Odisha News Live Updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏ ପ୍ରୟାସ। ଟିକିନିଖି ଖବର ଅପଡେଟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ।
Kangana Ranaut: ଅଯୋଧ୍ୟାରେ ପହଞ୍ଚିଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ
Kangana Ranaut at Ayodhya: ଅଯୋଧ୍ୟାରେ ପହଞ୍ଚିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ନିଜକୁ ସାମିଲ କରିବାକୁ କଙ୍ଗନା ଆସିଛନ୍ତି । ଅଧିକ ପଢ଼ନ୍ତୁ...
ଲାଞ୍ଚ ନେଉଥିଲେ ଭଦ୍ରକ କେନ୍ଦୁଆପଦା RI, ଠିକ୍ ସମୟରେ ମାଡିବସିଲା ଭିଜିଲାନ୍ସ
ଭଦ୍ରକ: ଭିଜିଲାନ୍ସ ହାତରେ ଧରାପଡିଲେ ବନ୍ତ ତହସିଲର କେନ୍ଦୁଆପଦା ଆରଆଇ ଶରତ କୁମାର ଜେନା । ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ରେଡ୍ ହ୍ୟାଣ୍ଡ୍ ରେ ଧରିଛି ଭିଜିଲାନ୍ସ । ଅଧିକ ପଢ଼ନ୍ତୁ...
ବ୍ରହ୍ମପୁର କ୍ଷୁଦ୍ର କାଷ୍ଠଶିଳ୍ପୀ ଦିଲୀପ ମହାରଣା ନିର୍ମାଣ କରିଛନ୍ତି ଅଯୋଧ୍ୟା ଧାମ
ବ୍ରହ୍ମପୁର: କୁହାଯାଏ ମନରେ ଇଚ୍ଛା ଥିଲେ ସଫଳତା ହାତ ପାହାନ୍ତାକୁ ଆସିଥାଏ । ସେହି ଦୃଢ ଇଚ୍ଛା ଶକ୍ତି ନେଇ ଜଣେ ବ୍ୟକ୍ତି ଅତି କ୍ଷୁଦ୍ର କାରିଗରୀ ମାଧ୍ୟମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଛନ୍ତି । ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବ୍ରହ୍ମପୁର କ୍ଷୁଦ୍ର କାଷ୍ଠଶିଳ୍ପୀ ଦିଲୀପ ମହାରଣା ନିର୍ମାଣ କରିଛନ୍ତି ଏକ ଅଦ୍ଵିତୀୟ କଳାକୃତି। ଅଧିକ ପଢ଼ନ୍ତୁ...
ମାଲକାନାଗିରି ସୀମାନ୍ତରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ନକ୍ସଲ ମୃତ
ସୀମାନ୍ତ ଛତିଶଗଡ ବିଜାପୁରର ବେଲମଗୁଟା ଜଙ୍ଗଲରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଏବଂ ନକ୍ସଲ । ବେଲମଗୁଟାରେ ନକ୍ସଲ ଥିବା ନେଇ କୌଣସି ସୁତ୍ରରୁ ଖବର ମିଳିବା ପରେ ସୁରକ୍ଷାକର୍ମୀମାନେ ଜଙ୍ଗଲର ଚଟାରିପଟୁ ନକ୍ସଲଙ୍କୁ ଘେରି ନେଇଥିଲେ । ଅଧିକ ପଢ଼ନ୍ତୁ...
Vistex CEO Sanjay Shah: ଭିଷ୍ଟେକ୍ସ ସିଇଓ ସଞ୍ଜୟ ଶାହାଙ୍କ ଦେହାନ୍ତ
ଆମେରିକାର ସଫ୍ଟୱେୟାର ଫାର୍ମ ଭିଷ୍ଟେକ୍ସର ସିଇଓ ସଞ୍ଜୟ ଶାହାଙ୍କ ଦେହାନ୍ତ ହୋଇଛି। ହାଇଦ୍ରାବାଦର ରାମୋଜି ଫିଲ୍ମ ସିଟିରେ କମ୍ପାନୀର ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ସମୟରେ ଏକ ଦୁର୍ଘଟଣା ଘଟିଥିଲା । ଅଧିକ ପଢ଼ନ୍ତୁ...
Top 10 News Headlines
ଅପରାହ୍ନର ୧୦ ବଡ଼ ଖବର ପଢ଼ନ୍ତୁ ସଂକ୍ଷପରେ
Ujjain Mahakal: ବାବା ମହାକାଳଙ୍କ ଆଶୀର୍ବାଦ ନେଲେ ବଲିଉଡ ସୁପରଷ୍ଟାର ସୁନୀଲ ଶେଟ୍ଟୀ
Suniel Shetty at Ujjain Mahakal: ଶୁକ୍ରବାର ଦିନ ଉଜୈନ ମହାକାଳ ମନ୍ଦିର ପରିଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀ । ଅଧିକ ପଢ଼ନ୍ତୁ...
ଭିତରକନିକାରେ ଚାଲିଛି ଡଲଫିନ ଗଣନା
ଭିତରକନିକା ଜାତୀୟ ଉଦ୍ୟାନ ଓ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ରେ ଆଜିଠାରୁ ଡଲଫିନ୍ ଗଣନା ଆରମ୍ଭ ହୋଇଛି। ୩ ଦିନ ଧରି ଏହି ଗଣନା କାର୍ଯ୍ୟ ଚାଲୁ ରହିବ। ଆଜିଠାରୁ ୨୨ତାରିଖ ପର୍ଯ୍ୟନ୍ତ ଚାଲିବ ଡଲଫିନ୍ ଗଣନା। ଧାମରା ମୁହାଣ ଠାରୁ ଦେବୀ ମୁହାଣ ଯାଏଁ ସମୁଦ୍ର ମଧ୍ଯରେ ଏବଂ ଭିତରକନିକା ମଧ୍ଯରେ ଥିବା ନଦୀ ନାଳ ମାନଙ୍କରେ ଡଲଫିନ ଗଣନା କରାଯିବ। ଡଲଫିନ ଗଣନା ପାଇଁ ୯ଟି ଟିମ ଗଠନ କରାଯାଇଛ। ପଢନ୍ତୁ ପୂରା ରିପୋର୍ଟ...
ନୟାଗଡ଼ରେ ହେଉଛି ରାମମନ୍ଦିର
ରାଜଧାନୀ ଭୁବନେଶ୍ୱରଠାରୁ ୬୨ କିଲୋମିଟର ଦୂରରେ ନିର୍ମିତ ହୋଇଥିବା ଏହି ମନ୍ଦିର ଉଚ୍ଚତା ହେଉଛି ୧୬୫ ଫୁଟ୍। ଏହି ମନ୍ଦିର ବଉଳମାଳ ପଥରରେ ନିର୍ମିତ ହୋଇଛି । ଏହି ମନ୍ଦିର ନିର୍ମାଣ କରିବାକୁ ପ୍ରାୟ ୪ ବର୍ଷ ସମୟ ଲାଗିଥିବା ନେଇ ମନ୍ଦିରର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପଢନ୍ତୁ ପୂରା ରିପୋର୍ଟ...
ତୃତୀୟ ବିବାହ କଲେ ଶୋଏବ ମଲ୍ଲିକ
ପାକିସ୍ତାନର ପୂର୍ବତନ ଅଧିନାୟକ ଶୋଏବ ମଲ୍ଲିକ ତୃତୀୟ ବିବାହ କରିଛନ୍ତି। ସାନିଆ ମିର୍ଜାଙ୍କ ସହିତ ବିବାହ ବିଚ୍ଛେଦ ପ୍ରକ୍ରିୟା ଜାରି ରହିଥିବା ସମୟରେ ଶୋଏବ ଏହି ତୃତୀୟ ବିବାହ କରିଛନ୍ତି। ଶୋଏବ ପାକିସ୍ତାନ ଅଭିନେତ୍ରୀ ସନା ଜାଭେଦଙ୍କୁ ତୃତୀୟ ବିବାହ କରିଛନ୍ତି ଜଣାପଡ଼ିଛି। ଏନେଇ ଶୋଏବ ନିଜେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିବାହ ସମୟର ଫଟୋକୁ ସେୟାର କରି ସମସ୍ତଙ୍କୁ ସୂଚନା ପ୍ରଦାନ କରିଛନ୍ତି। ପଢନ୍ତୁ ପୂରା ରିପୋର୍ଟ...
ହସ ହସ ମୁହଁରେ ଦର୍ଶନ ଦେଲେ ଶ୍ରୀରାମ
ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବ। ରାମଲାଲାର ୫ ବର୍ଷୀୟ ଶିଶୁ ରୂପର ମୂର୍ତ୍ତି ରାମ ମନ୍ଦିରର ଗର୍ଭଗୃହରେ ଅବସ୍ଥାନ କରାଯାଇଛି। ରାମଲାଲାଙ୍କ ପ୍ରତିମା ବର୍ତ୍ତମାନ ଏକ ପରଦା ଦ୍ୱାରା ଆଚ୍ଛାଦିତ ହୋଇଛି। ତାଙ୍କ ଆଖିରେ ପଟ୍ଟି ବନ୍ଧାଯାଇଛି। ପଢନ୍ତୁ ପୂରା ରିପୋର୍ଟ...
ଗରିବୀର ଅନ୍ତ ନାହିଁ, ଧନୀଙ୍କ ସମ୍ପତ୍ତିର ସୀମା ନାହିଁ: ରିପୋର୍ଟ
ସମଗ୍ର ବିଶ୍ୱରେ ଧନୀ ଓ ଗରୀବିକୁ ନେଇ ଏକ ଚାଞ୍ଚଲ୍ୟକର ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ବିଗତ ତିନି ବର୍ଷ ମଧ୍ୟରେ ଧନୀଙ୍କ ସମ୍ପତ୍ତି କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ବିଶ୍ୱର ଗରିବୀଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। ଲୋକମାନଙ୍କର ଆୟ ହ୍ରାସ ଘଟୁଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଆୟୋଜିତ ବିଶ୍ୱ ଇକୋନୋମିକ ଫୋରମରେ ଆକ୍ସଫେମ ରିପୋର୍ଟର ଏହି ତଥ୍ୟକୁ ସାର୍ବଜନୀନ କରାଯାଇଛି।ପଢନ୍ତୁ ପୂରା ରିପୋର୍ଟ...
କମିଲା କୁହୁଡ଼ି, କିନ୍ତୁ ଆହୁରି ଖସିବ ପାରଦ
ଲାକ୍ଷାଦ୍ୱୀପ, କେରଳର ଦକ୍ଷିଣାଞ୍ଚଳ, ସିକ୍କିମ ଓ ଅରୁଣାଚଳ ପ୍ରଦେଶରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ପଞ୍ଜାବ, ହରିଆଣା ଓ ଉତ୍ତରପ୍ରଦେଶର ପଶ୍ଚିମାଞ୍ଚଳରେ ଭୋର ସମୟ ଓ ରାତିରେ ଘନ କୁହୁଡ଼ି ଦେଖାଯିବା ନେଇ ଆଶଙ୍କା କରାଯାଇଛି। ଉତ୍ତରାଖଣ୍ଡ ଓ ରାଜସ୍ଥାନର ଉତ୍ତରଭାଗରେ ମଧ୍ୟ ଘନ କୁହୁ଼ଡ଼ି ଦେଖିବାକୁ ମିଳିବ। ପଢନ୍ତୁ ପୂରା ରିପୋର୍ଟ...
ଜାନୁଆରୀ ୨୫ରେ ପୁଷ୍ୟ ନକ୍ଷତ୍ର
ଜ୍ୟୋତିଷ ଶାସ୍ତ୍ରରେ ଗୁରୁ ପୁଷ୍ୟ ନକ୍ଷତ୍ର ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ବିଶେଷକରି ସପିଂ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଜାନୁଆରୀ ମାସରେ ଗୁରୁ ପୁଷ୍ୟ ନକ୍ଷତ୍ରର ଏକ ଶୁଭ ସଂକେତ ଦେଖିବାକୁ ମିଳିଛି। ପଢନ୍ତୁ ପୂରା ରିପୋର୍ଟ...
ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ରଙ୍କ ଦ୍ୱାରା 05.21 AM ରେ ସମାପନ ହୋଇଛି । ସକାଳୁ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଭକ୍ତମାନେ ସାନିଧ୍ୟ ଲାଭ କରିଛନ୍ତି। ତେବେ ମହାପ୍ରଭୁଙ୍କ ଏହି ଦିବ୍ୟ ମଙ୍ଗଳାଳତୀ ଦର୍ଶନ କରି ଦିନଚର୍ଯ୍ଯା ଆରମ୍ଭ କଲେ ପୁଣ୍ୟଫଳ ପ୍ରାପ୍ତ ମିଳିଥାଏ ବୋଲି ବିଶ୍ବାସ ରହିଛି । ଲିଙ୍କରେ କ୍ଲିକ କରି ଦେଖନ୍ତୁ ଭିଡ଼ିଓ...
କନିଷ୍ଠ ଶିକ୍ଷକ ନିଯୁକ୍ତି ଉପରେ ଲାଗିଲା ରୋକ
ଫଟୋ ଯାଞ୍ଚ ପରେ ଏବଂ ବାୟୋମେଟ୍ରିକ ଉପସ୍ଥାନ ନେବା ପରେ ଜାରି ହୋଇଥିବା ଆଡମିଟ୍ କାର୍ଡ ଆଧାରରେ ପରୀକ୍ଷା କରାଯାଇଥାଏ। ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଆଣି ଗତକାଲି ମଧ୍ୟ ଶହ ଶହ ଚାକିରୀ ଆଶାୟୀ ଓସେପା କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ପଢନ୍ତୁ ପୂରା ରିପୋର୍ଟ...
Odisha Weather: ଆଜିର ପାଣିପାଗ ଖବର
ଓଡ଼ିଶାରେ ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ବଙ୍ଗୋପସାଗରରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡିଶା(Costal Odisha) ସମେତ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ କୋହଲା ପାଗ ଲାଗିରହିଛି। ଏଥି ସହ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ହେଉଥିବାର ମଧ୍ୟ ଦେଖିବାକୁ ମିଳିଛି। ପଢନ୍ତୁ ପୂରା ରିପୋର୍ଟ...
ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଆଜିର ଦିନ
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...
Odisha News Live Updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏ ପ୍ରୟାସ। ଟିକିନିଖି ଖବର ଅପଡେଟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.
By clicking “Accept All Cookies”, you agree to the storing of cookies on your device and the processing of information obtained via those cookies (including about your preferences, device and online activity) by us and our commercial partners to enhance site navigation, personalise ads, analyze site usage, and assist in our marketing efforts. More information can be found in our Cookies and Privacy Policy. You can amend your cookie settings to reject non-essential cookies by clicking Cookie Settings below.
Manage Consent Preferences
These cookies are necessary for the website to function and cannot be switched off in our systems. They are usually only set in response to actions made by you which amount to a request for services, such as setting your privacy preferences, logging in or filling in forms. You can set your browser to block or alert you about these cookies, but some parts of the site will not then work or you may not be able to login.
These cookies enable the website to provide enhanced functionality and personalisation. They may be set by us or by third party providers whose services we have added to our pages. If you do not allow these cookies then some or all of these services may not function properly.
These cookies may be set through our site by our advertising partners. They may be used by those companies to build a profile of your interests and show you relevant adverts on other sites. They are also used to limit the number of times you see an advert as well as help measure the effectiveness of an advertising campaign. They do not store directly personal information, but are based on uniquely identifying your browser and internet device. If you do not allow these cookies, you will experience less targeted advertising.
These cookies allow us to count visits and traffic sources so we can measure and improve the performance of our site. They help us to know which pages are the most and least popular and see how visitors move around the site. All information these cookies collect is aggregated and therefore anonymous. If you do not allow these cookies we may not know when you have visited our site, and may not be able to monitor its performance.