Hindi News >>Home >>Odisha Trending

lottery winner: ବଦଳିଗଲା ନଟରାଜନଙ୍କ ଭାଗ୍ୟ, ୨୫ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ମିଳିବ ସାଢେ ୫ଲକ୍ଷ ଟଙ୍କା

lottery winner: ୪୯ ବର୍ଷ ବୟସ୍କ ନଟରାଜନ ପ୍ରଥମ ବ୍ୟକ୍ତି ଭାବରେ ଜ୍ୟାକପଟ୍ ଜିତିବାରେ ସଫଳ ହୋଇଛନ୍ତି । ତାଙ୍କୁ ୨୫ ବର୍ଷ ମଧ୍ୟରେ ପ୍ରାୟ ସାଢେ ୧୬ କୋଟି ଟଙ୍କା ମିଳିବ ।

Advertisement
lottery winner: ବଦଳିଗଲା ନଟରାଜନଙ୍କ ଭାଗ୍ୟ, ୨୫ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ମିଳିବ ସାଢେ ୫ଲକ୍ଷ ଟଙ୍କା
Stop
Soubhagya Ranjan Mishra|Updated: Oct 21, 2023, 06:26 PM IST

lottery winner: ରାତା ରାତି ବଦଳିଗଲା ତାମିଲନାଡୁରେ ରହୁଥିବା ନଟରାଜନଙ୍କ ଭାଗ୍ୟ । ସତେ ଯେମିତି ମାଆ ଲକ୍ଷ୍ମୀ ତାଙ୍କ ଉପରେ କୃପା କରି ଧନର ବର୍ଷା କରିଛନ୍ତି । ଆସନ୍ତା ୨୫ ବର୍ଷ ପର୍ଯ୍ୟନ୍ତ ନଟରାଜନଙ୍କ ଉପରେ ଟଙ୍କାର ବର୍ଷା ହେବାକୁ ଯାଉଛି । ସଂଯୁକ୍ତ ଆରବ ଏମିରେଟ୍ସ (UAE)ରେ ପ୍ରୋଜେକ୍ଟ ମ୍ୟାନେଜର (Project manager) ଭାବରେ କାର୍ଯ୍ୟ କରୁଥିଲେ ମଗେଶ କୁମାର ନଟରାଜନ । ସେ ଶୁକ୍ରବାର ଦିନ ଏକ 'ଜ୍ୟାକପଟ୍' ତଥା ଲଟେରୀ ଜିତିବାରେ ସଫଳ ହୋଇଛନ୍ତି । ଏହି ଲଟେରୀ ଏପରି ଏକ ଲଟେରୀ ଯାହା ତାଙ୍କ ପାଇଁ ଧନର ବର୍ଷା କରାଇବାକୁ ଯାଉଛି । ନଟରାଜନଙ୍କ ପାଇଁ ଆସନ୍ତା ୨୫ ବର୍ଷ ପର୍ଯ୍ୟନ୍ତ କୌଣସି ରୋଜଗାର କରିବା ଦରକାର ପଡିବ ନାହିଁ । ପ୍ରତି ମାସରେ ସାଢେ ୫ ଲକ୍ଷରୁ ଅଧିକ ଟଙ୍କା ମିଳିବ ନଟରାଜନଙ୍କୁ । କହିବାକୁ ଗଲେ ୨୫ ବର୍ଷ ମଧ୍ୟରେ ନଟରାଜନଙ୍କୁ ପ୍ରାୟ ସାଢେ ୧୬ କୋଟି ଟଙ୍କା ମିଳିବ ।

ଜ୍ୟାକପଟ୍ ହାସଲ କରିବାରେ ପ୍ରଥମ ଭାରତୀୟ
ସବୁଠୁ ଖୁସିର କଥା ଏହା ଯେ, ୟୁଏଇରେ ଏହି 'ଜ୍ୟାକପଟ୍' ଜିତିବାରେ ଭାରତୀୟ ନାଗରିକ ନଟାରାଜନ ହେଉଛନ୍ତି ପ୍ରଥମ ବ୍ୟକ୍ତି । ତାଙ୍କର ବୟସ ବର୍ତ୍ତମାନ ୪୯ ବର୍ଷ । ଏମିରେଟ୍ସ ଡ୍ର’ର FAST5 ଗ୍ରାଣ୍ଡ ପୁରସ୍କାର ଜିତିବାରେ ସଫଳ ହୋଇଛନ୍ତି ନଟରାଜନ । ଏହି ବିଜୟ ହାସଲ କରିବା ପରେ ସେ ଆସନ୍ତା ୨୫ବର୍ଷ ପର୍ଯ୍ୟନ୍ତ ମାସକୁ ୨୫ ହଜାର ଦିରହମ୍ (ଭାରତୀୟ ମୁଦ୍ରାରେ ପ୍ରାୟ ସାଢେ ୫ଲକ୍ଷ ଟଙ୍କା) ପାଇବେ ।

ଲଟେରୀ ଜିତିବା ପରେ ନଟରାଜନ୍ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, 'ମୋ ଜୀବନରେ ମୁଁ ଅନେକ ଜଟିଳ ପରିସ୍ଥିତିର ସାମ୍ନା କରିଛି ବିଶେଷ କରି ପାଠ ପଢା ସମୟରେ ମୋତେ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିଥିଲା। ମୋର ପାଠ ପଡା ସରିବା ପରେ ଅନେକ ଲୋକ ମୋତେ ଆଗକୁ ବଢିବା ପାଇଁ ସାହାଯ୍ୟ କରିଥିଲେ । ବର୍ତ୍ତମାନ ସମାଜ ପାଇଁ ମୋର ଦାୟୀତ୍ୱ ରହିଛି । ସମାଜ ପାଇଁ ମୋର ଅବଦାନ ରହିବ । ମୁଁ ଅଭାବୀ ଲୋକଙ୍କୁ ନିଶ୍ଚେ ସାହାଯ୍ୟ ସହଯୋଗ କରିବି ।

ସୂଚନାଯୋଗ୍ୟ, ଭାଗ୍ୟଶାଳୀ ଲଟେରୀ ବିଜେତା ମାଗେଶ କୁମାର ନଟରାଜନ୍ ତାମିଲନାଡୁର ଅମ୍ବୁରର ବାସିନ୍ଦା । ୨୦୧୯ ରେ ସେ ଚାରି ବର୍ଷ ପାଇଁ ସାଉଦି ଆରବ ଯାଇଥିଲେ । ସେଠାରେ କାମ କରିବା ସମୟରେ ସେ ଏହି ଲଟେରୀରେ ଭାଗ ନେଇ ନିଜ ଭାଗ୍ୟରେ କଣ ଅଛି ତାହା ପରୀକ୍ଷା କରିବାକୁ ଚେଷ୍ଟା କରିଥିଲେ । ସେ ଟିକେଟ୍ କିଣି ଲଟେରୀରେ ଭାଗ ନେଇଥିଲେ । ଆଜି ସେହି ଲଟେରୀ କାରଣରୁ ତାଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିଛି ।

Also Read- Google Pay: ଗୁଗୁଲ୍ ପେରେ ମିଳିବ ଲୋନ୍, ଆକାଉଣ୍ଟରେ ବାଲାନ୍ସ ନଥିଲେ ବି କରିପାରିବେ ପେମେଣ୍ଟ

Also Read-  Health Tips: ଡେଙ୍ଗୁ ସମୟରେ ପଇଡ ପାଣି, ଅମୃତଭଣ୍ଡା ପତ୍ର ରସ ପିଉଛନ୍ତି କି? ଜାଣନ୍ତୁ ସଠିକ ପଦ୍ଧତି

Read More
{}{}