Hindi News >>Home >>Odisha Trending

Mount Kailash: ଏଭରେଷ୍ଟ ଠାରୁ ୨୦୦୦ ମିଟର କମ୍ ଉଚ୍ଚ, ହେଲେ ତଥାପି କୈଳାସ ପର୍ବତ ଜିତି ପାରନାହାଁନ୍ତି କୌଣସି ଲୋକ

Kailash Mountain: ହିମାଳୟ ପର୍ବତ ମାଳାରେ ଅବସ୍ଥିତ କୈଳାସ ପର୍ବତ ଆଜି ବିଜ୍ଞାନ ଯୁଗରେ ଏକ ରହସ୍ୟ ହୋଇରହିଛି। କାରଣ କୌଣସି ଲୋକ ଆଜି ପର୍ଯ୍ୟନ୍ତ କୈଳାସ ପର୍ବତ ଶିଖରରେ ପହଞ୍ଚିବାକୁ ସକ୍ଷମ ହୋଇନାହାଁନ୍ତି।  

Advertisement
Mount Kailash: ଏଭରେଷ୍ଟ ଠାରୁ ୨୦୦୦ ମିଟର କମ୍ ଉଚ୍ଚ, ହେଲେ ତଥାପି କୈଳାସ ପର୍ବତ ଜିତି ପାରନାହାଁନ୍ତି କୌଣସି ଲୋକ
Stop
Zee Odisha Desk|Updated: May 06, 2023, 03:47 PM IST

Kailash Mountain Secrets: ହିମାଳୟ ପର୍ବତମାଳାରେ ଅବସ୍ଥିତ ରହିଛି ଆଧ୍ୟାତ୍ମିକ କୈଳାସ ପର୍ବତ। କୈଳାସ ମାନସରୋବର ଯାତ୍ରା ସମୟରେ ସର୍ବଦା ଚର୍ଚ୍ଚାରେ ରହିଥାଏ କୈଳାସ ପର୍ବତ। ଧାର୍ମିକ ଦୃଷ୍ଟିକୋଣରୁ ଏହି ପର୍ବତର ଅନେକ ଗୁରୁତ୍ୱ ରହିଛି। କୁହାଯାଏ ଯେ, ଆଜି ପର୍ଯ୍ୟନ୍ତ କେହି କୈଳାସ ପର୍ବତ ଶିଖରରେ ପହଞ୍ଚି ପାରିନାହାଁନ୍ତି। ବିଶ୍ୱର ସବୁଠାରୁ ଉଚ୍ଚତମ ପର୍ବତ ଶୃଙ୍ଗ କୁହାଯାଉଥିବା ମାଉଣ୍ଟ ଏଭରେଷ୍ଟ ଠାରୁ କୈଳାଶ ପର୍ବତ ୨ ହଜାର ମିଟର କମ। ହଜାର ହଜାର ଲୋକ ୮୮୪୮ ମିଟର ଉଚ୍ଚତା ବିଶିଷ୍ଟ ମାଉଣ୍ଟ ଏଭରେଷ୍ଟ ଶିଖରରେ ପହଞ୍ଚି ସାରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ କେହି ୬୬୩୮ ମିଟର ଉଚ୍ଚତା ବିଶିଷ୍ଟ କୈଳାଶ ପର୍ବତ ଶିଖରରେ ପହଞ୍ଚି ପାରିନାହାଁନ୍ତି। 

କୈଳାଶ ପର୍ବତ ଆଜି ପର୍ଯ୍ୟନ୍ତ ଏକ ରହସ୍ୟମୟ ପ୍ରହେଳିକା ହୋଇରହିଛି। ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ କେହି ପର୍ଦ୍ଦାଫାଶ କରି ପାରିନାହଁନ୍ତି। ଋଷିଆ ଏବଂ ଚୀନ୍ ଭଳି ଦେଶ ମଧ୍ୟ କୈଳାଶ ପର୍ବତ ସାମ୍ନାରେ ପରାଜୟ ବରଣ କରିଛନ୍ତି। ଏହା ମଧ୍ୟ କୁହାଯାଏ ଯେ ଭଗବାନ ଶିବ ହେଉଛନ୍ତି କୈଳାଶ ପର୍ବତର ସ୍ୱାମୀ। ବାବା ଭୋଲେନାଥ ତାଙ୍କ ଗଣଙ୍କ ସହିତ କୈଳାଶ ପର୍ବତରେ ଅବସ୍ଥାନ କରିଥାନ୍ତି। କୁହାଯାଏ ଯେ ଭଗବାନ ଶିବ କୌଣସି ମଣିଷକୁ କୈଳାସ ପର୍ବତକୁ ଆସିବାକୁ ଦିଅନ୍ତିନାହିଁ। ଅନ୍ୟ ପଟେ କୈଳାଶ ପର୍ବତ ଉପରେ ବିଭିନ୍ନ ପ୍ରକାର ଅନୁସନ୍ଧାନ ଏବଂ ଗବେଷଣାରେ ଭିନ୍ନ ଭିନ୍ନ ଦାବି କରାଯାଇଛି। କୈଳାଶ ପର୍ବତ ସହିତ ଜଡ଼ିତ ରହସ୍ୟ ବିଷୟରେ ଜାଣନ୍ତୁ। 

କୈଳାଶ ପର୍ବତ ଉପରକୁ କେହି ଚଢି ନ ପାରିବାର କାରଣ 

  • ୧. କୁହାଯାଏ ଯେ ଅସୁର ମଧ୍ୟ କୈଳାଶ ପର୍ବତ ଉପରକୁ ଚଢିବାକୁ ଅନେକ ଥର ଚେଷ୍ଟା କରିଥିଲେ। ହେଲେ ସେମାନେ କଦାପି ସଫଳ ହୋଇନଥିଲେ। ଦାବି କରାଯାଇଛି ଯେ ଭଗବାନ ଶିବ ତାଙ୍କ ଗଣଙ୍କ ବ୍ୟତୀତ ଅନ୍ୟ କାହାକୁ କୈଳାସ ଆସିବାକୁ ଦିଅନ୍ତି ନାହିଁ।
  • ୨. ଏହା ମଧ୍ୟ ଦାବି କରାଯାଇଛି ଯେ ଯିଏ କୈଳାଶ ପର୍ବତ ଉପରକୁ ଚଢିବାକୁ ଚେଷ୍ଟା କରିଛି, ତାହାର କେଶ ଏବଂ ନଖ ଦ୍ରୁତ ଗତିରେ ବଢିବାକୁ ଲାଗେ। ଏହି କାରଣରୁ ସେ ଆଗକୁ ବଢିବାକୁ ଅସମର୍ଥ ହୋଇଥାଏ।
  • ୩. କୁହାଯାଏ ଯେ କୈଳାଶ ପର୍ବତ ବହୁତ ରେଡିଓ ଆକ୍ଟିଭ୍ ରହିଛି। ଏହା ମଧ୍ୟ ଦାବି କରାଯାଏ ଯେ କୈଳାଶ ପର୍ବତ ଉପରକୁ ଚଢିବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ଦିଗହୀନ ହୋଇଯାଇଥାନ୍ତି।  ଯାହା ଦ୍ୱାରା ସେ ପର୍ବତ ଶିଖରରେ ପହଞ୍ଚିବାକୁ ଅସମର୍ଥ ହୁଅନ୍ତି।
  • ୪. ୧୯୯୯ ମସିହାରେ ଏକ ଋଷୀୟ ପର୍ବତାରୋହୀ ଦଳ କୈଳାଶ ପର୍ବତ ଉପରେ ଅନୁସନ୍ଧାନ କରିଥିଲେ। ଯେଉଁଥିରେ କୁହାଯାଇଥିଲା ଯେ କୈଳାଶ ପର୍ବତର ଶିଖର ସ୍ୱାଭାବିକ ନୁହେଁ। ଏହା ଗଠନ ଏକ ପିରାମିଡ୍ ଭଳି ଦେଖାଯାଏ। ସେଥିପାଇଁ ଏହାକୁ ଶିବ ପିରାମିଡ୍ ମଧ୍ୟ କୁହାଯାଏ। ଦାବି କରାଯାଇଥିଲା ଯେ କୈଳାସ ପର୍ବତ ଆରୋହଣ କରିବାକୁ ଆସିଥିବା ବ୍ୟକ୍ତି ଏହାକୁ ଚଢି ନପାରି ଫେରି ଆସିଛନ୍ତି କିମ୍ବା ତାଙ୍କର ମୃତ୍ୟୁ ହୋଇଛି। 
  • ୫. ଏପରିକି ଚୀନ ଭଳି ଶକ୍ତିଶାଳୀ ଦେଶ ମଧ୍ୟ କୈଳାସ ପର୍ବତ ସାମ୍ନାରେ ପରାଜୟ ଗ୍ରହଣ କରିଛି। ଚୀନ୍ ସରକାରଙ୍କ ନିର୍ଦ୍ଦେଶକ୍ରମେ କିଛି ପର୍ବତାରୋହୀ କୌଳାସ ପର୍ବତ ଶିଖର ଜୟ କରିବାକୁ ଯାଇଥିଲେ। ହେଲେ ସେମାନେ ମଧ୍ୟ ସଫଳତା ପାଇ ନଥିଲେ। ଚୀନ୍ ସରକାର ତାଙ୍କର ଏହି ଅଭିଯାନକୁ ଅଧାରେ ବନ୍ଦ କରି ଦେଇଥିଲେ।
  • ୬. ଏହା ମଧ୍ୟ କୁହାଯାଏ ଯେ ଯିଏ କୈଳାଶ ପର୍ବତ ଉପରକୁ ଚଢିବାକୁ ଯାଏ, ତାହାର ହୃଦୟ ପରିବର୍ତ୍ତନ ହୋଇଯାଏ କିମ୍ବା ସେ ଫେରି ଆସିଥାଏ। ଏହା ମଧ୍ୟ ଦାବି କରାଯାଇଛି ଯେ କୈଳାସ ପର୍ବତ ଚଢିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ମୁହଁରେ ବୃଦ୍ଧାବସ୍ଥା ଦେଖାଯିବା ଆରମ୍ଭ ହୋଇଥାଏ।
  • ୭. ଏହା ମଧ୍ୟ ଦାବି କରାଯାଇଛି ଯେ ଏଭରେଷ୍ଟ  ବୈଷୟିକ ଦୃଷ୍ଟିକୋଣରୁ ସହଜ। ହେଲେ କୈଳାସ ପର୍ବତ ଉପରକୁ ଚଢିବାକୁ କୌଣସି ଉପାୟ ନାହିଁ। ଏଠାରେ ସବୁ ସ୍ଥାନରେ ଖାଲି ପଥର ରହିଛି। ହେଲେ କୈଳାସ ପର୍ବତ ଉପରକୁ ଚଢି ନ ପାରିବାର ପଛରେ ଆହୁରି ଅନେକ କାରଣ ରହିଛି। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି।
     
{}{}