Hindi News >>Home >>Odisha Trending

Kashmiri Girl Video: 'ଆଜ ମେରି ଭି ସୁନ ଲୋ ମୋଦି ଜୀ ...,' PM କୁ ଅପିଲ କରୁଥିବା କୁନି ଝିଅର ଭିଡିଓ ଭାଇରାଲ

Kashmir Schoolgirl Requesting PM Video: ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାର ବାସିନ୍ଦା ସିରତ ନାଜ ନାମକ ଜଣେ ଝିଅ ଏକ ଭିଡିଓ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଭାବପୂର୍ଣ୍ଣ ଅପିଲ କରିଛନ୍ତି । ଏହି ଭିଡିଓ ବର୍ତ୍ତମାନ ଜୋରଦାର ଭାଇରାଲ ହେବାରେ ଲାଗିଛି ।

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: Apr 14, 2023, 03:39 PM IST

Kathua, Jammu And Kashmir: ଜମ୍ମୁ କାଶ୍ମୀରର ଜଣେ କୁନି ଝିଅର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଆବେଦନ କରୁଥିବା ନଜର ଆସିଛନ୍ତି । ଝିଅଟି କହିଛି ଯେ ସେଜାମ୍ମୁର କଠୁଆ (Kathua) ଜିଲ୍ଲାର ଲୋହାଇ ମାଲହର ଗାଁର ବାସିନ୍ଦା । ଏହା ପରେ ସେ କୁହନ୍ତି- 'ଆପଣ କେମିତି ଅଛନ୍ତି? ମୁଁ ଆପଣଙ୍କ ସହ କଥା ହେବାକୁ ଚାହେଁ । ତା’ପରେ ସେ କୁହନ୍ତି-‘ ଆପଣ ସମସ୍ତଙ୍କ କଥା ଶୁଣୁଛ, ଆଜି ମୋ କଥା ମଧ୍ୟ ଶୁଣ ।’ ଏହି ଭିଡିଓ ବର୍ତ୍ତମାନ ଜୋରଦାର ଭାଇରାଲ ହେବାରେ ଲାଗିଛି ।

କୁନି ଝିଅଟିର ନାମ ସିରତ ନାଜ (Seerat Naaz), ଯିଏ ଲୋହାଇର ଏକ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢ଼ନ୍ତି । ଏହି କୁନି ଝିଅଟି ଅତ୍ୟନ୍ତ ଦୁଃଖିତ ଏଥିପାଇଁ ଯେ ତାଙ୍କୁ ସ୍କୁଲରେ ନିଜ ସାଙ୍ଗମାନଙ୍କ ସହିତ ମଇଳା ଚଟାଣରେ ବସିବାକୁ ପଡୁଛି । ଏହି କୁନି ଝିଅଟି ଚାହୁଁଛନ୍ତି ଯେ ପିଏମ ମୋଦି ଏଥିପ୍ରତି ଧ୍ୟାନ ଦିଅନ୍ତୁ ଓ ତାଙ୍କ ପାଇଁ ଏକ ଭଲ ବିଦ୍ୟାଳୟ ନିର୍ମାଣ କରନ୍ତୁ । ଭିଡିଓରେ,ସ୍କୁଲ କ୍ୟାମ୍ପସରେ ବୁଲି ବୁଲି କୁନି ଝିଅଟି ପିଏମ ମୋଦୀଙ୍କୁ ଅଭିଯୋଗ ସ୍ୱରରେ କହୁଛି ଯେ ସେଠାରେ କ’ଣ ସବୁ ତ୍ରୁଟି ରହିଛି ଓ ଏହାର ଉନ୍ନତି ପାଇଁ କର୍ତ୍ତୃପକ୍ଷ କ’ଣ କରିପାରିବେ?

'ଚଟାଣରେ ବସାନ୍ତି ଶିକ୍ଷକ'
ଏହା ପରେ, ସିରତ ସ୍କୁଲ ପ୍ରିନ୍ସିପାଲଙ୍କ ଅଫିସ୍ ଓ ଷ୍ଟାଫ୍ ରୁମ୍ ଦେଖାନ୍ତି । ତା’ପରେ ସେ ପ୍ରଧାନମନ୍ତ୍ରୀଙ୍କୁ କହିବାକୁ ଚେଷ୍ଟା କରନ୍ତି ଯେ ତାଙ୍କ ଶ୍ରେଣୀ ଅଫିସ୍ ସମ୍ମୁଖ ବାରଣ୍ଡା ଉପରେ ଅଛି ଓ ତାଙ୍କୁ ମଇଳା ଚଟାଣରେ ବସିବାକୁ ପଡିଥାଏ । ଏକ ବିଦ୍ୟାଳୟ ଭବନ ମଧ୍ୟ ଅଛି, କିନ୍ତୁ ଏହାର ଅବସ୍ଥା ମଧ୍ୟ ବହୁତ ଖରାପ । କୁନି ଝିଅଟି କହିଛି- ପାଞ୍ଚ ବର୍ଷ ମଧ୍ୟରେ ଏହା ଆହୁରି ମଇଳା ହୋଇଯାଇଛି । ଏହା ପରେ ପିଲାଟି ସେହି ସ୍ଥାନର ଦୃଶ୍ୟ ମଧ୍ୟ ଦେଖାଏ? ଏହା ପରେ, ଝିଅଟି ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରେ ଯେ- ଆପଣ ଆମ ପାଇଁ ଏକ ଭଲ ବିଦ୍ୟାଳୟ ତିଆରି କରି ଦିଅନ୍ତୁ ।

'ଶୌଚାଳୟ ମଧ୍ୟ ଭାଙ୍ଗିଯାଇଛି'
ପୂରା ଭିଡିଓରେ, ସିରତ ସିଧାସଳଖ ବିଦ୍ୟାଳୟରେ ଥବା ଅସୁବିଧା ଓ ଅଭାବକୁ ଦେଖାଉଛି ଓ କହିଛି ଯେ ତାଙ୍କ ବିଦ୍ୟାଳୟର ଶୌଚାଳୟ ମଧ୍ୟ ବହୁତ ମଇଳା ଓ ଭାଙ୍ଗିଯାଇଛି । ସେଥିପାଇଁ ସେମାନଙ୍କୁ ଖୋଲା ସ୍ଥାନରେ ଶୌଚ କରିବାକୁ ପଡୁଛି । ଏହା ପରେ, ଝିଅଟି ଏକ ଡ୍ରେନ୍ ଦେଖାଏ ଓ କୁହେ - ଆମେ ଏଠାକୁ ଶୌଚ ହେବାକୁ ଯାଉଛୁ । ବର୍ତ୍ତମାନ ଲୋକମାନେ ଏହି ଭିଡିଓ ଉପରେ ତୀବ୍ର ପ୍ରତିକ୍ରିୟା ଦେଉଛନ୍ତି ।

ଏହା ବି ପଢ଼ନ୍ତୁ: First Underwater Metro: ମେଟ୍ରୋ ରଚିଲା ଇତିହାସ; ହୁଗୁଳୀ ନଦୀ ତଳେ ଗଡ଼ିଲା ଭାରତର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ, ଦେଖନ୍ତୁ ଭିଡିଓ

ଏହା ବି ପଢ଼ନ୍ତୁ: Property Document Correction: ଜମି ରେଜିଷ୍ଟ୍ରି କିମ୍ବା ସମ୍ପତ୍ତି ଡକ୍ୟୁମେଣ୍ଟରେ ଆପଣଙ୍କ ନାମ ଭୁଲ୍ ରହିଛି କି? ଜାଣନ୍ତୁ କିପରି କରିପାରିବେ ଠିକ୍

Read More
{}{}