Hindi News >>Home >>Odisha Trending

Karnataka: ନୃତ୍ୟଶିଳ୍ପୀଙ୍କ ଉପରେ ନୋଟ୍ ବର୍ଷା କଲେ କଂଗ୍ରେସ ନେତା, ଭିଡିଓ ଭାଇରାଲ ପରେ ବିଜେପି କହିଲା...

Karnataka Congress Leader Viral Video: ସଦ୍ୟ କର୍ଣ୍ଣାଟ ଧାରୱାଡ ଜିଲ୍ଲାର ହୁବଲି ଅଞ୍ଚଳର ଜଣେ କଂଗ୍ରେସ େନେତାଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। କଂଗ୍ରେସ ନେତାଙ୍କ ଭିଡ଼ିଓ ଭାଇରାଲ ହେବା ପରେ ବିଜେପି ଏହା ଉପରେ ପ୍ରତିକ୍ରିୟା ରଖିଛି।  

Advertisement
Karnataka: ନୃତ୍ୟଶିଳ୍ପୀଙ୍କ ଉପରେ ନୋଟ୍ ବର୍ଷା କଲେ କଂଗ୍ରେସ ନେତା, ଭିଡିଓ ଭାଇରାଲ ପରେ ବିଜେପି କହିଲା...
Stop
Zee Odisha Desk|Updated: Mar 09, 2023, 03:27 PM IST

Congress Worker Showers Money on Dancer: କର୍ଣ୍ଣାଟକରେ କଥିତ ରୂପେ ଜଣେ ମହିଳା ନୃତ୍ୟଶିଳ୍ପୀଙ୍କ ଉପରେ ଜଣେ କଂଗ୍ରେସ ନେତା ଟଙ୍କା ବର୍ଷା କରୁଥିବାର ଅଭିଯୋଗ ହୋଇଛି। ଯାହାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି। ଏହି ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ ବିରୋଧରେ ବର୍ଷିଛି ବିଜେପି। ଏନେଇ ବିଜେପି ପକ୍ଷରୁ କୁହାଯାଇଛି ଏହା କଂଗ୍ରେସ ଦଳର ସଂସ୍କୃତିକୁ ଦର୍ଶାଉଛି। ଏହା ସହିତ କଂଗ୍ରେସ ନେତା ତାଙ୍କ କାର୍ଯ୍ୟ ପାଇଁ ତୁରନ୍ତ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ ବୋଲି କୁହାଯାଇଛି।

ଖବର ଅନୁଯାୟୀ କର୍ଣ୍ଣାଟକ (Karnataka) ଧାରୱାଡ ଜିଲ୍ଲାରେ (Dharwad District) ଆୟୋଜିତ ହୋଇଥିବା ଏକ ବିବାହ ସମାରୋହରେ ଏହି ଭିଡିଓ ସୁଟିଂ କରାଯାଇଥିଲା। ଯେଉଁଥିରେ ଜଣେ ମହିଳା ନର୍ତ୍ତକୀ (Female Dancer) ନୃତ୍ୟ କରୁଥିବାର ନଜର ଆସିଛନ୍ତି। ଯାହା ଉପରେ ଜଣେ ପୁରୁଷ ନୋଟ୍ ବର୍ଷା କରୁଥିବାର ନଜର ଆସିଛନ୍ତି। ମହିଳା ନର୍ତ୍ତକୀଙ୍କ ଉପରେ ଟଙ୍କା ବର୍ଷା କରୁଥିବାର ବ୍ୟକ୍ତିଙ୍କ ପରିଚୟ ମିଳିଛି। ସେ ହେଉଛନ୍ତି କଂଗ୍ରେସ ନେତା ଶିବଶଙ୍କର ହମ୍ପନା (Congress Leader Shivshankar Hampanna)। ଯିଏ ହୁବଲି (Hubli) ଅଞ୍ଚଳର ବାସିନ୍ଦା ବୋଲି କୁହାଯାଉଛି।

ଏହି ଭାଇରାଲ ଭିଡ଼ିଓ ଉପରେ ପ୍ରତିକ୍ରିୟା ରଖିଛନ୍ତି କର୍ଣ୍ଣାଟକ ବିଜେପି ସାଧାରଣ ସମ୍ପାଦକ ମହେଶ ତେଙ୍ଗିଙ୍କାଇ (Karnataka BJP General Secretary Mahesh Tenginkai)। ଏହି ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଏହାକୁ ଲଜ୍ଜାଜନକ ବୋଲି କହିଛନ୍ତି। ବିଜେପି ନେତା ଜଣଙ୍କ କହିଛନ୍ତି ଯେ ସେ ଏହି ଭିଡିଓ ଟିଭି ମାଧ୍ୟମରେ ଦେଖିଛନ୍ତି। “ମୁଁ ଏହି ବିଷୟରେ ବହୁତ ସ୍ପଷ୍ଟ, ଜଣେ ଝିଅ ନୃତ୍ୟ କରୁଛି ଏବଂ ତାଙ୍କ ଉପରେ ଟଙ୍କା ବର୍ଷା କରାଯାଉଛି। ଏଭଳି ଲୋକ ଟଙ୍କାର ମୂଲ୍ୟ କ'ଣ ତାହା ଜାଣନ୍ତି ନାହିଁ। ଏପରି ଉଦାହରଣ ଦର୍ଶାଉଛି ଯେ କଂଗ୍ରେସ ଦଳର ସଂସ୍କୃତି କ’ଣ ଏବଂ ଆମେ ଏହାକୁ ଅନେକ ଥର ଦେଖିସାରିଛୁ। ମୁଁ ଏହାକୁ ସମ୍ପୂର୍ଣ୍ଣ ଭାବେ ନିନ୍ଦା କରୁଛି ଏବଂ କଂଗ୍ରେସ ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ।

ବିଜେପି ମୁଖପାତ୍ର ରବି ନାଇକ (BJP Spokesperson Ravi Naik) ମଧ୍ୟ କଂଗ୍ରେସ ଉଦ୍ଦେଶ୍ୟରେ ଟାର୍ଗେଟ କରି କହିଛନ୍ତି ଯେ, "ମୋର କେବଳ ଗୋଟିଏ ପ୍ରଶ୍ନ ରହିଛି। ତାହ ହେଉଛି ସେହି ଝିଅକୁ କେଉଁ ପ୍ରକାର ସମ୍ମାନ ଦିଆଯାଉଛି। ଏଥିରୁ ଜଣାପଡୁଛି ଯେ ଏହା ଏକ ସଂସ୍କୃତି ଯାହା କେବଳ କଂଗ୍ରେସ ପାଖରେ ରହିଛି କାରଣ। ବିବାହ ସମାରୋହରେ ଝିଅଙ୍କ ଉପରେ ଟଙ୍କା ଫିଙ୍ଗିବାର ସଂସ୍କୃତି କେବଳ କଂଗ୍ରେସ ବୁଝାଇପାରିବ। ନିର୍ବାଚନ ପାଖେଇ ଆସୁଛି। ଏପରି ସମୟରେ ଜଣେ ରାଜନେଙ୍କ ପାଇଁ ଏପରି ଆଚରଣ କରିବା ସମ୍ପୂର୍ଣ୍ଣ ଭୁଲ। କଂଗ୍ରେସ ନେତା ଜଣଙ୍କ ତୁରନ୍ତ ସେହି ମହିଳାଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ ଏବଂ ଏହି ଘଟଣା ମହିଳାଙ୍କ ପାଇଁ ସମ୍ପୂର୍ଣ୍ଣ ଅପମାନଜନକ।

Read More
{}{}