Hindi News >>Home >>Odisha Trending

Cobra Viral Video: ଯେବେ ତିନୋଟି ନାଗ ଆଗରେ ବସି ପଡିଲେ ଯୁବକ,ଆଉ ତାପରେ...

Karnataka Viral Video: ଭାଇରାଲ ଭିଡ଼ିଓରେ ଯେଉଁ ବ୍ୟକ୍ତିଙ୍କୁ ଦେଖିବାକୁ ମିଳୁଛି ତାଙ୍କର ପରିଚୟ ମିଳିଛି। ସେ ହେଉଛନ୍ତି କର୍ଣ୍ଣାଟକ ବାସିନ୍ଦା ମାଜ ସୟଦ। ତାଙ୍କୁ ତିନୋଟି ନାଗ ସାପ ସହ ଏକ ବିପଜ୍ଜନକ ଷ୍ଟଣ୍ଟ କରୁଥିବାର ଦେଖିବାକୁ ମିଳିଛି।

Advertisement
Cobra Viral Video: ଯେବେ ତିନୋଟି  ନାଗ ଆଗରେ ବସି ପଡିଲେ ଯୁବକ,ଆଉ ତାପରେ...
Stop
Zee Odisha Desk|Updated: Sep 13, 2022, 09:40 PM IST

Karnataka Snake Video:  କୌଣସି ସାପକୁ ନିୟନ୍ତ୍ରଣ କରିବା ସମୟରେ ସତର୍କତା ଅବଲମ୍ବନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି କୌଣସି ବଶତଃ ଭୁଲ ହୋଇଯାଏ ତାହାଲେ ସାପ ଦଂଶନର ସାମ୍ନା କରିବାରୁ କେହି ବଞ୍ଚାଇ ପାରିବେ ନାହିଁ। ସଦ୍ୟ ସୋସିଆଲ ମିଡି଼ଆ ରେ ଏକ ଭିଡ଼ିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ବ୍ୟକ୍ତି ସାପଙ୍କ ସହ ଭୟଙ୍କର କଳା କୌଶଳ ପ୍ରଦର୍ଶନ କରୁଥିବାର ଦେଖାଯାଉଛି। ଏହି ବ୍ୟକ୍ତି ଜଣଙ୍କ ଗୋଟିଏ ଥରରେ ତିନୋଟି ନାଗ ସାପକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି। 

ଭାଇରାଲ ଭିଡ଼ିଓରେ ଯେଉଁ ବ୍ୟକ୍ତିଙ୍କୁ ଦେଖିବାକୁ ମିଳୁଛି ତାଙ୍କର ପରିଚୟ ମିଳିଛି। ସେ ହେଉଛନ୍ତି କର୍ଣ୍ଣାଟକ ବାସିନ୍ଦା ମାଜ ସୟଦ। ତାଙ୍କୁ ତିନୋଟି ନାଗ ସାପ ସହ ଏକ ବିପଜ୍ଜନକ ଷ୍ଟଣ୍ଟ କରୁଥିବାର ଦେଖିବାକୁ ମିଳିଛି। ସେ ନାଗ ଭଳି ବିଷଧର ସାପ ସାମ୍ନାରେ ଅନେକ ପ୍ରକାର ଅଙ୍ଗଭଙ୍ଗୀ ପ୍ରଦର୍ଶନ କରିଛନ୍ତି। ମାତ୍ର ଏହି ସମୟରେ ଗୋଟିଏ ନାଗ ସାପ ତାଙ୍କ ଉପରକୁ ଆକ୍ରମଣ କରିବାକୁ ପଛେଇ ନାହିଁ। 

ନାଗ ଭଳି ବିଷଧର ସାପ ସାମ୍ନାରେ ମାଜ ସୟଦଙ୍କ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରିବାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ତାଙ୍କୁ ଏକ ଜଙ୍ଗଲରେ ନାଗ ସାପଙ୍କ ସାମ୍ନାରେ ବସିଥିବାର ଦେଖିବାକୁ ମିଳୁଛି। ସେ ତାଙ୍କ ପାଖରେ ରହିଥିବା ସାପଙ୍କ ଲାଙ୍ଗୁଡ ଟାଣିବା ସହ ତାଙ୍କ ସାମ୍ନାରେ ଗୋଲାକାର ଢଙ୍ଗରେ ହାତ ବୁଲାଉଛନ୍ତି। ଯାହା ସାପଙ୍କୁ ଉତ୍ସାହିତ କରିଥାଏ। ହଠାତ ସେହି ୩ ସାପଙ୍କ ମଧ୍ୟରୁ ଗୋଟିଏ ନାଗ ସୟଦଙ୍କ ଉପରେ ଆକ୍ରମଣ କରି ତାଙ୍କ ଆଣ୍ଠୁକୁ  କାମୁଡ଼ି ଦେଇଥିଲା। ସେ ସାପକୁ ଟାଣି ନେଇ ନିଜ ପାଖରୁ ଦୂରେଇବାକୁ ଚେଷ୍ଟା କରିଥିଲେ। ହେଲେ ଆକ୍ରମଣ କରିଥିବା ନାଗ ସୟଦଙ୍କ ଆଣ୍ଠୁକୁ ସହଜେ ଛାଡ଼ି ନଥିଲା।

ଏନେଇ ବିଶେଷଜ୍ଞଙ୍କ କହିବା କଥା ମାଜ ସୟଦଙ୍କଙ୍କ ଅଙ୍ଗଭଙ୍ଗୀ ବିପଦପୂର୍ଣ୍ଣ ଏବଂ ଧମକପୂର୍ଣ୍ଣ ଥିଲା। ଯାହା ଦ୍ୱାରା ତାଙ୍କ ସାମ୍ନାରେ ରହିଥିବା ନାଗ ଉତ୍ତେଜିତ ହୋଇଉଠିବା ସହ ଭୟାନକ ଭାବେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଭାରତୀୟ ବନସେବା ଅଧିକାରୀ ଆଇଏଫଏସ ସୁଶାନ୍ତ ନନ୍ଦ (IFS Susanta Nanda) ଏହି ଭିଡିଓ ସେୟାର କରିଛନ୍ତି। ଏନେଇ ସେ କହିଛନ୍ତି ଯେ, ଏହା କେବଳ ନାଗ ସାପ ନିୟନ୍ତ୍ରଣ କରିବାର ଭୟଙ୍କର ଉପାୟ। ସାପ ବେଳେ ବେଳେ ଏଭଳି ପ୍ରକାର ଗତିବିଧିକୁ ବିପଦ ଭାବେ ବିବେଚନା କରିଥାଏ। ହେଲେ ସେହି ସମୟରେ ସାପର ପ୍ରତିକ୍ରିୟା ସାଂଘାତିକ ହୋଇପାରେ। 

Read More
{}{}