Hindi News >>Home >>Odisha Trending

Pooja Khedikar : କିଏ ଏହି ପୂଜା ଖେଡକର ? ଯାହାଙ୍କ ବିରୋଧରେ ବଢୁଛି ବିବାଦ

ନୂଆଦିଲ୍ଲୀ: ଶିକ୍ଷାନବୀନ ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ ପାଇଁ ସମସ୍ୟା ବଢିବାରେ ଲାଗିଛି। କ୍ୱାର୍ଟର ଏବଂ ଗାଡ଼ି ଡିମାଣ୍ଡ ପରେ ଏବେ ହ୍ୱାଟସଆପ ଚାଟ ପୂଜାଙ୍କ ସମସ୍ୟା ଦ୍ୱିଗୁଣିତ କରିଦେଇଛି। ପୁଣେରେ ପ୍ରୋବେଶନ ପିରିୟଡ଼ରେ ବିଭିନ୍ନ ପ୍ରକାର ଦାବି କରି ଏବେ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି ପୂଜା। ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ

Advertisement
Pooja Khedikar : କିଏ ଏହି ପୂଜା ଖେଡକର ? ଯାହାଙ୍କ ବିରୋଧରେ ବଢୁଛି ବିବାଦ
Stop
Prabhudatta Moharana|Updated: Jul 11, 2024, 06:40 PM IST

Pooja Khedikar: ନୂଆଦିଲ୍ଲୀ: ଶିକ୍ଷାନବୀନ ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ ପାଇଁ ସମସ୍ୟା ବଢିବାରେ ଲାଗିଛି। କ୍ୱାର୍ଟର ଏବଂ ଗାଡ଼ି ଡିମାଣ୍ଡ ପରେ ଏବେ ହ୍ୱାଟସଆପ ଚାଟ ପୂଜାଙ୍କ ସମସ୍ୟା ଦ୍ୱିଗୁଣିତ କରିଦେଇଛି। ପୁଣେରେ ପ୍ରୋବେଶନ ପିରିୟଡ଼ରେ ବିଭିନ୍ନ ପ୍ରକାର ଦାବି କରି ଏବେ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି ପୂଜା। ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ଏଠାରେ କହି ରଖୁ କି ପଦ ପାଇବା ପାଇଁ ସେ ଶାରିରୀକ ବିକଳାଙ୍ଗ ପ୍ରମାଣପତ୍ର ଓ ଓବିସି କୋଟାର ଦୁରୁପଯୋଗ କରିଥିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରିପୋର୍ଟ ମଗାଯାଇଛି। ଏହା ବ୍ୟତୀତ ପ୍ରଶାସନିକ ଅଧିକାରୀମାନଙ୍କୁ ତାଲିମ ଦେଉଥିବା ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନିକ ଅକାଦେମୀ ମଧ୍ୟ ମହାରାଷ୍ଟ୍ର ସରକାରଙ୍କ ତରଫରୁ ଏହି ମାମଲା ଉପରେ ରିପୋର୍ଟ ମାଗିଛି। ଏହାର ଅର୍ଥ ପୂଜା ଖେଡକରଙ୍କ ପାଇଁ ସମସ୍ୟା ବଢିବାରେ ଲାଗିଛି। 

ଦୁର୍ବ୍ୟବହାର ପାଇଁ ପୂଜାଙ୍କୁ ପୁଣେରୁ ୱାସିମ ଜିଲ୍ଲାକୁ ମହାରାଷ୍ଟ୍ର ସରକାର ବଦଳି କରିଦେଇଥିଲେ। ଧମକାଇବା ଓ ଅପମାନଜନକ ବ୍ୟବହାର ପାଇଁ ମହାରାଷ୍ଟ୍ର ସରକାର ପୂଜାଙ୍କର ବଦଳି କରିଦେଇଥିଲେ। ସେପଟେ ଏହି ବଦଳି ପରେ ପୂଜା କହିଥିଲେ କି ମୁଁ ୱସିମ ଜିଲ୍ଲାରେ ନିଯୁକ୍ତି ପାଇଁ ଖୁସି ଅଛି। ଏଠାରେ କାର୍ଯ୍ୟ କରିବା ପାଇଁ ମଧ୍ୟ ମୁଁ ବହୁତ ଉତ୍ସୁକତାର ସହିତ ଅପେକ୍ଷା କରିଛି ବୋଲି ପୂଜା କହିଥିଲେ। ତେବେ ବିବାଦ ବଢିବା ପରେ ସେ କହିଥିଲେ କି ସରକାରୀ ନିୟମ ଅନୁଯାୟୀ ଏହି ମାମଲା ନେଇ ଗଣମାଧ୍ୟମରେ କୌଣସି ମତ ଦେଇପାରିବି ନାହିଁ ବୋଲି ସେ କହିଥିଲେ। 

ସେପଟେ ପୂଜା ଖେଡକରଙ୍କ ଦୁର୍ବ୍ୟବହାର ନେଇ ପୁଣେର ଜିଲ୍ଲାପାଳ ସୁହାସ ଦିୱସେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିତିନ ଗନ୍ଦ୍ରେଙ୍କୁ ଏକ ରିପୋର୍ଟ ପଠାଇଥିଲେ। ଏହି ରିପୋର୍ଟ ଆସିବା ପରେ ପୂଜାଙ୍କର ପୁଣେରୁ ୱାସିମକୁ ବଦଳି କରିଦିଆଯାଇଥିଲା। ମହାରାଷ୍ଟ୍ର କ୍ୟାଡର ୨୦୨୩ ବ୍ୟାଚର ଆଇଏଏସ ଅଧିକାରୀ ହେଉଛନ୍ତି ପୂଜା ଖେଡକର। ଭାରତୀୟ ପ୍ରଶାସନିକ ସେବାରେ ପଦ ପାଇବା ପାଇଁ ଶାରିରୀକ ବିକଳାଙ୍ଗ ଓ ଓବିସି ବର୍ଗର ପ୍ରମାଣ ପତ୍ରର ଦୁରୁପଯୋଗ କରିଥିଲେ। ଏଠାରେ କହି ରଖୁ କି ପୂଜାଙ୍କର ପିତା ମଧ୍ୟ ପୂର୍ବରୁ ମହାରାଷ୍ଟ୍ରର ସରକାରରେ ବରିଷ୍ଠ ପ୍ରଶାସକ ଭାବେ ଅବସର ନେଇସାରିଛନ୍ତି। ତାଙ୍କ ବାପାଙ୍କ ବିରୋଧରେ ମଧ୍ୟ ଧମକାଇବା ଭଳି ଅଭିଯୋଗ ରହିଛି। 

Read More
{}{}