକ୍କା ଦେଲା ଟ୍ରେନ୍

Lokmanya Tilak Train Accident: ରବିବାର ଅପରାହ୍ନରେ ଏକ ରେଳ ଦୁର୍ଘଟଣା ସାମ୍ନାକୁ ଆସିଛି । ଫାଟକ ଅତିକ୍ରମ କରିବା ସମୟରେ ଲୋକମାନ୍ୟ ତିଲକ ଟ୍ରେନ୍ ଏକ ଜେସିବିକୁ ଧକ୍କା ଦେଇଛି ।

Advertisement
Lokmanya Tilak Train Accident: ଫାଟକ ଅତିକ୍ରମ ସମୟରେ ଜେସିବିକୁ ଧକ୍କା ଦେଲା ଟ୍ରେନ୍
Stop
Soubhagya Ranjan Mishra|Updated: Feb 18, 2024, 04:29 PM IST

Lokmanya Tilak Train Accident: ୟୁପିର ଚାନ୍ଦୁଲିରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଛି। ମୋଗଲସରାଇ କୋଟୱାଲୀ ନିକଟ ସାହୁପୁରୀ ଅଞ୍ଚଳରେ ଏକ ରେଳ ଫାଟକ ଅତିକ୍ରମ କରିବା ସମୟରେ ଟ୍ରେନଟି ଏକ ଜେସିବି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ଫଳରେ ଜେସିବି ଡ୍ରାଇଭରଙ୍କ ଦେହରେ ଗୁରୁତର ଆଘାତ ଲାଗିଛି । ଜେସିବି ଡ୍ରାଇଭରଙ୍କୁ ତୁରନ୍ତ ବାରଣାସୀ ଡାକ୍ତରଖାନାକୁ ରେଫର୍ କରାଯାଇଛି। ଏଥି ସହିତ ଟ୍ରେନରେ ବସିଥିବା ଯାତ୍ରୀମାନେ ଦୁର୍ଘଟଣା କାରଣରୁ ଭୟବୀତ ହୋଇଥିଲେ ।

ରେଳ ଟ୍ରାକ୍ କ୍ଷତିଗ୍ରସ୍ତ
ଦୁର୍ଘଟଣା ଫଳରେ ଟ୍ରେନରେ ବସିଥିବା ଯାତ୍ରୀମାନେ ଜୋରରେ ଚିଲାଇବାକୁ ଲାଗିଥିଲେ । ସ୍ଥାନୀୟ ଲୋକେ ମଧ୍ୟ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ । ଦୁର୍ଘଟଣା ପରେ ରେଳ ଟ୍ରାକ୍ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି । ସୂଚନା ମିଳିଛି ଯେ, ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଆରପିଏଫ ଏବଂ ରେଳ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହା କୁହାଯାଉଛି ଯେ, ଫାଟକରେ କୌଣସି ଗେଟ୍ ବ୍ୟବସ୍ଥା ନଥିବାରୁ ଜେସିବି ଫାଟକ ଅତିକ୍ରମ କରୁଥିଲା ଏବଂ ସେହି ସମୟରେ ଏହି ଦୁର୍ଘଟଣା ଘଟିଛି ।

Also Read- Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Also Read- କଟକ ନୂଆବଜାର ଛକରେ ଟ୍ରକ୍ ଧକ୍କା: ମହିଳା ମୃତ, ୨ ଗୁରୁତର

Read More
{}{}