Hindi News >>Home >>Odisha Trending

Laddu Holi 2023: ମଥୁରାରେ ଖେଳାଯାଏ ଲଡୁ ହୋଲି, ଅବିର ବଦଳରେ ଲଡୁରେ ଖେଳାଯାଏ ହୋଲି

Laddu Mar Holi Mathura:  କୃଷ୍ଣ ନଗରୀ ମଥୁରାରେ ଲାଠିମାର ହୋଲି ଏବଂ ଛଡିମାର ହୋଲି ନାମରେ ରଙ୍ଗର ପର୍ବ ପାଳନ କରାଯାଏ। କେବଳ ସେତିକି ନୁହେଁ ଏଠାକାର ଅନେକ ସ୍ଥାନରେ ହୋଲି ପର୍ବ ଫୁଲ ସହିତ ଖେଳାଯାଏ। ହେଲେ ଅଯୋଧ୍ୟାସ୍ଥିତ  ବରସାନା ଠାରେ ଖେଳାଯାଉଥିବା ଲଡୁ ମାର ହୋଲିର ବିଶେଷତା ରହିଛି। ଏହି ପରମ୍ପରା କେବେ ଠାରୁ ହେଲା ତାହାର ଏକ ଇତିହାସ ରହିଛି। 

Advertisement
Laddu Holi 2023: ମଥୁରାରେ ଖେଳାଯାଏ ଲଡୁ ହୋଲି,  ଅବିର ବଦଳରେ ଲଡୁରେ ଖେଳାଯାଏ ହୋଲି
Stop
Zee Odisha Desk|Updated: Feb 27, 2023, 10:09 PM IST

Mathura Laddu Mar Holi: ଚଳିତ ବର୍ଷ ୮ ମାର୍ଚ୍ଚରେ ପାଳିତ ହେବାକୁ ଯାଉଛି ରଙ୍ଗର ପର୍ବ ହୋଲି। ହେଲେ ଏହା ପୂର୍ବରୁ ଉତ୍ତର ପ୍ରଦେଶର ବ୍ରଜ ଅଞ୍ଚଳ ଅର୍ଥାତ ରାଜ୍ୟରେ ପଶ୍ଚିମାଞ୍ଚଳରେ ଆରମ୍ଭ ହୋଇଯାଇଛି ହୋଲି ପାଳନ। ଏହି ଅବସରରେ କୃଷ୍ଣ ନଗରୀ ମଥୁରାସ୍ଥିତ ବାରସାନା ଠାରେ ଖେଳାଯାଇଛି ଲଡୁ ମାର୍ ହୋଲି। ବ୍ରଜ ଅଞ୍ଚଳର ହୋଲି ପର୍ବ ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ଏଠାରେ ପାଳିତ ହେଉଥିବା ହୋଲି ଦେଖିବାକୁ ଦେଶ ବିଦେଶରୁ ଆସିଥାନ୍ତି ଲୋକ। ଏଠାରେ କୌଣସି ଏକ ସ୍ଥାନରେ ହୋଲିର ପର୍ବ ଫୁଲେରା ଦୁଜ ଠାରୁ ଆରମ୍ଭ ହୋଇଥାଏ। ଚୈତ୍ର ମାସ ପ୍ରତିପଦା ପଞ୍ଚମୀ ତିଥି ଅର୍ଥାତ ରଙ୍ଗ ପଞ୍ଚମୀ ପର୍ଯ୍ୟନ୍ତ ଏଠାରେ ହୋଲି ଭିନ୍ନ ଭିନ୍ନ ଉପାୟରେ ପାଳନ କରାଯାଏ। 

କୃଷ୍ଣ ନଗରୀ ମଥୁରାରେ ଲାଠିମାର ହୋଲି ଏବଂ ଛଡିମାର ହୋଲି ନାମରେ ରଙ୍ଗର ପର୍ବ ପାଳନ କରାଯାଏ। କେବଳ ସେତିକି ନୁହେଁ ଏଠାକାର ଅନେକ ସ୍ଥାନରେ ହୋଲି ପର୍ବ ଫୁଲ ସହିତ ଖେଳାଯାଏ। ହେଲେ ଅଯୋଧ୍ୟାସ୍ଥିତ  ବରସାନା ଠାରେ ଖେଳାଯାଉଥିବା ଲଡୁ ମାର ହୋଲିର ବିଶେଷତା ରହିଛି। ଏହି ପରମ୍ପରା କେବେ ଠାରୁ ହେଲା ତାହାର ଏକ ଇତିହାସ ରହିଛି। 

ଫେବୃଆରୀ ୨୭ ତାରିଖ ସୋମବାର ବରସାନାସ୍ଥିତ ଶ୍ରୀ ଜୀ ମନ୍ଦିରରେ ଲଡୁ ସହ ଆରମ୍ଭ ହୋଇଯାଇଛି ଲଡୁ଼ ମାର ହୋଲି। ଏଠାକାର ଶ୍ରୀ ଜୀ ମନ୍ଦିରରେ ଲୋକେ ଅବିର କିମ୍ବା କୌଣସି ରଙ୍ଗ ପରିବର୍ତ୍ତେ ପରସ୍ପର ଉପରେ ଲଡୁ ପକାଇ ହୋଲି ଖେଳିଥାନ୍ତି। ଏନେଇ କୁହାଯାଏ ଯେ ହୋଲି ଖେଳିବା ପାଇଁ ବରସାନାକୁ ଆସିବାକୁ ନନ୍ଦଗାଓଁଙ୍କ ନିମନ୍ତ୍ରଣ ଗ୍ରହଣ କରିବାର ପରମ୍ପରା ଏହି ହୋଲି ସହିତ ଜଡିତ। ଯାହା ଆଜି ପାଳନ କରାଯାଉଛି। ବିଶ୍ୱାସ କରାଯାଏ ଯେ ଏହି ଉପାୟରେ ହୋଲି ଖେଳିବା ଦ୍ୱାରା ପ୍ରେମ ଏବଂ ମଧୁରତା ବୃଦ୍ଧି ପାଇଥାଏ। ଲଡୁ ହୋଲିର ପରଦିନ ଅର୍ଥାତ୍ ୨୮ ଫେବୃଆରୀରେ ଲାଠିମାର ହୋଲି ବରସାନା ଠାରେ ଖେଳାଯିବ।

ପୌରାଣିକ କଥା ଅନୁସାରେ ଦ୍ୱାପର ଯୁଗରେ ରାଧା ରାଣୀଙ୍କ ପିତା ବିଶ୍ୱଭାନୁ ଜୀ ଶ୍ରୀକୃଷ୍ଣଙ୍କ ପିତାଙ୍କୁ ନନ୍ଦଗାଓଁ ଠାରେ ହୋଲି ଖେଳିବାକୁ ଆମନ୍ତ୍ରଣ କରିଥିଲେ। ବରସାନାର ଗୋପୀଙ୍କ ହୋଲିଙ୍କ ନିମନ୍ତ୍ରଣ ପତ୍ର ସହିତ ନନ୍ଦଗାଓଁକୁ ଯାଇଥିଲେ ରାଧା ରାଣୀଙ୍କ ପିତା। ଯାହା କାହ୍ନାଙ୍କ ପିତା ନନ୍ଦବାବା ଖୁସିର ସହ ଗ୍ରହଣ କରିଥିଲେ। ନିମନ୍ତ୍ରଣ ଗ୍ରହଣ ପତ୍ର ଏକ ପୁରୋହିତଙ୍କ ମାଧ୍ୟମରେ ବରସାନାକୁ ପଠାଇଥିଲେ। ବରସାନାରେ ପୁରୋହିତଙ୍କୁ ଅତିଥି ଭାବରେ ସତ୍କାର କରାଯାଇଥାଏ। ହୋଲି ଅବସରରେ ଆସିଥିବା ପୁରୋହିତଙ୍କୁ ଲଡୁ ଖୁଆଯାଇଥିଲା। ଏହି ସମୟରେ, କେତେକ ଗୋପୀ ସେମାନଙ୍କ ପାଇଁ ଅବିର ପକାଇ ଦେଇଥିଲେ। ହେଲେ ପୁରୋହିତଙ୍କ ପାଖରେ ଅବିର ନଥିଲା। ସେ ଅବିର ବଦଳରେ ଗୋପୀଙ୍କ ଉପରେ ଲଡୁ ପକାଇ ଦେଇଥିଲେ। ଦ୍ୱାପର ଯୁଗରେ ଘଟିଥିବା ଏହି ଘଟଣା ବର୍ତ୍ତମାନ ସମୟରେ ଲଡୁମାର ହୋଲି ଭାବରେ ପ୍ରସିଦ୍ଧ ହୋଇଯାଇଛି। ଏହି ପରମ୍ପରା ଆଜି ମଧ୍ୟ ଚାଲିଛି। 

ପ୍ରତ୍ୟାଖ୍ୟାନ: ଏଠାରେ ପ୍ରଦାନ କରାଯାଇଥିବା ସୂଚନା କେବଳ ଅନୁମାନ ଉପରେ ଆଧାରିତ। ଏଠାରେ ଉଲ୍ଲେଖଯୋଗ୍ୟ Zee Odisha ଏହାକୁ କୌଣସି ପ୍ରକାରେ ସୁନିଶ୍ଚିତ କରେ ନାହିଁ। କୌଣସି ସୂଚନା କିମ୍ବା ବିଶ୍ୱାସକୁ କାର୍ଯ୍ୟକାରୀ କରିବା ପୂର୍ବରୁ, ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।

 

Read More
{}{}