Hindi News >>Home >>Odisha Trending

Lohri 2023: କାହିଁକି ପଞ୍ଜାବରେ ପାଳନ କରାଯାଏ ଅଗ୍ନିପର୍ବ, ଜାଣନ୍ତୁ ଏହାର ଗୁରୁତ୍ବ

Lohri 2023 Fire Significance: ଲୋହରୀ ବା ଅର୍ଗିପର୍ବ । ପ୍ରତିବର୍ଷ ପୌଷମାସ ଶେଷ ଦିନରେ ପାଳନ କରାଯାଏ । ଏହି ପର୍ବ ଚାଷୀଙ୍କ ପାଇଁ ବେଶ ଗୁରୁତ୍ବ ରଖେ। କାରଣ ଏହି ସମୟ ମଧ୍ୟରେ ଚାଷ କାର୍ଯ୍ୟ ଆରମ୍ଭ ହୁଏ । ଏହି ଦିନ ରାତିରେ ନିଆଁ ଜଳାଯାଏ ଏବଂ ଏହାକୁ ଲୋହରି ପର୍ବ ବୋଲି କୁହାଯାଏ। ଏହି ଅଗ୍ନି ପବିତ୍ର ଏବଂ ଶୁଭତାର ପ୍ରତୀକ ଭାବରେ ବିବେଚନା କରାଯାଏ ।

Advertisement
Lohri 2023: କାହିଁକି ପଞ୍ଜାବରେ ପାଳନ କରାଯାଏ ଅଗ୍ନିପର୍ବ, ଜାଣନ୍ତୁ ଏହାର ଗୁରୁତ୍ବ
Stop
Zee Odisha Desk|Updated: Jan 13, 2023, 04:11 PM IST

Lohri 2023 Fire Significance: ଲୋହରୀ ବା ଅର୍ଗିପର୍ବ । ପ୍ରତିବର୍ଷ ପୌଷମାସ ଶେଷ ଦିନରେ ପାଳନ କରାଯାଏ । ଏହି ପର୍ବ ଚାଷୀଙ୍କ ପାଇଁ ବେଶ ଗୁରୁତ୍ବ ରଖେ।  କାରଣ ଏହି ସମୟ ମଧ୍ୟରେ ଚାଷ କାର୍ଯ୍ୟ ଆରମ୍ଭ ହୁଏ । ଏହି ଦିନ ରାତିରେ ନିଆଁ ଜଳାଯାଏ ଏବଂ ଏହାକୁ ଲୋହରି ପର୍ବ ବୋଲି କୁହାଯାଏ। ଏହି ଅଗ୍ନି ପବିତ୍ର ଏବଂ ଶୁଭତାର ପ୍ରତୀକ ଭାବରେ ବିବେଚନା କରାଯାଏ । ନିଆଁ ଜଳାଇବା ପରେ ରାଶି, ଗୁଡ, କଦଳୀ,ଗଜା ଇତ୍ୟାଦି ଏହି ନିଆଁରେ ଦିଆଯାଏ । ଏପରି ପରିସ୍ଥିତିରେ,ଏହି ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚୟ ଆସୁଥିବ ଯେ, ଲୋହରୀରେ କାହିଁକି ଅଗ୍ନି ପୂଜା କରାଯାଏ ? ତେବେ ଆସନ୍ତୁ ଜାଣିବା ଲୋହରୀ ଦିନ ନିଆଁ ଜଳାଇବା ପଛର କାରଣ କ’ଣ ଏବଂ ଏହାର ଗୁରୁତ୍ୱପୂର୍ଣ୍ଣ କେତେ ।

କାହିଁକି ଲୋହରୀ ନିଆଁ ଲଗାଯାଏ  ?

ଧାର୍ମିକ ବିଶ୍ୱାସ ଅନୁଯାୟୀ,ଲୋହରୀ ଅଗ୍ନିର ପରମ୍ପରା ମାତା ସତୀଙ୍କ ସହିତ ଜଡିତ । କୁହାଯାଏ ଯେ ଯେତେବେଳେ ରାଜା ଦକ୍ଷ ମହାଯଜ୍ଞର ଆୟୋଜନ କରିଥିଲେ। ସେତେବେଳେ ଦକ୍ଷ ନିଜ ଝିଅ ସତୀ  ଓ ଜ୍ବାଇଁ ଶିବଙ୍କୁ ନିମନ୍ତ୍ରଣ କରି ନ ଥିଲେ। ଏଭଳି ପରିସ୍ଥିତିରେ ଯେତେବେଳେ ମାତା ସତୀ ଏହି ବିଷୟରେ ଜାଣିଲେ, ସେ ମହାଯଜ୍ଞ ନିକଟରେ ପହଞ୍ଚିଥିଲେ, କିନ୍ତୁ ତାଙ୍କ ପିତା  ଭଗବାନ ଶିବଙ୍କୁ ବହୁତ ନିନ୍ଦା କରିଥିଲେ। ଏହାଦ୍ୱାରା ଦେବୀ ସତୀ ଯଜ୍ଞ କୁଣ୍ତକୁ ଡେଇଁ ପଡିଥିଲେ। ସେଥିପାଇଁ ବିଶ୍ୱାସ କରାଯାଏ ଯେ ଏହି ଅଗ୍ନି ମାତା ସତୀଙ୍କ ବଳିଦାନ ପାଇଁ ଉତ୍ସର୍ଗୀକୃତ । ଏ-ଭଳି ପରିସ୍ଥିତିରେ ଲୋହରୀ ଦିନ ପରିବାରର ସମସ୍ତ ସଦସ୍ୟ ନିଆଁକୁ ପୂଜା କରନ୍ତି ଏବଂ ଏହାର ଚାରିପଟେ ବୁଲନ୍ତି । ଏବଂ ସେହି ନିଆଁରେ ରାଶି ମଞ୍ଜି ଓ ଗୁଡ ଇତ୍ୟାଦି ଅର୍ପଣ କରନ୍ତି । ପରେ ଏହାକୁ ଭୋଗ ବା ପ୍ରସାହ ଭାବରେ ବଣ୍ଟନ କରନ୍ତି । ଏହି ପର୍ବକୁ ଲୋକେ ବେଶ ଧୁମଧାମରେ ପାଳନ କରନ୍ତି । 

ଏହାବି ପଢନ୍ତୁ : Cesarean Delivery: ସିଜରିଆନ୍ ପ୍ରସବ ପରେ ଭୁଲରେ ଖାଆନ୍ତୁ ନାହିଁ ଏହି ଫଳ, ଉଭୟ ମାଆ ଏବଂ ଶିଶୁଙ୍କ ପାଇଁ ହୋଇଥାଏ କ୍ଷତିକାରକ!

ଲୋହରୀ ଅଗ୍ନିର ମହତ୍ତ୍ୱ କ’ଣ?
ଲୋହରୀ ଦିନ ରାତିରେ ଗୋଟିଏ ସ୍ଥାନରେ ନିଆଁ ଜଳାଯାଏ । ଯେଉଁଠାରେ ଆଖପାଖର ସମସ୍ତ ଲୋକ ନିଆଁ ଚାରିପାଖରେ ଏକାଠି ହୁଅନ୍ତି ଏବଂ ଏକତ୍ର ଅଗ୍ନିଦେବଙ୍କୁ ତେଲ, ଗୁଡରୁ ତିଆରି ମିଠା ପ୍ରଭୁତି ଅର୍ପଣ କରନ୍ତି । କୁହାଯାଏ ଯେ ଏହା କରିବା ଦ୍ୱାରା ଜୀବନରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ । ଏହି ସମୟରେ,ଲୋକମାନେ ଅଗ୍ନିଦେବଙ୍କୁ ବୁଲି ସୁଖ,ଶାନ୍ତି ଏବଂ ଶୁଭ କାମନା କରନ୍ତି । ଏହା ବ୍ୟତୀତ ଅଗ୍ନିରେ ନୂତନ ଫସଲ ଉତ୍ସର୍ଗ କରି ଭଗବାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଏ ଏବଂ ଭବିଷ୍ୟତରେ ଭଲ ଅମଳ ପାଇଁ ପ୍ରାର୍ଥନା କରାଯାଏ ।

Read More
{}{}