Hindi News >>Home >>Odisha Trending

Lalitpur: ଶ୍ରାବଣ ମାସରେ ଶିବ ମନ୍ଦିରରୁ ଶିବଲିଙ୍ଗ ଉଠାଇନେଲେ ଚୋର

 Lalitpur Shivling Theft Case: ଶ୍ରାବଣ ମାସରେ ଶିବ ମନ୍ଦିରରୁ ଶିବଲିଙ୍ଗ ଚୋରି ଏକ ଖରାପ ଘଟଣା। ଲୋକ ଏହା ମଧ୍ୟ କହୁଛନ୍ତି ଯେ ଭଗବାନ ଶିବଙ୍କ କୋପର ସାମ୍ନା କରିବାକୁ ପଡ଼ିପାରେ। 

Advertisement
Lalitpur: ଶ୍ରାବଣ ମାସରେ ଶିବ ମନ୍ଦିରରୁ ଶିବଲିଙ୍ଗ ଉଠାଇନେଲେ ଚୋର
Stop
Subhramjit Ray|Updated: Jul 28, 2022, 05:06 PM IST

Shivling Theft Case: ଶ୍ରାବଣ ମାସରେ ଶିବ ମନ୍ଦିରରୁ ଶିବଲିଙ୍ଗ ଉଠାଇ ନେଇଛନ୍ତି ଚୋର। ଉତ୍ତର ପ୍ରଦେଶ ଲଲିତପୁର ଜିଲ୍ଲାର ଜାଖଲୌନା ଅଞ୍ଚଳରେ ଘଟିଯାଇଛି ଏଭଳି ଘଟଣା। ଗତ ସୋମବାର ବିଳମ୍ବିତ ରାତିରେ ଏକ ଶିବ ମନ୍ଦିରରୁ ଶିବଲିଙ୍ଗ ଉଠାଇ ନେଇଥିଲେ ଚୋର। ଏହି ଘଟଣାରେ ପ୍ରତିକ୍ରିୟା ରଖି ପୋଲିସ ପକ୍ଷରୁ କୁହାଯାଇଛି ଯେ ଅଜ୍ଞାତ ଚୋର ଶିବ ମନ୍ଦିରରୁ ଶିବଲିଙ୍ଗ ଚୋରି କରିଛନ୍ତି। ଶିବ ମନ୍ଦିର ପରିସରରେ ସେମାନେ ଭଙ୍ଗାରୁଜା କରିବା ସହ ଶିବଲିଙ୍ଗକୁ ଉଠାଇ ନେଇନଥିବାର ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି। ଏହି ଘଟଣାରେ ମାମଲା ରୁଜୁ ଶିବଲିଙ୍ଗ ଚୋରି  କରିଥିବା ଚୋରକୁ ଗିରଫ କରିବାକୁ ପ୍ରୟାସ ଆରମ୍ଭ କରିଛି।

ଏନେଇ ପ୍ରତିକ୍ରିୟା ରଖି ଲଲିତପୁର (Lalitpur) ସହର ଡେପୁଟି ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଫୁଲଚାନ୍ଦ ଯେ ଅଜ୍ଞାତ ଚୋର ସୋମବାର ବିଳମ୍ବିତ ରାତିରେ ଜାଖଲୌନା ଅଞ୍ଚଳରେ ଅବସ୍ଥିତ ଏକ ଶିବ ମନ୍ଦିରରୁ (Shiv Temple) ଏକ ଶିବଲିଙ୍ଗ (Shivling) ଚୋରି କରି ନେଇଛନ୍ତି। ଶିବ ମନ୍ଦିର ପରିସରରେ ଜମି ଖନନ କରାଯାଇ ଥିବାର ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି। ଯେଉଁଥିରୁ ଜଣାପଡୁଛି ଯେ ପୋତା ଯାଇଥିବା ଟଙ୍କା ଲୋଭରେ ଚୋର ଏଭଳି କାରନାମା କରିଥିବାର ସନ୍ଦେହ କରାଯାଉଛି। ଏହି ଘଟଣାରେ ମାମଲା ରୁଜୁ କରି ଅଜଣା ଚୋରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। 

ଶିବ ମନ୍ଦିରରୁ ଶିବଲଙ୍ଗ ଚୋରି ହେବା ଘଟଣା ସାମ୍ନାକୁ ଆସିବା ପରେ ଜାଖଲୌନା ଅଞ୍ଚଳରେ ଖେଳି ଯାଇଛି ଚାଞ୍ଚଲ୍ୟ। ସ୍ଥାନୀୟ ଲୋକ କହୁଛନ୍ତି ଯେ ଶ୍ରାବଣ ମାସରେ ଶିବ ମନ୍ଦିରରୁ ଶିବଲିଙ୍ଗ ଚୋରି ଏକ ଖରାପ ଘଟଣା। ଲୋକ ଏହା ମଧ୍ୟ କହୁଛନ୍ତି ଯେ ଭଗବାନ ଶିବଙ୍କ କୋପର ସାମ୍ନା କରିବାକୁ ପଡ଼ିପାରେ। ପୋଲିସ ମାମଲାର ସମାଧାନ କରିବାରେ ଲାଗିପଡ଼ିଛି। 

ଏହି ଜାଖଲୌନା ଅଞ୍ଚଳର ଲୋକଙ୍କ କହିବା କଥା ଯେତେବେଳେ ସେମାନେ ମଙ୍ଗଳବାର ସକାଳେ ଶିବ ମନ୍ଦିରରେ ପହଞ୍ଚିବା ପରେ ଦେଖିବାକୁ ପାଇଲେ ଯେ ସେଠାରେ ଶିବଲିଙ୍ଗଙ୍କୁ ଦେଖିଥିଲେ। ମନ୍ଦିରରେ ଶିବଲିଙ୍ଗ ଚୋରି ହୋଇଥିବା ସଙ୍ଗେ ସଙ୍ଗେ ଥାନାରେ ଖବର ଦିଆଯାଇଥିଲା। ଶ୍ରାବଣ ମାସ ହୋଇଥିବାରୁ ପ୍ରତିଦିନ ଶତାଧିକ ଭକ୍ତ ମନ୍ଦିରକୁ ଯାଇ ଜଳାଭିଷେକ କରିଥାନ୍ତି। ଏଭଳି ପରିସ୍ଥିତିରେ ଭକ୍ତ ଶିବଲିଙ୍ଗକୁ ଯଥାଶୀଘ୍ର ଫେରାଇ ଆଣିବାକୁ ଦାବି କରୁଛନ୍ତି।

Also Read: Assam: ଗିରଫଦାରୀ ପରେ ଜାମିନ ପାଇଲେ 'ଶିବ'

Also Read: ଭଗବାନ ଶିବଙ୍କ ପରେ ତହସିଲଦାରଙ୍କୁ ମିଳିଲା ନୋଟିସ; ଦେବାକୁ ହେବ ଜବାବ

 

 

 

 

 

 

Read More
{}{}