Hindi News >>Home >>Odisha Trending

ଅନଲାଇନ୍ ଖାଦ୍ୟ ଅର୍ଡର କରୁଥିଲେ ସାବଧାନ! ଖାଇବାକୁ ଚାହିଁଥିଲେ ପରଟା, ମିଳିଳା ସାପ କାତି

ଆମେ ଯେଉଁ ହୋଟେଲରୁ ଖାଦ୍ୟ ଅର୍ଡର କରୁଛୁ ସେ ହୋଟେଲ କେତେ ପରିଷ୍କାର ତାହା କେହି ବି ଧ୍ୟାନ ଦିଅନ୍ତି ନାହିଁ 

Advertisement
ପରଟା ଯେଉଁ ପେପରରେ ଗୁଡ଼ାଇ ରଖାଯାଇଥିଲା,  ସେ ପେପରରେ ଲାଗିଥିଲା ସାପକାତି
Stop
Tapaswini Mohalik|Updated: May 09, 2022, 10:45 PM IST

ଆଜିକାଲି ଅନଲାଇନ୍ ଖାଦ୍ୟ ଅର୍ଡର ଧାରା ବୃଦ୍ଧି ପାଇବାରେ ଲାଗିଛି । ସେ ବଡ଼ ସହର ହେଉ କିମ୍ବା  ଛୋଟ ସହର,  ପ୍ରାୟ ସବୁଠି ଏବେ ହୋମ ଡେଲିଭରିର ଯୁଗ ଆରମ୍ଭ। ସମୟ ଅଭାବରୁ କେହି କେହି ରୋଷେଇ କରି ପାରନ୍ତି ନାହିଁ ତେଣୁ ଅନଲାଇନ୍ ରେ ଖାଦ୍ୟ ଅର୍ଡର କରନ୍ତି ।  କେହି କେହି ରୋଷେଇ ଜଞ୍ଜାଳରୁ ମୁକ୍ତି ପାଇଁ ଖାଇବା ଅନଲାଇନ୍ ଅର୍ଡର କରନ୍ତି ।  କିନ୍ତୁ ଆମେ ଯେଉଁ ହୋଟେଲ ରୁ ଖାଦ୍ୟ ଅର୍ଡର କରୁଛୁ ସେ ହୋଟେଲ କେତେ ପରିଷ୍କାର ।  ହାଇଜେନିକ୍ କି ନାହିଁ କେହି ବି ସେଦିଗ ପ୍ରତି ଧ୍ୟାନ ଦିଅନ୍ତି ନାହିଁ ।  ନିକଟକରେ କେରଳରେ ଅନଲାଇନ୍ ଅର୍ଡର ସମ୍ବଦ୍ଧୀୟ  ଏକ ଆଶ୍ଚର୍ଯ୍ୟକର କଥା ଦେଖିବାକୁ ମିଳିଛି । କେରଳର ଜଣେ ବ୍ୟକ୍ତି ପୁରା ପରିବାର ଲୋକଙ୍କ ପାଇଁ ଅନଲାଇନରେ ପରଟା ଅର୍ଡର କରିଥିଲେ । ଉଟିତ ସମୟରେ ଆସିଲା ପାର୍ସଲ,  କିନ୍ତୁ ପରଟା ସହିତ ପାର୍ସଲରେ ଥିଲା ସାପ କାତି । ପରଟା ଯେଉଁ ପେପରରେ ଗୁଡ଼ାଇ ରଖାଯାଇଥିଲା,  ସେ ପେପରରେ ଲାଗିଥିଲା ସାପକାତି ।  ଏହାକୁ ଦେଖିବା ପରେ ବ୍ୟକ୍ତି ଜଣଙ୍କୁ ସବୁ ତଥ୍ୟ ସଙ୍ଗେ ସଙ୍ଗେ ଟ୍ୱିଟରରେ ସେୟାର କରିଛନ୍ତି ।

ପୋଲିସର କାର୍ଯ୍ୟନୁଷ୍ଠାନ ବନ୍ଦ ହେଲା ହୋଟେଲ ...

ଉକ୍ତ ବ୍ୟକ୍ତଙ୍କୁ  ଅଭିଯୋଗ ପରେ ପୋଲିସ ହୋଟେଲକୁ ଅସ୍ଥାୟୀ ଭାବେ ବନ୍ଦ କରିଦେଇଥିଲା। ଏହା ସହିତ ହୋଟେଲ ମ୍ୟାନେଜମେଣ୍ଟକୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ ହୋଟେଲ ସଫା ନହେବା ପର୍ଯ୍ୟନ୍ତ ହୋଟେଲ ଖୋଲାଯିବ ନାହିଁ।
ତେଣୁ ଅନଲାନ୍ ଖାଦ୍ୟ ଅର୍ଡର କରୁଥିଲେ ସାବଧାନ ...

Read More
{}{}