Hindi News >>Home >>Odisha Trending

Lal Krishna Advani:ଭାରତ ରତ୍ନ ଆଡଭାନୀ ଥିଲେ ଫିଲ୍ମ କ୍ରିଟିକ୍ !

ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ଦେବାକୁ ସରକାର ଘୋଷଣା କରିଛନ୍ତି । ଭାରତୀୟ ରାଜନୀତିର ଜଣେ ବଳିଷ୍ଠ ବ୍ୟକ୍ତିତ୍ୱ  ଆଡଭାନୀ ଦେଶର ରାଜନୀତିକୁ ନୂଆ ମୋଡ଼ ଦେଇଥିଲେ । କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ ଯେ ଲାଲ କୃଷ୍ଣ ଆଡଭାନୀ ମଧ୍ୟ ହିନ୍ଦୀ ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରନ୍ତି। ନୂଆ କିମ୍ବା ପୁରୁଣା ଚଳଚ୍ଚିତ୍ର

Advertisement
SOCIAL MEDIA
Stop
Zee Odisha Desk|Updated: Feb 03, 2024, 06:48 PM IST

Lal Krishna Advani:

ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ଦେବାକୁ ସରକାର ଘୋଷଣା କରିଛନ୍ତି । ଭାରତୀୟ ରାଜନୀତିର ଜଣେ ବଳିଷ୍ଠ ବ୍ୟକ୍ତିତ୍ୱ  ଆଡଭାନୀ ଦେଶର ରାଜନୀତିକୁ ନୂଆ ମୋଡ଼ ଦେଇଥିଲେ । କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ ଯେ ଲାଲ କୃଷ୍ଣ ଆଡଭାନୀ ମଧ୍ୟ ହିନ୍ଦୀ ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରନ୍ତି। ନୂଆ କିମ୍ବା ପୁରୁଣା ଚଳଚ୍ଚିତ୍ର ହେଉ,ସବୁକୁ ଖୁବ ଆଗ୍ରହର ସହ ଦେଖନ୍ତି ।  ପ୍ରତି ସପ୍ତାହରେ ନୂଆ ଚଳଚ୍ଚିତ୍ର ଦେଖିବା ଏବଂ ସେହି ସିନେମାର ସମୀକ୍ଷା ଲେଖିବା ମଧ୍ୟ ତାଙ୍କ ବ୍ୟକ୍ତିତ୍ୱର ଏକ ଅଂଶ ଥିଲା । ସେ ଦେଖିଥିବା ଫିଲ୍ମକୁ ନେଇ ତାଙ୍କ ସହିତ ଯେକେହି ଆଲୋଚନା ମଧ୍ୟ କରୁଥିଲେ ।

କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଲାଲ କୃଷ୍ଣ ଆଡଭାନୀଙ୍କ ରାଜନୀତି ତଳେ ସିନେମା ପ୍ରତି ଥିବା ତାଙ୍କ ଭଲ ପାଇବା ଲୁଚିଯାଇଥିଲା । କିନ୍ତୁ ତାଙ୍କୁ ଅତି ନିକଟରୁ ଯେଉଁମାନେ ଜାଣନ୍ତି ସେମାନେ ଭଲଭାବେ ଜାଣନ୍ତି ଆଡଭାନୀଙ୍କ ସିନେମା ପ୍ରେମ କେତେ । ସିନେମା ପ୍ରତି ତାଙ୍କର ଆଗ୍ରହ ଏବଂ ଜ୍ଞାନ କେତେ ଗଭୀର ଥିଲା  ତାହା ଏଇଥିରୁ ଜଣା ପଡେ ଯେ, ସେ କୌଣସି ବି ଫିଲ୍ମ କିମ୍ବା ଫିଲ୍ମ ତାରକାଙ୍କ ବିଷୟରେ ଗଭୀର ଜ୍ଞାନ ରଖୁଥିଲେ । କେବଳ ଏତିକି ନୁହେଁ,ସେ ମଧ୍ୟ ଚଳଚ୍ଚିତ୍ରର କାହାଣୀ, ଅଭିନେତାଙ୍କ ଅଭିନୟ, ସିନେମାଟୋଗ୍ରାଫି, ସ୍କ୍ରିପ୍ଟ-ସଂଳାପ ଇତ୍ୟାଦି ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିପାରନ୍ତି ।

ଆମୀର ଖାନ 'ଲଗାନ’ର ସ୍ପେଶାଲ ସୋ’

ତେବେ ସିନେମା ପ୍ରତି ଆଡଭାନୀଙ୍କ ପ୍ରେମ କଥା ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ କଳାକାରଙ୍କୁ ଜଣା ଥିଲା। ଏହି କାରଣରୁ ଯେତେବେଳେ ଅଶୁତୋଷ ଗୋୱାରିକରଙ୍କ ନିର୍ଦ୍ଦେଶିତ ଫିଲ୍ମ ଲାଗାନ ରିଲିଜ ହେବାକୁ ଯାଉଥିଲା, ସେତେବେଳେ ଫିଲ୍ମର ମୁଖ୍ୟ ଅଭିନେତା ତଥା ନିର୍ମାତା ଆମୀର ଖାନ ଫିଲ୍ମକୁ ଏଲ.କେ ଆଡଭାନୀଙ୍କୁ ଦେଖାଇବାକୁ ନିଷ୍ପତ୍ତି ନେଇଥିଲେ। ଏହି ଘଟଣା ମେ 2001 ର ଅଟେ । ଲାଗାନ ରିଲିଜ ହେବା ପୂର୍ବରୁ ଏହାର ପ୍ରିମିୟର କେବଳ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ଲାଲ କୃଷ୍ଣ ଆଡଭାନୀ ସେତେବେଳେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଥିଲେ।

ଲାଗାନ୍ ଏମିତି ଏକ ପ୍ରୋଜେକ୍ଟ ଥିଲା ଯାହାକୁ ନେଇ ଆମୀର ଖାନ୍ ବହୁତ ଉତ୍ସାହିତ ଥିଲେ । ଫିଲ୍ମର ଷ୍ଟାର କାଷ୍ଟ ସହିତ ଲାଲ କୃଷ୍ଣ ଆଡଭାନୀ ମଧ୍ୟ ଲାଗାନଙ୍କୁ ଦେଖିଥିଲେ। କ୍ୟାବିନେଟ ମନ୍ତ୍ରୀ ଫିଲ୍ମର ପ୍ରିମିୟର୍ରେ ଯୋଗ ଦେଇଥିଲେ । ଯାହାକି ଗୋଟିଏ   ବଡ଼ ଖବର ଥିଲା । ତେଣୁ ସେଠାରେ ଏକ ଗଣମାଧ୍ୟମର ସମାବେଶ ହୋଇଥିଲା । ଫିଲ୍ମ ଦେଖିବା ପରେ ଆଡଭାନି ବାହାରକୁ ଆସିବା ମାତ୍ରେ ସାମ୍ବାଦିକମାନେ ତାଙ୍କୁ ଘେରି ଯାଇଥିଲେ ।  ଲାଗାନ୍ ବିଷୟରେ ଯାହା କହିଥିଲେ – ତାହା ଫିଲ୍ମକୁ ଢେର ପ୍ରମୋଟ କରିଥିଲା ।  ବହୁତ ସମୟ ପରେ ମୁଁ ଏମିତି ଏକ ଫିଲ୍ମ ଦେଖିଲି ଯାହା ମୋତେ ବହୁତ ଭଲ ଲାଗିଲା ବୋଲି ସେତେବେଳେ ସେ କହିଥିଲେ । ଏହା  ସହିତ ସେ ଆମୀର ଖାନଙ୍କୁ ମଧ୍ୟ ବହୁତ ପ୍ରଶଂସା କରିଥିଲେ। ଲାଲ କୃଷ୍ଣ ଆଡଭାନୀ କହିଥିଲେ ଯେ, ଜଣେ ଅଭିନେତା ଭାବରେ ସେ ଆମୀର ଖାନଙ୍କର ଜଣେ ପ୍ରଶଂସକ । ଆଡଭାନୀଙ୍କ ଏହି ପ୍ରଶଂସା ଶୁଣିବା ପରେ ଆମୀର ଖାନ ବହୁତ ଖୁସି ହୋଇଥିଲେ। ଆଡଭାନୀଙ୍କ ସେହି ବିବୃତ୍ତି ତାଙ୍କ ପାଇଁ କୌଣସି ପଦକଠାରୁ କମ୍ ନଥିଲା ।

ଦେଖିଥିଲେ ଶାହାରୁଖ ଖାନଙ୍କ 'ଅଶୋକା'

ଜୁନ୍ 2001 ରେ ଲାଗାନ୍ ମୁକ୍ତିଲାଭ କରିଥିବାବେଳେ ସେହି ବର୍ଷ ଅକ୍ଟୋବରରେ ଶାହାରୁଖ ଖାନ୍ ତାଙ୍କ ଡ୍ରିମ୍ ପ୍ରୋଜେକ୍ଟ ଅଶୋକା ଆଣିଥିଲେ । ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକଙ୍କ ଜୀବନ ଉପରେ ଅଧାରିତ ଏହି ଫିଲ୍ମ  ଦେଖିବା ପାଇଁ ଶାହାରୁଖ, ଲାଲ କୃଷ୍ଣ ଆଡଭାନୀଙ୍କୁ ନିମନ୍ତ୍ରଣ କରିଥିଲେ । ଆଡଭାନୀ ଶେଷ ପର୍ଯ୍ୟନ୍ତ ପୁରା ଫିଲ୍ମ ଦେଖିଥିଲେ । କିନ୍ତୁ କିଛି କହିନଥିଲେ । ତାଙ୍କ ନିରବତ ହିଁ କହୁଥିଲା ଫିଲ୍ମର ଭାଗ୍ୟ  । ପରେ ଫିଲ୍ମ ସୁପରଫ୍ଲପ୍ ହୋଇଥିଲା । 

‘ଅର୍ଗାନାଇଜର’ରେ କରୁଥିଲେ ଫିଲ୍ମ ସମୀକ୍ଷା

ଲାଲ କୃଷ୍ଣ ଆଡଭାନୀ ଆରମ୍ଭରୁ ଚଳଚ୍ଚିତ୍ରକୁ ଭଲ ପାଉଥିଲେ। ରାଜ କପୁର, ଦେବନନ୍ଦ, ଦିଲୀପ କୁମାର, ଗୁରୁ ଦତ୍ତ, ଧର୍ମେନ୍ଦ୍ର, ଅମିତାଭ ବଚ୍ଚନ, ମୀନା କୁମାରୀ, ନର୍ଗିସ୍, ହେମା ମଲିନୀ, ଜୟା (ଭଦୁରୀ) ବଚ୍ଚନ ଇତ୍ୟାଦି ଏବଂ ଆମୀର, ସଲମାନ, ଶାହାରୁଖଙ୍କ ଭଳି ନୂଆ ଯୁଗର ତାରକାମାନଙ୍କ ଫିଲ୍ମକୁ ସେ ବହୁ ଆଗ୍ରହରେ ଦେଖନ୍ତି। । ସିନେମା ପ୍ରତି ତାଙ୍କର ଭଲପାଇବା ହେତୁ ସେ ରାଷ୍ଟ୍ରିୟ ସ୍ୱୟଂସେବକ ସଂଘର ମୁଖପାତ୍ର ‘ଅର୍ଗନାଇଜର’ରେ  ଚଳଚ୍ଚିତ୍ର ସମୀକ୍ଷା ଲେଖିବାର ସୁଯୋଗ ପାଇଲେ। ଆଡଭାନି ପ୍ରତି ସପ୍ତାହରେ ଏହି ପତ୍ରିକାରେ ଚଳଚ୍ଚିତ୍ର ସମୀକ୍ଷା ଲେଖୁଥିଲେ ଏବଂ ଏହି ଧାରା ଅନେକ ବର୍ଷ ଧରି ଚାଲିଥିଲା | ପରେ ସେ ସମୀକ୍ଷା ଲେଖିବା ବନ୍ଦ କରିଦେଲେ କିନ୍ତୁ ଚଳଚ୍ଚିତ୍ର ଦେଖିବା ଜାରି ରଖିଥିଲେ |

ସେ ସିନେମା ହଲକୁ ଯାଇ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହ ମଧ୍ୟ  ଫିଲ୍ମ ଦେଖୁଥିଲେ । ଦିଲ୍ଲୀ ନଗର ନିଗମ ନିର୍ବାଚନ ହାରିବା ପରେ  1958 ମସିହାରେ ସେ ଓ ବାଜପାୟୀ  ରାଜ କପୁର, ମଲା ସିହ୍ନା ଏବଂ ରହମାନଙ୍କ ଫିଲ୍ମ- ଫିର ସୁବାହ ହୋଗି ଦେଖିବାକୁ  ଦିଲ୍ଲୀର ଇମ୍ପେରିଆଲ୍ ସିନେମା ହଲ ଯାଇଥିଲେ ।

{}{}