Hindi News >>Home >>Odisha Trending

Minor: ହସ୍ପିଟାଲରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ ଜଣେ ୧୨ ବର୍ଷର ନାବାଳିକା, ଜାଣନ୍ତୁ ପୂରା ମାମଲା

Minor: ଦିଲ୍ଲୀରେ ବଳାତ୍କାର ହୋଇଥିବା ଜଣେ ୧୨ ବର୍ଷର ନାବାଳିକା କୋଲକାତା ହସ୍ପିଟାଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ପୀଡିତାଙ୍କ ପରିବାର ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ବିରୋଧରେ ପୋଲିସ ଷ୍ଟେସନରେ ମାମଲା ଦାୟର କରିଛନ୍ତି ।

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: Nov 19, 2022, 03:19 PM IST

କୋଲକାତା: ଜଣେ ୧୨ ବର୍ଷୀୟ ନାବାଳିକା (Minor) କୋଲକାତାର (Kolkata) ଏକ ହସ୍ପିଟାଲରେ (Hospital) ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି, କିନ୍ତୁ ଏହି ଶିଶୁର ଜନ୍ମ ଅନ୍ୟମାନଙ୍କ ପରି ସୁଖ ଆଣି ପାରି ନାହିଁ । ଦିଲ୍ଲୀରେ ଏହି ନାବାଳିକାକୁ ଯୌନ ନିର୍ଯାତନା (Sexually assaulted) ଦିଆଯିବା ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା, ଯେଉଁଥିପାଇଁ ସେ ଗର୍ଭବତୀ ହୋଇଥିଲେ, କିନ୍ତୁ ଏହା ଜଣାପଡିବା ପରେ ଗର୍ଭପାତର ସମୟ ଅତିବାହିତ ହୋଇଯାଇଥିଲା ତେଣୁ ଶେଷରେ ଡାକ୍ତରମାନେ ଶିଶୁଟିକୁ ପ୍ରସବ କରିବାକୁ ନିଷ୍ପତ୍ତି ନେଇଥିଲେ । ନାବାଳିକା ଜଣକ ଶୁକ୍ରବାର ଦିନ ଲେଡି ଡଫେରିନ ଭିକ୍ଟୋରିଆ ହସ୍ପିଟାଲରେ (Lady Dufferin Victoria Hospital) ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି ।

ନାବାଳିକାର ପରିବାର ପକ୍ଷରୁ କୋଲକାତାର ମୋଚିପଡା ପୋଲିସ ଷ୍ଟେସନରେ ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ବିରୋଧରେ ଅଭିଯୋଗ କରଯାଇଛି । 'ନାବାଳିକା ଓ ଅବିବାହିତ ମା' ଯୋଗୁଁ ହସ୍ପିଟାଲ ଆଇନ ଅନୁଯାୟୀ ପଦକ୍ଷେପ ନେଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଝିଅଟିର ମା' ଦିଲ୍ଲୀର ଜଣେ ଲୋକଙ୍କ ଘରେ ଚାକରାଣୀ ଭାବରେ କାମ କରୁଥିଲେ । ବାପା ଏକ ଗ୍ରିଲ୍ କାରଖାନାରେ କାମ କରୁଥିଲେ । ଝିଅଟି ସେମାନଙ୍କ ସହିତ ରହୁଥିଲା । ସେ ଦିନସାରା ଘରେ ଏକୁଟିଆ ରହୁଥିଲେ । ସେହି ସମୟ ମଧ୍ୟରେ ତାଙ୍କ ପଡ଼ୋଶୀ ମହେଶ ସାମୁଏଲ ନାମକ ଜଣେ ବ୍ୟବସାୟୀ ନାବାଳିକାଙ୍କୁ ନିୟମିତ ଯୌନ ନିର୍ଯାତନା ଦେଉଥିଲେ । ନାବାଳିକାକୁ ଧମକ ଦିଆଯାଇଥିବା ପରିବାର ଅଭିଯୋଗ କରିଛନ୍ତି । ଧମକ ଦିଆଯାଇଥିଲା ଯେ ଯଦି ସେ କାହାକୁ କିଛି କୁହନ୍ତି ତେବେ ଏହାର ଖରାପ ପରିଣାମ ଆସିବ । ନାବାଳିକା ଜଣକ ଭୟ ଯୋଗୁଁ ଚୁପ୍ ରହିଲେ ।

କିନ୍ତୁ କିଛି ଦିନ ପୂର୍ବରୁ ଦିଲ୍ଲୀରୁ କୋଲକାତା ଘରକୁ ଫେରିବା ପରେ ସେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ଚିକିତ୍ସା ସମୟରେ, ଅଲଟ୍ରାସୋନୋଗ୍ରାଫି ଦ୍ୱାରା ପ୍ରକାଶ ପାଇଲା ଯେ ବାର ବର୍ଷର ଝିଅଟି ଗର୍ଭବତୀ! ଏହାକୁ କେହି ବିଶ୍ୱାସ କରିପାରିନଥିଲେ । ଦୀର୍ଘ ସମୟ ଧରି ଝିଅ ସହିତ କଥାବାର୍ତ୍ତା ହେବା ପରେ ଜଣାପଡିଥିଲା ​​ଯେ ଅଭିଯୁକ୍ତ ଜଣକ ତାଙ୍କ ସହ ଦିଲ୍ଲୀରେ ଏହି ଘଟଣା କରିଛନ୍ତି । ସେତେବେଳକୁ ଗର୍ଭଧାରଣର ୨୦ ସପ୍ତାହ ଅତିବାହିତ ହୋଇଯାଇଥିଲା । ତେଣୁ ଗର୍ଭପାତ ସମ୍ଭବ ହୋଇ ନଥିଲା ଓ ଶିଶୁକୁ ଜନ୍ମ ଦେବାକୁ ନିଷ୍ପତ୍ତି ନିଆଗଲା । ସେ ଗତକାଲି ଶିଶୁକୁ ଜନ୍ମ ଦେଇଛନ୍ତି । ଶିଶୁଟି ସମୟ ପୂର୍ବରୁ ଜନ୍ମ ହୋଇଥିଲା ଓ ଓଜନ ଦେଢ଼ କିଲୋ ଥିଲା । ଯଦିଓ ଉଭୟ ମା' ଓ ଶିଶୁ ସୁସ୍ଥ ଅଛନ୍ତି । କିନ୍ତୁ ପରିବାରର ଦାବି ସମାନ ଯେ ସେମାନେ ଯଥାଶୀଘ୍ର ନ୍ୟାୟ ଚାହୁଁଛନ୍ତି । ଦିଲ୍ଲୀର ସେହି ବ୍ୟବସାୟୀଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ୍ । କୋଲକାତାର ମୋଚିପଡା ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

ଏହା ବି ପଢ଼ନ୍ତୁ: Tulsi Benefits: ପ୍ରତିଦିନ ଖାଆନ୍ତୁ ୪ଟି ତୁଳସୀ ପତ୍ର, ଏସବୁ ରୋଗରୁ ମିଳିବ ମୁକ୍ତି

Read More
{}{}