Hindi News >>Home >>Odisha Trending

Samsung Galaxy A35 ଏବଂ A55ର ଦାମ୍ ଏବଂ ଫିଚର ଜାଣନ୍ତୁ

Tech News: ଗାଲାକ୍ସି A55 5G ଏବଂ ଗାଲାକ୍ସି A35 5G ର ମୂଲ୍ୟ ପ୍ରକାଶ ପାଇଛି । ମାର୍ଚ୍ଚ ୧୮ ତାରିଖରୁ ଆପଣ ଏହି ଦୁଇଟି ମୋବାଇଲକୁ ସାମସଙ୍ଗ ଷ୍ଟୋର, ପାର୍ଟନର ଷ୍ଟୋର ଏବଂ ଅନ୍ୟାନ୍ୟ ଅନଲାଇନ୍ ୱେବସାଇଟ ମାଧ୍ୟମରେ କିଣିପାରିବେ । HDFC, OneCard, IDFC ଫାଷ୍ଟ୍ ବ୍ୟାଙ୍କ କାର୍ଡରେ ୩ ହଜାର ଟଙ୍କା କ୍ୟାସବ୍ୟାକ୍ ଏବଂ ୬ ମାସର ସୁଧମୁକ୍ତ EMI ର ଏକ ଜବରଦସ୍ତ ଅଫର ରହିଛି ।

Advertisement
Samsung Galaxy A35 ଏବଂ A55ର ଦାମ୍ ଏବଂ ଫିଚର ଜାଣନ୍ତୁ
Stop
Soubhagya Ranjan Mishra|Updated: Mar 14, 2024, 06:38 PM IST

Samsung Galaxy A35 and A55: ସାମସଙ୍ଗ ଆନୁଷ୍ଠାନିକ ଭାବେ ଗାଲାକ୍ସି ଏ୫୫ ୫ଜି ଏବଂ ଗାଲାକ୍ସି ଏ୩୫ ୫ଜି ର ମୂଲ୍ୟ ପ୍ରକାଶ କରିଛି । ଆଜି ମଧ୍ୟାହ୍ନ ୧୨ ଟା ସମରୁ ସାମସଙ୍ଗ ଡଟ୍ କମରେ ଏହି ଫୋନ୍ ଦେଖିବାକୁ ମିଳିଛି । ୨୦୨୪ ମାର୍ଚ୍ଚ ୧୮ ତାରିଖରୁ ଆପଣ ଏହି ଫୋନ୍ଗୁଡ଼ିକୁ କିଣିପାରିବେ । ଏହି ନୂଆ ମୋବାଇଲ୍ ସାମସଙ୍ଗ ଷ୍ଟୋର, ପାର୍ଟନର ଷ୍ଟୋର ଏବଂ ଅନ୍ୟାନ୍ୟ ଅନଲାଇନ୍ ୱେବସାଇଟରେ ଉପଲବ୍ଧ ହେବ । HDFC, OneCard, IDFC ଫାଷ୍ଟ୍ ବ୍ୟାଙ୍କ କାର୍ଡରେ ୩ ହଜାର ଟଙ୍କା କ୍ୟାସବ୍ୟାକ୍ ସହ ୬ ମାସର ସୁଧମୁକ୍ତ EMI ର ଲାଭ ଆପଣଙ୍କୁ ମିଳିବ ।

ଆନୁଷ୍ଠାନିକ ଭାବରେ ଏହି ଦୁଇଟି ସ୍ମାର୍ଟଫୋନର ମୂଲ୍ୟ ପ୍ରକାଶ କରିବା ପୂର୍ବରୁ ସାମସଙ୍ଗ ପକ୍ଷରୁ ଏକ ନୋଟ୍ ମାଧ୍ୟମରେ ଗାଲାକ୍ସି ଏ ୫୫ ୫ଜି ଏବଂ ଗାଲାକ୍ସି ଏ ୩୫ ୫ଜି ର ମୂଲ୍ୟ ପ୍ରକାଶ କରିଥିଲା। ଏହି ଫୋନ୍ ମଙ୍ଗଳବାର ଦିନ ଲଞ୍ଚ କରାଯାଇଥିଲା । କିନ୍ତୁ ଲଞ୍ଚ କରିବା ସମୟରେ କେବଳ ଉଭୟ ଫୋନର ଡିଜାଇନ୍ ଏବଂ ଫିଚର ଗୁଡିକ ବିଷୟରେ ସୂଚନା ଦିଆଯାଇଥିଲା । ବର୍ତ୍ତମାନ କମ୍ପାନୀ ଦୁଇଟି ଫୋନର ମୂଲ୍ୟ ପ୍ରକାଶ କରିଛି।

Model  RAM  Storage  Price
Galaxy A35 5G 8GB 128GB 30,999 
Galaxy A35 5G 8GB 256GB 33,999 
Galaxy A55 5G 8GB 128GB 39,999 
Galaxy A55 5G 8GB 256GB 42,999
Galaxy A55    12GB 256GB 45,999
 

ସାମସଙ୍ଗ ଗାଲାକ୍ସି A55 5G

ଏହି ଫୋନରେ ଆପଣ ୬.୬ ଇଞ୍ଚର ଏକ ବଡ଼ ଏବଂ ସୁନ୍ଦର ଡିସପ୍ଲେ ପାଇବେ । ଏହି ଫୋନର ଅନେକ ବିଶେଷତ୍ୱ ରହିଛି । ଏହା ବହୁତ ଦ୍ରୁତ ଗତିରେ ଚାଲିଥାଏ ଯାହା କାମ କରିବାକୁ ମଜା ଲାଗିଥାଏ । ଏହା ନୂତନ Exynos 1480 ପ୍ରୋସେସର ଉପରେ ଚାଲିଥାଏ ଯାହା ବହୁତ ସ୍ପିଡ୍ । ଏଥିସହ ଫୋନରେ 12GB RAM ଏବଂ 256GB ପର୍ଯ୍ୟନ୍ତ ଷ୍ଟୋରେଜ୍ ଉପଲବ୍ଧ ରହିଛି । ଏଥିରେ ତିନୋଟି କ୍ୟାମେରା ଆପଣଙ୍କୁ ମିଳିବ । ଗୋଟିଏ 50MP ମୁଖ୍ୟ କ୍ୟାମେରା ଯାହା ପ୍ରକୃତରେ ଭଲ ଫଟୋ ଉଠାଇବାରେ ସାହାଯ୍ୟ କରିବ । ବ୍ୟାପକ ଦୃଶ୍ୟ ଉତ୍ତୋଳନ କରିବା ପାଇଁ 12MP କ୍ୟାମେରା ଏବଂ ଚିତ୍ରକୁ ନିକଟତର କରିବା ପାଇଁ 5MP ମାକ୍ରୋ କ୍ୟାମେରା ରହିଛି । ଏହି ଫୋନରେ ଆପଣ 5000mAh ବ୍ୟାଟେରୀ ପାଇବେ ଯାହା ଦୀର୍ଘସ୍ଥାୟୀ । କେବଳ ସେତିକି ନୁହେଁ 25W ଫାଷ୍ଟ ଚାର୍ଜିଂକୁ ଏହି ଫୋନ୍ ସପୋର୍ଟ କରିଥାଏ ।

ସାମସଙ୍ଗ ଗାଲାକ୍ସି A35 5G
ଏହି ଫୋନରେ ୬.୬ ଇଞ୍ଚର ଏକ ବଡ଼ ଡିସପ୍ଲେ ରହିଛି । ବିଶେଷ କଥା ହେଉଛି ଏହି ଫୋନ୍ ବହୁତ ସ୍ପିଡ୍ ଭାବେ କାମ କରିବ । ଏହା ନୂତନ Exynos 1380 ପ୍ରୋସେସରରେ ଚାଲିଥାଏ । ଏହି ଫୋନରେ 8GB RAM ଏବଂ 256GB ଷ୍ଟୋରେଜ୍ ରହିଛି । ଯଦି ଆପଣ ଅଧିକ ଷ୍ଟୋରେଜ୍ ଚାହୁଁଛନ୍ତି, ତେବେ ଆପଣ 1TB ପର୍ଯ୍ୟନ୍ତ ମେମୋରୀ କାର୍ଡ ବ୍ୟବହାର କରିପାରିବେ । ଏହି ଫୋନରେ ତିନୋଟି କ୍ୟାମେରା ରହିଛି । ସେମଧ୍ୟରୁ ଗୋଟିଏ 50MP ମୁଖ୍ୟ କ୍ୟାମେରା ଏବଂ 8MP, 5MPର ମାକ୍ରୋ କ୍ୟାମେରା ରହିଛି । ଏହି ଫୋନରେ ମଧ୍ୟ 5000mAh ବ୍ୟାଟେରୀ କ୍ଷମତା ଅଛି । ଯାହା ଆପଣଙ୍କ ଫୋନକୁ ଦୀର୍ଘ ସମୟ ଧରି ଶକ୍ତି ପ୍ରଦାନ କରିବାରେ ସହାୟକ ହେବ । ଏଥିସହ 25W ଫାଷ୍ଟ ଚାର୍ଜିଂରେ ଆପଣ ଏହି ଫୋନଟିକୁ ଚାର୍ଜ କରିପାରିବେ ।

Also Read- Mangal Gochar 2024: କୁମ୍ଭରେ ମଙ୍ଗଳ ଚଳନ, ଜାଣନ୍ତୁ କେଉଁ ରାଶିରେ ପଡିବ କି ପ୍ରଭାବ

Also Read- ସଭାପତିଙ୍କ ଦୃଢ଼ୋକ୍ତି- ବିଜେପି ଲଢ଼ିବ ଏକାକୀ

Read More
{}{}