Hindi News >>Home >>Odisha Trending

ଜନ ଧନ ଯୋଜନାରେ ଖୋଲିଛନ୍ତି କି ଖାତା ? ବାଲାନ୍ସ ନଥାଇ ବି ଉଠାନ୍ତୁ ଟଙ୍କା !

Pradhan Mantri Jan Dhan Yojana: ଆପଣ ସୁବିଧାରେ ବ୍ୟାଙ୍କ ଖାତା ଖୋଲିବାକୁ ଚାହୁଁଥିଲେ ଏହା ଆପଣଙ୍କ ପାଇଁ ଖୁବ ଲାଭଦାୟକ । କାରଣ ପିଏମ ଜନ ଧନ ଯୋଜନାରେ ଖାତା ଖୋଲିଲେ ଆପଣଙ୍କୁ ମିଳିବ ଏହି ସବୁ ଲାଭ ।

Advertisement
ଜନ ଧନ ଯୋଜନାରେ ଖୋଲିଛନ୍ତି କି ଖାତା ? ବାଲାନ୍ସ ନଥାଇ ବି ଉଠାନ୍ତୁ ଟଙ୍କା !
Stop
Soubhagya Ranjan Mishra|Updated: Aug 13, 2023, 05:48 PM IST

Pradhan Mantri Jan Dhan Yojana: ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ଆପଣ ଯଦି ବ୍ୟାଙ୍କ ଖାତା (Bank Account) ଖୋଲି ନାହାନ୍ତି ତେବେ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିନିଅନ୍ତୁ । କାରଣ ଏଥିରେ ପାସବୁକ (Passbook), ଚେକ୍ ବୁକ୍ ସମେତ ଆକସ୍ମିକ ବୀମା ସୁବିଧା ମଧ୍ୟ ମିଳିଥାଏ । କେବଳ ସେତିକି ନୁହେଁ ଏଥିରେ ଆଅପଣ ସମସ୍ତ ବ୍ୟାଙ୍କିଙ୍ଗ୍ ସୁବିଧା ପାଇପାରିବେ । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ବ୍ୟାଙ୍କ ଖାତା ଖୋଲିଥିବା ସମସ୍ତ ଗ୍ରାହକମାନଙ୍କୁ ଓଭରଡ୍ରାଫ୍ଟର ସୁବିଧା ସୁଯୋଗ ମଧ୍ୟ ମିଳିଥାଏ । ଓଭରଡ୍ରାଫ୍ଟ (Overdraft) ସବୁଧାରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଆଦୌ ଟଙ୍କା ନଥିଲେ ମଧ୍ୟ ଆପଣଙ୍କର ଆବଶ୍ୟକ ସମୟରେ ଟଙ୍କା ଉଠାଇବାର ଲାଭ ପାଇ ପାରିବେ ।

ଆପଣ ଜାଣିଲେ ଖୁସି ହେବେ ଅନ୍ୟ ଘରୋଇ ବ୍ୟାଙ୍କ ଗୁଡିକ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସମୟରେ ନିର୍ଦ୍ଦିଷ୍ଟ ରାଶି ଜମା କରିବାକୁ କହୁଥିବାବେଳେ ଆପଣ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ବ୍ୟାଙ୍କ ଖାତା ଖୋଲିଲେ ଆପଣଙ୍କୁ ସର୍ବନିମ୍ନ ଟଙ୍କା ଡିପୋଜିଟ୍ (Minimum Money Deposit) କରିବାର କୌଣସି ଆବଶ୍ୟକ ନାହିଁ । ଅର୍ଥାତ ଆପଣ ଚାହିଁଲେ ଜିରୋ ବାଲାନ୍ସରେ ମଧ୍ୟ ବ୍ୟାଙ୍କ ଖାତା ଖୋଲିପାରିବେ । ଆପଣଙ୍କ ବ୍ୟାଙ୍କ ଖାତାରେ ଯଦି କୌଣସି ଟଙ୍କା ନଥାଏ ତାହେଲେ ଆପଣଙ୍କୁ କୌଣସି ଫାଇନ (Fine) ପଡିବ ନାହିଁ ।

ଆପଣଙ୍କୁ ଓଭରଡ୍ରାଫ୍ଟର ସୀମା ବିଷୟରେ ଜାଣିବା ନିତ୍ୟାନ୍ତ ଆବଶ୍ୟକ । ଜନ ଧନ ଆକାଉଣ୍ଟରେ ଯଦି କିଛି ବାଲାନ୍ସ ନଥାଏ, ତେବେ ଆପଣ ଚାହିଁଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟର ସୁବିଧା ଆପଣଙ୍କୁ ମିଳିପାରିବ । ଯଦି ଆପଣଙ୍କର ଜନ ଧନ ବ୍ୟାଙ୍କ ଖାତାଟି ୬ ମାସର ପୁରୁଣା କିମ୍ୱା ୬ମାସ ପୂର୍ବରୁ ଖୋଲାଯାଇଛି ତେବେ ଆପଣ ଏହି ସୁବିଧା ପାଇପାରିବେ । ଜନ ଧନ ଖାତାର ଆଉ ଏକ ସୁବିଧା ହେଉଛି ଏହା ଯେ, ଖାତା ଖୋଲିବା ପରେ ଆପଣ ଚାହିଁଲେ ତୁରନ୍ତ ୨ ହଜାର ଟଙ୍କାର ଓଭରଡ୍ରାଫ୍ଟର ଲାଭ ପାଇ ପାରିବେ । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅଧୀନରେ ଆପଣ ଚାହିଁଲେ ଯେକୌଣସି ବ୍ୟାଙ୍କରେ ଖାତା ଖୋଲି ପାରିବେ । ଅନ୍ୟ ଖାତା ପରି ଆପଣ ଜନ ଧନ ଖାତାରେ ଜମା ହୋଇଥିବା ଟଙ୍କା ଉପରେ ସୁଧର ସୁବିଧା ପାଇପାରିବେ । ଏଥି ସହିତ ଆପଣଙ୍କୁ ଏକ ଏଟିଏମ କାର୍ଡ (ATM Card) ମଧ୍ୟ ମିଳିବ । ଏହା ସହିତ ଆପଣଙ୍କୁ ୨ ଲକ୍ଷ ଟଙ୍କାର ବୀମା ସୁବିଧା ମଧ୍ୟ ମିଳିବ ।

କେନ୍ଦ୍ର ସରକାରଙ୍କ ଜନ ଧନ ଯୋଜନାରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ବ୍ୟାଙ୍କ୍ ବ୍ୟବସ୍ଥା ସହ ଅଭସ୍ତ କରିବା ପାଇଁ ପ୍ରୟାସ କରାଯାଇଛି । ଏହା ଅଧୀନରେ ୧୦ ବର୍ଷରୁ ଅଧିକ ବୟସର ଯେକୌଣସି ଭାରତୀୟ ନାଗରିକ ଦେଶର ଯେକୌଣସି ବ୍ୟାଙ୍କରେ ନିଜର ଜନ ଧନ ଆକାଉଣ୍ଟ ଖୋଲିପାରିବେ । ଏଥିପାଇଁ ଆପଣ ନିଜର ନିକଟସ୍ଥ ବ୍ୟାଙ୍କ ଶାଖା (Nearest bank branch)କୁ ଯାଇପାରିବେ । ସନ୍ଦେହ ହେଲେ ଆପଣ ସମସ୍ତ ବ୍ୟବସ୍ଥା ବିଷୟରେ ବ୍ୟାଙ୍କ କର୍ମଚାରୀଙ୍କଠାରୁ ସହାୟତା ନେଇପାରିବେ । ଯଦି ବ୍ୟାଙ୍କ ଆକାଉଣ୍ଟ୍ ଖୋଲିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ବ୍ୟାଙ୍କ ପକ୍ଷରୁ ମିଳୁଥିବା ଏକ ଫର୍ମକୁ ପୂରଣ କରିବାକୁ ପଡିବ । ସେହି ଫର୍ମଟିରେ ଆପଣ ଜନ ଧନ ଆକାଉଣ୍ଟ ଖୋଲିବା ପାଇଁ ବିସ୍ତୁତ ବିବରଣୀ ପ୍ରଦାନ କରିବା ଆବଶ୍ୟକ । ଆପଣଙ୍କର ନାମ, ବ୍ୟାଙ୍କ ଶାଖା ନାମ, ମୋବାଇଲ୍ ନମ୍ବର (Mobile Number), ଆପଣଙ୍କ ପ୍ରକୃତ ଠିକଣା ଏବଂ ଅନ୍ୟ ସମସ୍ତ ସୂଚନା ଫର୍ମରେ ଭରିବାକୁ ପଡିବ । ଯଦି ପୂର୍ବରୁ ବ୍ୟାଙ୍କରେ ଆପଣଙ୍କର ଏକ ଆକାଉଣ୍ଟ ଅଛି ତେବେ ଆପଣ ଏହାକୁ ଜନ ଧନ ଆକାଉଣ୍ଟକୁ ବଦଳାଇପାରିବେ । ଯଦି ବଦଳାଇବାକୁ ଚାହୁଛନ୍ତି ତେବେ ବ୍ୟାଙ୍କର ସହାୟତା କେନ୍ଦ୍ରର ସହଯୋଗ ନେଇପାରିବେ ।

Also Read- Cloves Benefits: ମାତ୍ର ୨ଟି ଲବଙ୍ଗରେ ରହିଛି ଜବରଦସ୍ତ ଫାଇଦା, ଏହା ରାମବାଣଠାରୁ କମ ନୁହେଁ

Read More
{}{}