Hindi News >>Home >>Odisha Trending

Karnataka CM Oath Ceremony: ଆଜିଠୁ କର୍ଣ୍ଣାଟକରେ ସିଦ୍ଦରମୈୟା ସରକାର ରାଜ୍

Karnataka CM Oath Ceremony: ଆଜିଠୁ କର୍ଣ୍ଣାଟକରେ କଂଗ୍ରେସ ସରକାର । ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମୈୟା(Siddaramaiah) ଓ ଉପମୁଖ୍ୟମନ୍ତ୍ରୀ ଭାବେ ଡିକେ ଶିବକୁମାର ଶପଥ ନେଇଛନ୍ତି । ବେଙ୍ଗାଲୁରୁ କାନ୍ତିରବା ଷ୍ଟାଡିୟମରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟପାଳ ଥାଓ୍ଵର ଚାନ୍ଦ ଗେହଲଟ ପଦ ଓ ଗୋପନୀୟତାର ସହ ଶପଥପାଠ କରାଇଥିଲେ । ଅନ୍ୟ ୮ ଜଣ ମନ୍ତ୍ରୀ ବି ଶପଥ ନେଇଥିଲେ । 

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: May 20, 2023, 02:31 PM IST

Karnataka CM Oath Ceremony:  ଆଜିଠୁ କର୍ଣ୍ଣାଟକରେ କଂଗ୍ରେସ ସରକାର । ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମୈୟା(Siddaramaiah) ଓ ଉପମୁଖ୍ୟମନ୍ତ୍ରୀ ଭାବେ ଡିକେ ଶିବକୁମାର ଶପଥ ନେଇଛନ୍ତି । ବେଙ୍ଗାଲୁରୁ କାନ୍ତିରବା ଷ୍ଟାଡିୟମରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟପାଳ ଥାଓ୍ଵର ଚାନ୍ଦ ଗେହଲଟ ପଦ ଓ ଗୋପନୀୟତାର ସହ ଶପଥପାଠ କରାଇଥିଲେ । ଅନ୍ୟ ୮ ଜଣ ମନ୍ତ୍ରୀ ବି ଶପଥ ନେଇଥିଲେ । ଜି. ପରମେଶ୍ୱର, ଏମ.ବି. ପାଟିଲ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟଙ୍କ ଖଡଗେ, ରାମଲିଙ୍ଗା ରେଡ୍ଡି ଓ କେ.କେ ଜର୍ଜଙ୍କୁ କ୍ୟାବିନେଟରେ ସ୍ଥାନ ମିଳିଛି । 

ଆଜିର ଶପଥ ଗ୍ରହଣ ସମାରୋହରେ କଂଗ୍ରେସର ବିଭିନ୍ନ ନେତାଙ୍କ ସହ ପ୍ରମୁଖ ବିରୋଧୀ ଦଳ ନେତାମାନଙ୍କୁ ଦେଖିବାକୁ ମିଳିଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଭଦ୍ରାଙ୍କ ସହ କଂଗ୍ରେସ ଶାସିତ ରାଜ୍ୟ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ପଟେଲ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍‌ଙ୍କ ସହ ଏନସିପି ମୁଖ୍ୟ ଶରଦ ପାୱାର, ନ୍ୟାଶନାଲ କନଫେରେନ୍ସ ସଭାପତି ଫାରୁକ ଅବଦୁଲ୍ଲା, ପିଡିପି ନେତ୍ରୀ ମେହବୁବା ମୁଫତି, ଆରଜେଡି ନେତା ତେଜସ୍ୱୀ ଯାଦବ, ସିପିଆଇ ନେତା ଡି.ରାଜା, ଅଭିନେତାରୁ ନେତା ପାଲଟିଥିବା କମଲ ହାସନ ପ୍ରମୁଖଙ୍କୁ ଦେଖିବାକୁ ମିଳିଛି ।

ମେ ୧୩ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିଲା । ଏଥିରେ କଂଗ୍ରେସ ୧୩୫,ବିଜେପି ୬୬ ଓ ଜେଡିଏମ ୧୯ ସିଟରେ ବିଜୟ ହାସଲ କରିଥିଲା । କର୍ଣ୍ଣାଟକରେ, କଂଗ୍ରେସ ବିପୁଳ ଭୋଟରେ ବିଜୟୀ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ବଇଟ କରି କଂଗ୍ରେସକୁ ବିଜୟ ନେଇ ଅଭିନନ୍ଦନ ଜଣାଇଛନ୍ତି । ମୋଦି ଟ୍ବଇଟ କରି ଲେଖିଛନ୍ତି ଯେ, “ଲୋକଙ୍କ ଆକାଂକ୍ଷା ପୂରା କରିବା ପାଇଁ ଆପଣଙ୍କୁ ମୋର ଅଭିନନ୍ଦନ । ମୁଁ ସେହି ସମସ୍ତଙ୍କୁ ଧନ୍ୟବାଦ ଦେଉଛି ଯେଉଁମାନେ କର୍ଣ୍ଣାଟକ ନିର୍ବାଚନରେ ସମର୍ଥନ କରିଛନ୍ତି” ।  ତେବେ କର୍ଣ୍ଣାଟକରେ ବିପୁଳ ବିଜୟ ପରେ ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ପ୍ରେସମିଟ୍ କରି ଜନତାଙ୍କୁ ଧନ୍ୟବାଦ ଜଣାଇଥିଲେ ରାହୁଲ ଗାନ୍ଧୀ (Rahul Gandhi) । ବିରୋଧୀଙ୍କୁ ଟାର୍ଗେଟ କରି ରାହୁଲ କହିଥିଲେ ଯେ, “ରାଜ୍ୟରେ ସେହ୍ନର ବିଜୟ ଓ ଘୃଣାର ପରାଜୟ ହୋଇଛି । ଆମେ ଗରିବର ମୁଦ୍ଦା ଉପରେ ଲଢିଲୁ, ସେହ୍ନ ଆଉ ପ୍ରେମର ସହ ଏହି ଲଢେଇ ଲଢିଲୁ । କର୍ଣ୍ଣାଟକର ଜନତା ଆମକୁ ଦେଖାଇଦେଲେ ଯେ, ଏ ଦେଶକୁ ସେହ୍ନ ଭଲ ଲାଗେ । ସେ ଆଉ ମଧ୍ଯ କହିଥିଲେ ଯେ, କର୍ଣ୍ଣାଟକରେ ଘୃଣାର ବଜାର ବନ୍ଦ ହୋଇଛି ।” 

ଏହାବି ପଢନ୍ତୁ :  Shani Upay: ଶନିବାର ଦିନ କରନ୍ତୁ ଏହି ସବୁ କାମ, କଟିବ ଶନିଦଶା,ହେବ ଟଙ୍କାର ବର୍ଷା!

ଏହାବି ପଢନ୍ତୁ :  Kendujhar News: ଛୁଟିରେ ଘରକୁ ଆସି ଜୀବନ ହାରିଲେ କନେଷ୍ଟବଳ, କାରଣ ଜାଣିଲେ ଟାଙ୍କୁରି ଉଠିବ ଲୋମ

ଏହାବି ପଢନ୍ତୁ : Mangal Gochar 2023: ଆଜିଠୁ ଖୋଲିଲା ଏହି ସବୁ ରାଶିର ଭାଗ୍ୟ, ନୂଆ ଚାକିରୀ ସାଙ୍ଗକୁ ରହିଛି ଧନଲାଭର ଯୋଗ!

ଏହାବି ପଢନ୍ତୁ : Sonali Bendre: ଏହି ବିବାହିତ ରାଜନେତାଙ୍କ ପ୍ରେମରେ ପଡ଼ିଥିଲେ ସୋନାଲି ବେନ୍ଦ୍ରେ, ଏହି କାରଣରୁ ଭାଙ୍ଗିଥିଲା ବିବାହ!

 

Read More
{}{}