Hindi News >>Home >>Odisha Trending

Koraput News: ଅଧା ରାସ୍ତାରେ ଜଳିଗଲା ଆମ୍ବୁଲାନ୍ସ, ଏପଟେ ଗାଡ଼ିକୁ ଅପେକ୍ଷା କରି କରି ଚାଲିଗଲା ରୋଗୀର ଜୀବନ

Koraput News: ଅଧାବାଟରେ ଜଳିଗଲା ଆମ୍ବୁଲାନ୍ସ । ସେପଟେ ଆମ୍ବୁଲାନ୍ସକୁ ଅପେକ୍ଷା ଥିବା ରୋଗୀ ଆଖି ବୁଜିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କୁମ୍ଭାରୀପୁଟ ପଞ୍ଚାୟତ ଗୁଲିମିଗୁଡ଼ା ଗାଁରେ । ମୃତ ରୋଗୀଙ୍କ ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରାଯାଇଛି । 

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: May 07, 2023, 01:38 PM IST

Koraput News in Odia: ହଠାତ୍ ଅଧାବାଟରେ ହୁ ହୁ ହୋଇ ଜଳିଗଲା ଆମ୍ବୁଲାନ୍ସ (108 Ambulance)  । ସେପଟେ ଆମ୍ବୁଲାନ୍ସକୁ ଅପେକ୍ଷା କରି ଚାଲିଗଲା ରୋଗୀଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ (Koraput) ଜିଲ୍ଲା ବନ୍ଧୁଗାଁ (Bandhugaon) ବ୍ଲକ କୁମ୍ଭାରୀପୁଟ ପଞ୍ଚାୟତ ଗୁଲିମିଗୁଡ଼ା ଗାଁରେ । ମୃତ ରୋଗୀଙ୍କ ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରାଯାଇଛି । ସୂଚନା ଅନୁଯାୟୀ, ଗୁଲିମିଗିଡ଼ାର ରୋଗୀଙ୍କ ମେଡ଼ିକାଲ ନେବା ଲାଗି ପରିବାର ଲୋକେ ଫୋନ ଯୋଗେ ୧୦୮ ଆମ୍ବୁଲାନ୍ସ ଡ଼କାଇଥିଲେ । ଫୋନ ପାଇବା ପରେ ଆମ୍ବୁଲାନ୍ସଟି ବନ୍ଧୁ ଗାଁ ମେଡ଼ିକାଲରୁ ବାହାରିଥିଲା । କିନ୍ତୁ ଅଧା ବାଟରେ ସର୍ଟ ସର୍କିଟ (Short circuit) ଯୋଗୁଁ ଆମ୍ବୁଲାନ୍ସଟି ହଠାତ୍ ଜଳିଯାଇଥିଲା । ଏହି ଦୁର୍ଘଟଣାରେ (Accident) କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ସେପଟେ ଆମ୍ବୁଲାନ୍ସକୁ ଅପେକ୍ଷା କରି ଯନ୍ତ୍ରଣାରେ ଛଟପଟ ହୋଇ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ରୋଗୀଙ୍କ ମୃତ୍ୟୁ ପରେ ପରିବାର ଲୋକେ କ୍ଷତିପୂରଣ ଦାବି କରିବା ସହ ସରକାରୀ ବ୍ୟବସ୍ଥାକୁ ଦାୟୀ କରିଛନ୍ତି । ପ୍ରକାଶ ଥାଉ କି, କିଛି ଦିନ ତଳେ ଏଭଳି ସମାନ ଘଟଣା ସାମ୍ନାକୁ ଆସିଥିଲା । ଦୀର୍ଘ ୧୭ ଘଣ୍ଟା ଧରି ଆମ୍ବୁଲାନ୍ସ ନ ଆସିବାରୁ ଏକ ଶିଶୁର ମୃତ୍ୟୁ ହୋଇଥିଲା ।

ସେପଟେ ବାହାଘର ସାରି ଖୁସିରେ ନିଜ ଘରକୁ ଫେରୁଥିଲେ ବରଯାତ୍ରୀ ବସ୍ ଓଲଟି ଘଟଣାସ୍ଥଳରେ ୫ ଜଣଙ୍କ(five killed) ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ଆଗକୁ ବଢିବ ବୋଲି ଆଶଙ୍କା କରାଯାଉଛି। ମଧ୍ୟପ୍ରଦେଶ ଭିଣ୍ତ ଜିଲ୍ଲାର (Bhind District)ମୋହୋଇ ଗାଁ ନିକଟରେ ଶନିବାର ବିଳମ୍ବିତ ରାତି ସମୟରେ ଏହି ଦୁର୍ଘଟଣା ଘଟିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତକ ମାନେ ହେଲେ  ରାମବରନର କୁଲୁ, ବିକାଶ , ରଘୁନନ୍ଦନ୍, କୁଲଦୀପ, ସିରୋମଣୀ।  ତେବେ, ବସରେ ୬୦ ବରଯାତ୍ରୀ ଥିଲେ । ସୂଚନା ଅନୁସାରେ, ଶନିବାର ଦିନ ରନ୍ଦେରୀ ଥାନା ଅଞ୍ଚଳର ମାଡେଲା ଗାଁର ବାସିନ୍ଦା ମାଲୁ ପାଲଙ୍କ ଦୁଇ ପୁଅ ପପୁ ଓ ସୁନୀଲଙ୍କ ବିବାହ ଉତ୍ସବ(wedding) ଥିଲା । ଏନେଇ ମାଲୁ ନିଜ ନିକଟ ସମ୍ପର୍କୀୟଙ୍କୁ ବିବାହ କାର୍ଯ୍ୟରେ ସେମାନଙ୍କୁ ସାମିଲ ହେବା ପାଇଁ ଡାକିଥିଲେ। ବିବାହରେ ପହଞ୍ଚି ବରଯାତ୍ରୀରେ ସାମିଲ ହୋଇଥିଲେ ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟ । ବିବାହ ଭୋଜି ଖାଇ ଏକ ବସ୍ ଯୋଗେ ସମସ୍ତ ନିଜ ଘରକୁ ବିଳମ୍ବିତ ରାତିରେ ଫେରୁଥିଲେ। ବସଟି ବିଳମ୍ବିତ ରାତିରେ ବରଯାତ୍ରୀଙ୍କୁ ନେଇ ମାଡେଲା ଗାଁରୁ ଭିଣ୍ତ ଜିଲ୍ଲା (Bhind  District) ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ମୋହୋଇ ଗାଁ ନିକଟରେ ପହଞ୍ଚିଲା ବେଳେକୁ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ -ବରଯାତ୍ରୀ ବସକୁ ଧକ୍କା ଦେଇଥିଲା । ଫଳରେ ବସଟି ରାସ୍ତା କଡକୁ ଖସି ପଡିଥିଲା। ଘଟଣାସ୍ଥଳରେ ବସ୍ ଡ୍ରାଇଭର , କଣ୍ତକ୍ଟରଙ୍କ ସମତେ ତିନି ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା(five killed) । 

ସେହିପରି ଉତ୍ତରପ୍ରଦେଶର ଜାଲୌନ ଜିଲ୍ଲାର ମାଧେଗଡ ଥାନା ଅନ୍ତର୍ଗତ ଗୋପାଳପୁରା ପାଖରେ ଏକ ଭୟଙ୍କର ସଡକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏକ ଅଜଣା ଗାଡି ଧକ୍କା ଦେବା ପରେ ବସ୍ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପୋଲିସର ସୂଚନାନୁସାରେ, ବସରେ ସମୁଦାୟ ୪୦ ଜଣ ଯାତ୍ରୀ ଥିଲେ।  ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ନେଇ ପୋଲିସ ସୂଚନା ଦେଇଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

 

 

 

 

Read More
{}{}