Hindi News >>Home >>Odisha Trending

IRCTC Tour Package: ଶୀତ ଦିନେ ବୁଲିବାକୁ ଚାହୁଁଛନ୍ତି କି, IRCTC ଦେଉଛି ସବୁଠାରୁ ଶସ୍ତା ଅଫର

ଏହି ଶୀତ ଋତୁକୁ ସ୍ୱତନ୍ତ୍ର କରାଯିବା ଆବଶ୍ୟକ ଏବଂ ଭ୍ରମଣ କରିବାର ଯୋଜନା ଅଛି। ତେଣୁ IRCTC ଆପଣଙ୍କୁ ସର୍ବୋତ୍ତମ ଟୁର୍ ପ୍ୟାକେଜ୍ ଆଣିଛି। ଆପଣ ସ୍ୱଳ୍ପ ବଜେଟରେ ରାଜସ୍ଥାନର ଅନେକ ସୁନ୍ଦର ସ୍ଥାନ ଅନୁସନ୍ଧାନ କରିପାରିବେ।

Advertisement
IRCTC Tour Package: ଶୀତ ଦିନେ ବୁଲିବାକୁ ଚାହୁଁଛନ୍ତି କି, IRCTC ଦେଉଛି ସବୁଠାରୁ ଶସ୍ତା ଅଫର
Stop
Zee Odisha Desk|Updated: Nov 09, 2022, 09:01 PM IST

IRCTC Tour Package: ନୂଆଦିଲ୍ଲୀ: ପୁରା ଦେଶକୁ ଶୀତ ଋତୁ (Winter Season) ଛୁଇଁ ସାରିଲାଣି। ଆଗକୁ ଛୁଟିଦିନ (Holiday) ମଧ୍ୟ ଆସୁଛି। ଏପରି ପରିସ୍ଥିତିରେ ଯଦି ଆପଣ କୌଣସି ସ୍ଥାନକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ରାଜସ୍ଥାନ (Rajsthan) ଆପଣଙ୍କ ପାଇଁ ସବୁଠାରୁ ଭଲ ଡେଷ୍ଟିନେସନ (Tour Destination) ହୋଇପାରେ। ଏଥିପାଇଁ IRCTC ଆପଣଙ୍କୁ ସ୍ୱଳ୍ପ ବଜେଟରେ ଏକ ଭଲ ଟୁର୍ ପ୍ୟାକେଜ୍ (Tour Package) ଯୋଗାଇ ଦେଉଛି। ଏହି ପ୍ୟାକେଜ୍ ମାଧ୍ୟମରେ ଆପଣ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଆପଣଙ୍କର ଛୁଟିଦିନ ଉପଭୋଗ କରିପାରିବେ। IRCTC ର ଏହି ଟୁର୍ ପ୍ୟାକେଜ୍ ବିଷୟରେ ଆସନ୍ତୁ ଜାଣିବା।

ଆଇଆରସିଟିସି (IRCTC) ପକ୍ଷରୁ ଦିଆଯାଉଥିବା ପ୍ୟାକେଜର ପ୍ରକୃତ ନାମ ହେଉଛି 'ରୟାଲ୍ ରାଜସ୍ଥାନ ଏକ୍ସ-ମୁମ୍ବାଇ' (Royal Rajsthan Ex Mumbai), ଯାହା IRCTC ତରଫରୁ ରାଜସ୍ଥାନର ଅନେକ ସହର ପରିଦର୍ଶନ କରିବାର ସୁଯୋଗ ଦେଇଥାଏ। ନିକଟରେ ଆରମ୍ଭ ହୋଇଥିବା 'ଦେଖୋ ଅପନା ଦେଶ' କାର୍ଯ୍ୟକ୍ରମ ଅଧୀନରେ ଏହି ଚମତ୍କାର ଟୁର୍ ପ୍ୟାକେଜ୍ ଭ୍ରମଣ କରିବାକୁ ଭଲପାଉଥିବା ଲୋକଙ୍କ ପାଇଁ ଅଣାଯାଇଛି। ଏହି ଟୁର୍ ପ୍ୟାକେଜରେ ଆପଣ ସମୁଦାୟ ୮ ଦିନ ୯ରାତି ବିତାଇବାକୁ ଏକ ସୁଯୋଗ ପାଇବେ।

ଆଇଆରସିଟିସିର ଏହି ସ୍ୱତନ୍ତ୍ର ଟୁର୍ ପ୍ୟାକେଜରେ ରାଜସ୍ଥାନର ଅନେକ ସହରର ସ୍ୱତନ୍ତ୍ର ସ୍ଥାନ ପର୍ଯ୍ୟଟକ ଦେଖିବାକୁ ପାଇବେ । ରୟାଲ ରାଜସ୍ଥାନ ଏକ୍ସ-ମୁମ୍ବାଇ ଟୁର୍ ପ୍ୟାକେଜ୍ ମାଧ୍ୟମରେ ଲୋକଙ୍କୁ ଗୋଲାପୀ ସିଟି ଅର୍ଥାତ୍ ଜୟପୁରର ଆମେର ଦୁର୍ଗ, ବିର୍ଲା ମନ୍ଦିର, ଜୟଗଡ ଦୁର୍ଗ, ଏବଂ ଜଳମହଲ, ପରେ ଜୈସଲମର୍ ଦୁର୍ଗ, ଗଡ଼ିସର ହ୍ରଦ, ଏବଂ ପଟଓ୍ୱେଁ କି ହାଭେଲି ଏବଂ ଯୁଦ୍ଧ ସଂଗ୍ରହାଳୟ ମଧ୍ୟ ଦେଖିପାରିବେ ପର୍ଯ୍ୟଟକ। ଏହା ପରେ ହ୍ରଦର ସହର କୁହାଯାଉଥିବା ଉଦୟପୁର, ଯୋଧପୁର, ଏବଂ ବିକାନେର ଭଳି ଅନେକ ସ୍ଥାନ ପରିଦର୍ଶନ କରିବାର ସୁଯୋଗ ମିଳିବ।

ଏହି ଟୁର ପ୍ୟାକେଜରେ ବିମାନ ସେବାର ମଧ୍ୟ ସୁଯୋଗ ମିଳିବ। ପୁରା ଯାତ୍ରା ସମୟରେ ଆପଣଙ୍କୁ ବ୍ରେକଫାଷ୍ଟ, ଲଞ୍ଚ ଓ ଡିନରର ବ୍ୟବସ୍ଥା ରହିଛି। ଏହା ସହିତ ଭିନ୍ନ ଭିନ୍ନ ସହରର ସବୁଠାରୁ ଭଲ ହୋଟେଲର ରହଣୀ ପାଇଁ ମଧ୍ୟ ଆଇଆରସିଟିସି ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏହା ସହିତ ସହର ମଧ୍ୟରେ ବୁଲିବା ପାଇଁ ଲୋକାଲ ଗାଡ଼ିର ବ୍ୟବସ୍ଥା ରହିଛି। 

ଯଦି ଟୁର ପ୍ୟାକେଜ କଥା ଆଲୋଚନା କରିବା ତେବେ ରୟାଲ ରାଜସ୍ଥାନ ଏକ୍ସ ମୁମ୍ବାଇ ଟୁର ପାଇଁ ଜଣେ ବ୍ୟକ୍ତି ପିଛା ୫୭୧୦୦ ଟଙ୍କାର ବ୍ୟବସ୍ଥା କରାଯାଇଛି। ଯଦି ଦୁଇ ଜଣ ବ୍ୟକ୍ତି ଯିବେ ତେବେ ସେମାନଙ୍କୁ ୪୩୪୦୦ ଟଙ୍କା ଦିଆଯିବ। ସେହିପରି ୩ ଜଣ ବ୍ୟକ୍ତି ଯଦି ଯିବେ ତେବେ ୪୦୭୦୦ ଟଙ୍କା ଦେବାକୁ ହେବେ। ମୁମ୍ବାଇରୁ ରାଜସ୍ଥାନ ପାଇଁ ୧୯ ତାରିଖରୁ ବିମାନ ସେବା ଯୋଗାଇ ଦିଆଯିବ। 

ଅଧିକ ପଢନ୍ତୁ: Prevent Suicide:ଯୁବକଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଉଛି ସୋସିଆଲ ମିଡିଆ, ଧ୍ୟାନ ରଖନ୍ତୁ ପିତାମାତା

ଅଧିକ ପଢନ୍ତୁ: ଆଜି କର୍ମକ୍ଷେତ୍ରରେ ଘଟିପାରେ ଅଘଟଣ, ନିଜ ପ୍ରିୟଜନଙ୍କଠୁ ରୁହନ୍ତୁ ସାବଧାନ

Read More
{}{}