Hindi News >>Home >>Odisha Trending

Types of Ghost: ଜାଣନ୍ତୁ ଭୂତ କେତେ ପ୍ରକାର ଏବଂ କେଉଁ ଭୂତ ସବୁଠୁ ବେସି ଡେଞ୍ଜର

ଆପଣ କେବେ ଭୂତ ଦେଖିଛନ୍ତି କି। ଯଦି ଦେଖି ନାହାନ୍ତି, ତେବେ ଭୂତ କଥା ଶୁଣିଥିବେ ନିଶ୍ଟିତ। ଭୂତ କଣ, ଆପଣ ଜାଣନ୍ତି କି। 

Advertisement
ପ୍ରତିକାତ୍ମକ ଫଟୋ
Stop
Tapaswini Mohalik|Updated: Oct 29, 2022, 09:08 PM IST

Types of Ghost: ଆତ୍ମା ହେଉଛି ଜୀବନ ଶକ୍ତି, ଯାହା ଶରୀରକୁ ଜୀବନ୍ତ ରଖିଥାଏ। ଯେତେବେଳେ ଆତ୍ମା ତଥା ଜୀବନଶକ୍ତି ଶରୀରରୁ ବାହାରିଯାଏ, ସେତେବେଳେ ଶରୀର ମୃତପ୍ରାୟ ହୋଇପଡ଼େ ଓ ପଞ୍ଚତତ୍ତ୍ୱରେ ବିଲୀନ ହୋଇଯାଏ। କୁହାଯାଏ ଯେ ମଣିଷ ମଲା ପରେ ଭୂତ ହୋଇଯାଏ। ଭୂତଙ୍କ ବିଷୟରେ ଆପଣ ଅନେକ କାହାଣୀ ଶୁଣିଥିବେ, ହୁଏତ ଅନେକ ଲୋକ ଭୂତ ଦେଖିଥିବେ। ଦୁନିଆରେ ଏମିତି କୌଣସି ଲୋକ ନଥିବ ଯିଏ ଭୂତ କାହାଣୀ ଶୁଣିନଥିବେ। ହଁ, ଏକଥା ଅଲଗା ହୋଇପାରେ କିଏ ଭୂତ କଥାକୁ ବିଶ୍ୱାସ କରନ୍ତି ତ' ଆଉ କିଏ କରନ୍ତି ନାହିଁ। ଏହା ତ' ଲୋକଙ୍କ ଚିନ୍ତାଧାର ଉପରେ ନିର୍ଭର କରେ। ଯଦି ଆପଣ ଭୂତକୁ ବିଶ୍ୱାସ କରନ୍ତି ନାହିଁ ତାହେଲେ ଏହି ଲେଖାକୁ ଆପଣ ମନୋରଞ୍ଜନ ଭିତ୍ତିକ କାହାଣୀ ଭାବି ହସି ପାରିବେ। ଯଦି ବିଶ୍ୱାସ କରନ୍ତି ତା'ହେଲେ ଜାଣନ୍ତୁ ଭୂତ କେତେ ପ୍ରକାରର ଓ କେଉଁ ପ୍ରକାର ଭୂତ କେତେ ଭୟଙ୍କର।

ଭୂତ:  


ଜୀବନ ଓ ମୃତ୍ୟୁ ମଝିରେ ଏ ଦୁନିଆ... ଯାହାକୁ ବୁଝିବା ଏତେ ସମ୍ଭବ ନୁହେଁ। କୌଣସି ନା କୌଣସି କାରଣ ପାଇଁ ସମସ୍ତଙ୍କ ମନରେ ଡର ବା ଭୟ ରହିଛି। ହିନ୍ଦୁ ଧର୍ମ ଅନୁଯାୟୀ ଗତି ଏବଂ କାର୍ଯ୍ୟରେ ଲୋକଙ୍କ ବିଭାଜନ ଅଛି। ଭୂତ, ପିଶାଚ, ପ୍ରେତ, ଜିନ୍, ଡାହାଣି,  ବ୍ରହ୍ମରାକ୍ଷସ  ଓ ଭାମ୍ପାୟାର ଇତ୍ୟାଦି। ଏହି ସମସ୍ତର ଉପ-ଅଂଶ ମଧ୍ୟ ଅଛି। ଭୂତ ହେଉଛି ପ୍ରଥମ ଆରମ୍ଭ। ଯେତେବେଳେ ଜଣେ ସାଧାରଣ ଲୋକ ମରିଯାଏ, ସେ ପ୍ରଥମେ ଭୂତ ହୋଇଯାଏ।

ପିଶାଚ: 

ପିଶାଚର ସମ୍ପର୍କ ଇଶାଇ ବା ଖ୍ରୀଷ୍ଟିଆନ ମାନ୍ୟତା ଅନୁସାରେ ବିଶେଷ ଭାବେ 'ଭାମ୍ପାୟର୍' ସହିତ ଜଡିତ। ପିଶାଚ ବା ଭାମ୍ପାୟାର ସେହିମାନଙ୍କୁ ବିବେଚନା କରାଯାଏ ଯିଏ ମଣିଷ ରକ୍ତ ପିଏ ଓ ମାଂସ ଖାଇ ବଞ୍ଚିଥାଏ। ଯଦିଓ ସେମାନେ ମୃତ ବୋଲି ବିଶ୍ୱାସ କରାଯାଏ, କିନ୍ତୁ ଏହା ବି କୁହାଯାଏ ପିଶାଚଙ୍କର ମଣିଷଙ୍କ ପରି ଏକ ଭଲଭା (ଆତ୍ମା ପିଣ୍ଡ) ମଧ୍ୟ ଥାଏ। ଏହି ଲୋକମାନେ ଜୀବିତ ଥିଲେ, ପରିବାର ସହିତ ରହୁଥିଲେ ଏବଂ ଶିକାର କରିବାକୁ ଜଙ୍ଗଲକୁ ଯାଉଥିଲେ।

ପ୍ରେତ: 


ପ୍ରେତ ବିଷୟରେ କେବଳ ହିନ୍ଦୁ ଧର୍ମ ନୁହେଁ ଚୀନ୍, ଜାପାନୀ, ବୌଦ୍ଧ ଓ ଭିଏତନାମ ସଂସ୍କୃତିରେ ମଧ୍ୟ ଉଲ୍ଲେଖ ରହିଛି। ପ୍ରେତ ମାନେ 'ଭୋକିଲା ଆତ୍ମା'। ପୂର୍ବ ଜନ୍ମରେ ଯେଉଁମାନେ କିଛି ଭୁଲ କାମରେ ଲିପ୍ତ ଥାନ୍ତି, ମନରେ ଲାଳସା ଭରି ରହିଥାଏ, ଯେଉଁ ମାନଙ୍କର ମନବାଞ୍ଛା ପୂର୍ଣ୍ଣ ହୋଇନଥାଏ ସେମାନେ ପ୍ରେତ ପାଲଟି ଯାଆନ୍ତି। ଯେଉଁମାନଙ୍କୁ ହତ୍ୟା କରାଯାଇଥାଏ, ଯେଉଁମାନେ ଆତ୍ମହତ୍ୟା କରନ୍ତି ଏବଂ ମରିବାକୁ ଇଚ୍ଛା ନଥାଇ ଯେଉଁମାନଙ୍କର ଆକସ୍ମିକ ମୃତ୍ୟୁ ହୁଏ ସେମାନେ ପ୍ରେତ ହୋଇ ବୁଲନ୍ତି। ଏମାନେ ସବୁବେଳେ ଲୋକଙ୍କୁ ହଇରାଣ କରନ୍ତି ଏବଂ ଲୋକଙ୍କର କ୍ଷତି କରନ୍ତି।

ଜିନ୍: 


ଜିନକୁ ଇସଲାମ୍ ଧର୍ମର ଲୋକେ ଅଧିକ ବିଶ୍ୱାସ କରନ୍ତି। କିନ୍ତୁ ହିନ୍ଦୁ ଧର୍ମ ଉପରେ ମଧ୍ୟ ଏହାର ପ୍ରଭାବ ରହିଥାଏ। ଇସଲାମ୍ ମାନ୍ୟତା ଅନୁଯାୟୀ ମଣିଷ ଯେଉଁଭଳି ମାଟିରେ ତିଆରି, ଜିନ୍ ସେମିତି ନିଆଁରୁ ତିଆରି। ଜିନର ଅର୍ଥ ମଣିଷଙ୍କ ଗହଣରେ ଆରାମରେ ରହିଯାଆନ୍ତି। ଏମାନେ ବି ଭଗବାନଙ୍କର ପୂଜା କରନ୍ତି। ଏମାନଙ୍କୁ ଉଦାର ବୋଲି ବିବେଚନା କରାଯାଏ, ଯେଉଁମାନେ ଜଣେ ବ୍ୟକ୍ତିଙ୍କୁ ବହୁତ ଆରାମ ପ୍ରଦାନ କରନ୍ତି। କିନ୍ତୁ ତା' ପ୍ରତିବଦଳରେ ମଣିଷଙ୍କଠାରୁ କିଛି ନା କିଛି ନେଇଥାନ୍ତି, ହୁଏତୋ ମଣିଷର ଶରୀର ବି ହୋଇପାରେ। ଏମାନେ ମଣିଷ ଶରୀରକୁ ସମ୍ପୂର୍ଣ୍ଣ ଭାବେ କବ୍ଜା କରି ନିଅନ୍ତି।

ଡାହାଣୀ:

କେବଳ ମହିଳାଙ୍କୁ ଡାହାଣୀ ମାନିବା ପ୍ରଥା ଭାରତରେ ନୁହେଁ  ବିଭିନ୍ନ ଦେଶରେ ମଧ୍ୟ ଦେଖିବାକୁ ମିଳେ। କୁହାଯାଏ ଯେ ସୁନ୍ଦରୀ ମହିଳାମାନେ ଯାଦୁ ବିଦ୍ୟା ମାଧ୍ୟମରେ ମଣିଷର ଜୀବନ ନେଇଥାନ୍ତି ସେମାନେ ହେଉଛନ୍ତି ଡାହାଣୀ। ଛୋଟ ପିଲାଙ୍କ ଉପରେ ସବୁବେଳେ ଏମାନଙ୍କ ନଜର ଥାଏ। ଭାରତୀୟଙ୍କ ଅନୁସାରେ ଡାହାଣୀମାନେ ରାତିରେ ଶ୍ମଶାନରେ ଚରନ୍ତି, ଗୋଡ଼ ଉପରକୁ ଓ ମୁଣ୍ଡ ତଳକୁ କରି ବିଷ୍ଠା ଖାଆନ୍ତି। ସମୟ ସମୟରେ ଏମାନଙ୍କ ପାଦ ଓଲଟା ମୋଡ଼ି ହୋଇଯାଏ ବୋଲି ଲୋକକଥା ରହିଛି।

ବ୍ରହ୍ମରାକ୍ଷସ:


କୁହାଯାଏ ବ୍ରହ୍ମରାକ୍ଷସ ହେଉଛନ୍ତି ଭୟଙ୍କର ସଇତାନ୍। ବ୍ରହ୍ମଚାରୀମାନେ ସେହି ଭୂତ ବା ପ୍ରେତାତ୍ମା ଯେଉଁମାନେ ଜୀବିତ ଥିବାବେଳେ ବ୍ରାହ୍ମଣ ଥିଲେ। ଯେଉଁ ବ୍ରାହ୍ମଣମାନେ ସେମାନଙ୍କର କାର୍ଯ୍ୟ ଏବଂ ଉପାସନା ସଠିକ୍ ଭାବେ ନକରି ନକରାତ୍ମକ ତଥା ଭୁଲ କାର୍ଯ୍ୟରେ ଲିପ୍ତ ରହିଥାନ୍ତି, ସେମାନେ ମୃତ୍ୟୁ ପରେ ବ୍ରହ୍ମରାକ୍ଷସ ପାଲଟି ଯାଆନ୍ତି। ହିନ୍ଦୁ ସଂସ୍କୃତିରେ ଜାତି ପ୍ରଣାଳୀ ଅତ୍ୟନ୍ତ ସ୍ପଷ୍ଟ। ଏହି ଅନୁଯାୟୀ, ଜଣେ ବ୍ରାହ୍ମଣଙ୍କର କାମ ହେଉଛି ଲୋକଙ୍କୁ ଶିକ୍ଷା ଦେବା, ବେଦ ମନ୍ତ୍ର ପାଠ କରିବା,  ଜ୍ଞାନ ଦେବା ଏବଂ ଉପାସନା କରିବା। କିନ୍ତୁ ଯେଉଁ ବ୍ରାହ୍ମଣମାନେ ଏହାର ଦୁରୁପୋଯୋଗ କରନ୍ତି। ଭୁଲ ପଥରେ ଯାଇ ତନ୍ତ୍ର ବିଦ୍ୟା ଦ୍ୱାରା ଭୁଲ କାମ କରନ୍ତି ସେମାନ ମୃତ୍ୟୁ ପରେ ବ୍ରହ୍ମରାକ୍ଷସ ପାଲଟି ଯାଆନ୍ତି। ଏମାନେ ସବୁଠୁ ଭୟଙ୍କର ହୋଇଥାନ୍ତି ।

Read More
{}{}