Hindi News >>Home >>Odisha Trending

Joshimath Sinking: ଜୋଶୀମଠକୁ ମାଡି ଆସୁଛି ବିପଦ! ସାମ୍ନାକୁ ଆସିଲା ସାଘାଂତିକ ତଥ୍ୟ

Joshimath Sinking: ଉତ୍ତରାଖଣ୍ଡର ଜୋଶୀମଠ ଅଞ୍ଚଳରେ ଥିବା ଆଉ କିଛି ଘର ଫାଟିବା ଆରମ୍ଭ କଲାଣୀ । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ରିପୋର୍ଟ ଅନୁଯାୟୀ,ସହରାଞ୍ଚଳର ୯ ଟି ୱାର୍ଡରେ ଘର ଗୁଡିକ ପାଟିଥିବା ଜଣାପଡିଛି । ସେଠାରେ ୧୪୭ ଟି ଘର ସଂପୂର୍ଣ୍ଣ ଅସୁରକ୍ଷିତ ଅଞ୍ଚଳରେ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୭୬୦ ଟି ଘରେ ଫାଟ ସୃଷ୍ଟି ହୋଇଥିବା ରିପୋର୍ଟରୁ ଜଣାପଡିଛି।

Advertisement
Joshimath Sinking: ଜୋଶୀମଠକୁ ମାଡି ଆସୁଛି ବିପଦ! ସାମ୍ନାକୁ ଆସିଲା ସାଘାଂତିକ ତଥ୍ୟ
Stop
Zee Odisha Desk|Updated: Jan 14, 2023, 10:19 AM IST

Joshimath Sinking: ଉତ୍ତରାଖଣ୍ଡର ଜୋଶୀମଠ ଅଞ୍ଚଳରେ ଥିବା ଆଉ କିଛି ଘର ଫାଟିବା ଆରମ୍ଭ କଲାଣୀ । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ରିପୋର୍ଟ ଅନୁଯାୟୀ,ସହରାଞ୍ଚଳର ୯ ଟି ୱାର୍ଡରେ ଘର ଗୁଡିକ ପାଟିଥିବା ଜଣାପଡିଛି । ସେଠାରେ ୧୪୭ ଟି ଘର ସଂପୂର୍ଣ୍ଣ ଅସୁରକ୍ଷିତ ଅଞ୍ଚଳରେ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୭୬୦ ଟି ଘରେ ଫାଟ ସୃଷ୍ଟି ହୋଇଥିବା ରିପୋର୍ଟରୁ ଜଣାପଡିଛି। ଜୋଶୀମଠ ଅଞ୍ଚଳରେ ଥିବା ୧,୪,୫ ଓ ୭ ଓ୍ବାର୍ଡକୁ ସମ୍ପୁର୍ଣ୍ଣ ଅସୁରକ୍ଷିତ ଘୋଷଣା କରାଯାଇଛି ।  ଏହା ସହିତ ଜିଲ୍ଲା ପ୍ରଶାସନ ଜୋଶୀମଠ ଅଞ୍ଚଳର ଅସୁରକ୍ଷିତ ସ୍ଥାନରେ ଥିବା ୨୧୯୦ ଲୋକଙ୍କୁ ୮୩ଟି କୋଠାଘରେ ଥଇଥାନ କରିବ ବୋଲି ବ୍ୟବସ୍ଥା କରିଛି । 

ଜୋଶୀମଠ ନିକଟରେ ଥିବା ପିପାଲକୋଟିରେ ମଧ୍ୟ ୨୦ଟି କୋଠା ଘର ମଧ୍ୟ ଚିହ୍ନଟ କରାଯାଇଛି।  ଯେଉଁଠି ୨୨୦୫ ଲୋକେ ବସବାସ କରିପାରିବେ । ବର୍ତ୍ତମାନ ପର୍ଯ୍ୟନ୍ତ ୧୮୫ ପରିବାରର ୬୫୭ ଜଣଙ୍କୁ ସାମୟିକ ଭାବେ ସ୍ଥାନାନ୍ତର କରାଯାଇଛି। ଏହି ରିଲିଫ୍ କ୍ୟାମ୍ପଗୁଡିକରେ ଲୋକମାନେ ଯେପରି କୌଣସି ସମସ୍ୟାର ସମ୍ମୁଥିନ ନ ହୁଅନ୍ତି । ସେଥିପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍ ନିଜେ ଲୋକମାନଙ୍କୁ ଭେଟି ଖାଦ୍ୟ ଏବଂ ପାନୀୟର ବ୍ୟବସ୍ଥା କଥା ମଧ୍ୟ ବୁଝୁଛନ୍ତି ।  ଜିଲ୍ଲା ପ୍ରଶାସନ ଏ-ପର୍ଯ୍ୟନ୍ତ ୨୧୦ ପ୍ରଭାବିତଙ୍କୁ  ୧ କୋଟିରୁ ଅଧିକ ଆର୍ଥିକ ସହାୟତା ଯୋଗାଇ ଦେଇଛି । 

ଏହାବି ପଢନ୍ତୁ : Makar Sankranti: ଆଜି ପବିତ୍ର ମକର ସଂକ୍ରାନ୍ତି, ମାନସିକ କୁଣ୍ଡରେ ‘ଛୁଆ ପାଇଁ ଗୁଆ ଖୋଜା’

ପ୍ରଭାବିତ ପରିବାରକୁ ଆର୍ଥିକ ସହାୟତା : ଜାନୁଆରୀ  ୧୩ରେ, ବିପର୍ଯ୍ୟୟ ପ୍ରଭାବିତଙ୍କ ପାଇଁ ଥଇଥାନ ଏବଂ ରିଲିଫ ପ୍ୟାକେଜ ସମ୍ପର୍କରେ ଏକ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ସଚିବ ଡକ୍ଟର ଏସ୍ ଏସ୍ ସାନ୍ଧୁ ଏବଂ ବିପର୍ଯ୍ୟୟ ସଚିବ ରଣଜିତ୍ ସିହ୍ନା କହିଛନ୍ତି ଯେ, ଆଗାମୀ ଦିନରେ ଜୋଶୀମଠ ପାଇଁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ଏହା ସହିତ କ୍ୟାବିନେଟ ୪୫ କୋଟି ଆର୍ଥିକ ସହାୟତା ରିଲିଫକୁ ଅନୁମୋଦନ କରିଛି। ପୁନଃ ଥଇଥାନ ପାଇଁ କ୍ୟାବିନେଟ ପାଞ୍ଚଟି ସ୍ଥାନ ଚିହ୍ନଟ କରିଛି। ଏହା ବ୍ୟତୀତ ପ୍ରଭାବିତ ପରିବାର ପାଇଁ ଭଡା ହାର ୪୦୦୦ ରୁ ୫୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।
 
ଭୂସ୍ଖଳନ ତୀବ୍ରତା ଦ୍ରୁତ ଗତିରେ ବଢୁଛି : 
ଇସ୍ରୋର ନ୍ୟାସନାଲ ରିମୋଟ ସେଂସିଂ ସେଣ୍ଟର ଜୋଷୀମଠ ସହରର ସାଟେଲାଇଟ ଚିତ୍ର ଜାରି କରିଛି । ଏହି ଚିତ୍ରରୁ ଜଣାପଡିଛି କି ଜୋଷୀମଠରେ କେମିତି ଧିରେ ଧିରେ ଭୂମି ଧସିବାରେ ଲାଗିଛି । ସାଟେଲାଇଟ ଚିତ୍ରରୁ ଜଣାପଡିଛି କି ଜୋଶୀମଠ ମାତ୍ର ୧୨ ଦିନର ୫.୪ ସେଣ୍ଟିମିଟର ଧସି ଯାଇଛି । ଇସ୍ରୋ ଚିତ୍ର ଜାରି କରି କହିଛି, ୨୭ ଡିସେମ୍ବର ୨୦୨୨ ଓ ୮ ଜାନୁୟାରୀ ୨୦୨୩ ମଧ୍ୟରେ ଜୋଷୀମଠରେ ୫.୪ ସେଣ୍ଟିମିଟର ଭୂମି ଧସି ଯାଇଛି । ଏପ୍ରିଲ ୨୦୨୨ ଓ ନଭେମ୍ବର ୨୦୨୨ ମଧ୍ୟରେ ଜୋଷୀମଠରେ ୯ ସେଣ୍ଟିମିଟର ଭୂମି ଧସିଥିବା ଦେଖାଯାଇଛି । ଏନଏସଆରସି କହିଛି, ଗତ ସପ୍ତାହ ଅର୍ଥାତ୍ ଡିସେମ୍ବର ଓ ଜାନୁୟାରୀ ପ୍ରଥମ ସପ୍ତାହ ମଧ୍ୟରେ ଅଧିକ ମାତ୍ରାରେ ଧସିବା ଘଟଣା ସାମ୍ନାକୁ ଆସିଛି । ସାଟେଲାଇଟ ଚିତ୍ରରୁ ଜଣାପଡିଛି କି ଆର୍ମି ହେଲିପ୍ୟାଡ ଓ ନରସିଂହ ମନ୍ଦିର ସହିତ ସେଣ୍ଟ୍ରାଲ ଜୋଷୀମଠରେ ସବସିଡେନ୍ସ ଜୋନ ରହିଛି । ସବୁଠାରୁ ଅଧିକ ଧସିଛି ଜୋଷୀମଠ-ଓଲି ରୋଡ ନିକଟରେ ୨,୧୮୦ ମିଟର ଉଚ୍ଚତାରେ ରହିଛି । ସୂଚନାଯୋଗ୍ୟ, ୨୦୨୨ରେ ଏପ୍ରିଲ ଓ ନଭେମ୍ବର ମଧ୍ୟରେ ଜୋଷୀମଠରେ ୮.୯ ସେଣ୍ଟିମିଟରର ଧିମା ଧସିବା ଘଟଣା ଦେଖାଯାଇଛି ।

Read More
{}{}