Hindi News >>Home >>Odisha Trending

Jharkhand News: ହିସାବ ବିହୀନ ୩୨ କୋଟି, ଝାଡ଼ଖଣ୍ଡ ଗ୍ରାମ୍ୟଉନ୍ନୟନ ମନ୍ତ୍ରୀଙ୍କ ପିଏସ୍‍ ଗିରଫ

Jharkhand News:  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ୩୨ କୋଟି ଟଙ୍କାର ହିସାବ ବିହୀନ କୋଟି ଟଙ୍କା ଜବତ ହେବା ପରେ ଝାଡ଼ଖଣ୍ଡ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ (ପିଏସ୍‍) ସଞ୍ଜୀବ ଲାଲ୍‍ ଏବଂ ତାଙ୍କ ଗୃହ ସହାୟକଙ୍କୁ ଗିରଫ କରାଯାଇଛି। 

Advertisement
Jharkhand News: ହିସାବ ବିହୀନ ୩୨ କୋଟି, ଝାଡ଼ଖଣ୍ଡ ଗ୍ରାମ୍ୟଉନ୍ନୟନ ମନ୍ତ୍ରୀଙ୍କ ପିଏସ୍‍ ଗିରଫ
Stop
Zee Odisha Desk|Updated: May 07, 2024, 09:56 AM IST

Jharkhand News (ଭୁବନେଶ୍ୱର):  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ୩୨ କୋଟି ଟଙ୍କାର ହିସାବ ବିହୀନ କୋଟି ଟଙ୍କା ଜବତ ହେବା ପରେ ଝାଡ଼ଖଣ୍ଡ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ (ପିଏସ୍‍) ସଞ୍ଜୀବ ଲାଲ୍‍ ଏବଂ ତାଙ୍କ ଗୃହ ସହାୟକଙ୍କୁ ଗିରଫ କରାଯାଇଛି। ବେଆଇନ ଅର୍ଥ କାରବାର ମାମଲାରେ  ସୋମବାର ଦିନ ଏକାଧିକ ସ୍ଥାନରେ ଚଢ଼ଉ କରି ଇଡଇ ଏହି ଅର୍ଥ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିଥିଲେ। ସାରା ରାତି ପଚରା ଉଚୁରା ପରେ ସକାଳେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। 

ଝରଡ଼ଖଣ୍ଡରେ ଏବେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଭବେ କାର୍ଯ୍ୟ କରୁଛନ୍ତି କଂଗ୍ରେସ ନେତା ଆଲାମଗିରି ଆଲାମ। ତାଙ୍କର ପିଏସ୍‍ ହେଉଛନ୍ତି ଶ୍ରୀ ଲାଲ୍‍। ସୋମବାର ଦିନ ଶ୍ରୀ ଲାଲ୍‍ଙ୍କ ଘରୋଇ ସହାୟକଙ୍କ ରାଞ୍ଚି ବାସଭବନରେ ଚଢ଼ଉ କରିଥିଲା। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଦୁରନୀତି ପ୍ରସଙ୍ଗର ତଦନ୍ତ କ୍ରମେ ଇଡଇ ଏହି ଚଢ଼ଉ କରିଥିଲା। ଏହି ଘରୁ ୩୨ କୋଟି ଏବଂ ଅନ୍ୟ ସ୍ଥାନରୁ ତିନି କୋଟି ଜବତ ହୋଇଥିଲା। ଏହାଦ୍ୱାରା ସମୁଦାୟ ଜବତ ହୋଇଥିବା ଟଙ୍କା ପରିମାଣ ୩୫ କୋଟି ୨୩ ଲକ୍ଷରେ ପହଞ୍ଚିଥିବା କୁହାଯାଇଛି।

{}{}