Hindi News >>Home >>Odisha Trending

Arvind Kejriwal Arrested: କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ବର୍ଷିଲେ ଲାଲୁ ଯାଦବ

Arvind Kejriwal Arrested: ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ଉପରେ ବିରୋଧୀ ଦଳ ମୋଦୀ ସରକାରଙ୍କ ଉପରେ ବର୍ଷିଥିବା ଦେଖିବାକୁ ମିଳିଛି । ଲାଲୁ ଯାଦବ ମଧ୍ୟ ମୋଦୀ ସରକାରଙ୍କୁ କାଉଣ୍ଟର କରିଛନ୍ତି।

Advertisement
Arvind Kejriwal Arrested: କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ବର୍ଷିଲେ ଲାଲୁ ଯାଦବ
Stop
Soubhagya Ranjan Mishra|Updated: Mar 22, 2024, 10:11 AM IST

Arvind Kejriwal News: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ସମସ୍ତ ବିରୋଧୀ ଦଳ ବର୍ତ୍ତମାନ ବିଜେପି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏହି ପ୍ରସଙ୍ଗରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ଯେ, ଯେଉଁମାନେ ଲାଲୁଙ୍କ ପଛରେ ଷଡଯନ୍ତ୍ର କରିଛନ୍ତି ସେମାନଙ୍କର ବିଦାୟ ନିଶ୍ଚିତ । ସେଥିପାଇଁ ସେମାନଙ୍କ ମନରେ ଭୟ ଥିବାରୁ ସେମାନେ ଏପରି କାର୍ଯ୍ୟ କରାଉଛନ୍ତି ।

ତେଜସ୍ୱୀ ଯାଦବଙ୍କ ପ୍ରତିକ୍ରିୟା
ବିହାରର ପୂର୍ବତନ ଡେପୁଟି ସିଏମ ତେଜସ୍ୱୀ ଯାଦବଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ ମଧ୍ୟ ଆପ ସଂଯୋଜକଙ୍କ ଗିରଫଦାରୀ ସମ୍ପର୍କରେ ନିଜର ମତ ରଖିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ସ୍ପଷ୍ଟ ଭାବେ ଦର୍ଶାଉଛି ଯେ, ଗଣତାନ୍ତ୍ରିକ ଉପାୟରେ ବିରୋଧୀ ଦଳ ସହ ଲଢିବା ପରିବର୍ତ୍ତେ ଅନୁସନ୍ଧାନକାରୀ ସଂସ୍ଥା ତଥା ଅନ୍ୟାନ୍ୟ ସାମ୍ବିଧାନିକ ଅନୁଷ୍ଠାନର ଦୃଢ ସାହାଯ୍ୟରେ ବିଜେପି ନିର୍ବାଚନ ଲଢିବାକୁ ଚାହୁଁଛି। ରାଜନୈତିକ, ଗଣତାନ୍ତ୍ରିକ ତଥା ସାମ୍ବିଧାନିକ ନୈତିକତା ଏବଂ ଶୃଙ୍ଖଳାକୁ ଉଲ୍ଲଂଘନ କରି ଏନଡିଏ ସରକାର ଦେଶ ଉପରେ ଏକ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ଲଗାଇଛି। ଆମେ ସମସ୍ତେ ଦିଲ୍ଲୀର ବହୁ ଲୋକପ୍ରିୟ ସରକାରଙ୍କ ସହିତ ଦୃଢ ଭାବରେ ଛିଡା ହୋଇଛୁ। ଆମେ ଆଦୌ ଭୟଭୀତ ନୁହଁ ବରଂ ଯେଉଁମାନେ ସତରେ ଥାନ୍ତି ସେମାନେ ଜିତନ୍ତି ।

କେଜ୍ରିୱାଲଙ୍କ ଗିରଫଦାରୀ ଉପରେ ବିହାରର ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଯାଦବ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ନିଜ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯିବା ଘଟଣା ସ୍ପଷ୍ଟ ଭାବେ ଦର୍ଶାଉଛି ଯେ, ବିଜେପି ସରକାର ସମ୍ପୂର୍ଣ୍ଣ ଭୟଭୀତ ଅଟେ । 

Also Read- ଦାମଙ୍କ ଶୋଭାଯାତ୍ରା ଆରମ୍ଭ... ପୁରୀ ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ

Also Read- Dr Damodar Rout: ରୋକଠୋକ କଥା ହିଁ ଦାମଙ୍କୁ ବିବାଦ ମଧ୍ୟକୁ ଟାଣି ଆଣୁଥିଲା

Read More
{}{}