Hindi News >>Home >>Odisha Trending

Bhadrak News: ଯାତ୍ରା ପେଣ୍ତାଲରେ ବୃଦ୍ଧଙ୍କ ମୁଣ୍ତରେ ହାତ ମାରି ଫସିଲେ ଆଇଟମ୍ ଡ୍ୟାନ୍ସର, ଥାନାକୁ ହେବେ ଘୋଷଡା !

Bhadrak News In Odia : ବିବାଦରେ ଅଭିନେତ୍ରୀ ତଥା ଆଇଟମ୍ ଗାର୍ଲ ପିହୁ (item girl Pihu)। ଯାତ୍ରା ମଞ୍ଚରେ ବରିଷ୍ଠ ନାଗରିକଙ୍କ ଆଗରେ ନଗ୍ନ ନୃତ୍ୟ କରିବା, ଅଶ୍ଳୀଳ ଇଙ୍ଗିତ କରିବା ଓ ବୃଦ୍ଧଙ୍କ ମୁଣ୍ଡ ହାତମାରିବା ପଡିଲା ମହଙ୍ଗା। ଏବେ ଏହି ମାମଲାରେ ଜେଲ ଯିବେ ଅଭିନେତ୍ରୀ ତଥା ଆଇଟମ୍ ଗାର୍ଲ ପିହୁ (item girl Pihu)। ଏନେଇ ଅଭିନେତ୍ରୀ ପିହୁଙ୍କ (item girl Pihu) ବିରୋଧରେ ଥାନାରେ ଏତଲା ଦେଇଛନ୍ତି ବୃଦ୍ଧ ।

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: Apr 22, 2023, 08:00 PM IST

Bhadrak News In Odia : ବିବାଦରେ ଅଭିନେତ୍ରୀ ତଥା ଆଇଟମ୍ ଗାର୍ଲ ପିହୁ (item girl Pihu)।  ଯାତ୍ରା ମଞ୍ଚରେ ବରିଷ୍ଠ ନାଗରିକଙ୍କ ଆଗରେ ନଗ୍ନ ନୃତ୍ୟ କରିବା, ଅଶ୍ଳୀଳ ଇଙ୍ଗିତ କରିବା ଓ ବୃଦ୍ଧଙ୍କ ମୁଣ୍ଡ ହାତମାରିବା ପଡିଲା ମହଙ୍ଗା। ଏବେ ଏହି ମାମଲାରେ ଜେଲ ଯିବେ ଅଭିନେତ୍ରୀ ତଥା ଆଇଟମ୍ ଗାର୍ଲ ପିହୁ  (item girl Pihu)। ଏନେଇ ଅଭିନେତ୍ରୀ ପିହୁଙ୍କ  (item girl Pihu) ବିରୋଧରେ ଥାନାରେ ଏତଲା ଦେଇଛନ୍ତି ବୃଦ୍ଧ ।  ଭଦ୍ରକ ଜିଲ୍ଲା ବାଂଶଡା ଥାନାରେ ଟେଲି ଅଭିନେତ୍ରୀଙ୍କ ନାଁରେ ଅଭିଯୋଗ କରିଛନ୍ତି ପିତବାସ ବାରିକ । ରେକର୍ଡ ଡାନ୍ସ ଦେଖୁଥୁବା ସମୟରେ ମଂଚ ଉପରୁ ତଳେ ବସିଥିବା  ଜଣେ ବରିଷ୍ଠ ନାଗରିକ/ବୃଦ୍ଧଙ୍କୁ (senior citizen) ଅଭିନେତ୍ରୀ ଅଶ୍ଳିତ ଇଙ୍ଗିତ ଅଭିଯୋଗ କରିବାରୁ ଜୋତା ଉଠାଇଥିଲେ ବୃଦ୍ଧ ଜଣକ । ଯାତ୍ରା ଷ୍ଟେଜ୍‌ରେ ଗୀତର ଧୁନ୍‌ରେ ନାଚୁଥିଲେ ମହିଳା ଡ୍ୟାନସର । ହଠାତ୍‌ ତଳକୁ ଓହ୍ଲାଇ ଆସି ଆଗରେ ବସିଥିବା ସେହି ବୃଦ୍ଧଙ୍କୁ ସେ ଅଶ୍ଳୀଳ ଇଙ୍ଗିତ କରିଥିଲେ । ଏମିତିକି ବୃଦ୍ଧଙ୍କ ମୁଣ୍ଡକୁ ଧରି ସେ ଅଶ୍ଲୀଳ ଇଙ୍ଗୀତ କରିଥିଲେ । ଏନେଇ ବୃଦ୍ଧ ଜଣକ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ,ଗତକାଲି ରାତିରେ ଭଦ୍ରକ ତିହିଡି ବ୍ଲକ ନରେନ୍ଦ୍ରପୁର ପାଟଣମଙ୍ଗଳା ଯାତ୍ରା ମଞ୍ଚରେ ଚାଲିଥିଲା ରେକର୍ଡ ଡାନ୍ସ । ରେକର୍ଡ ଡାନ୍ସ ଦେଖିବାକୁ ଲୋକଙ୍କ ଭିଡ ମଧ୍ୟ ଜମିଥିଲା । ଆଇଟମ୍ ଡାନ୍ସରେ ଲୋକଙ୍କୁ ପାଗଳ କରିଦେଉଥିଲେ  ଆଇଟମ୍ ଗାର୍ଲ ପିହୁ ।  ଏକ ଆଲବମ ଗୀତ(ମୁଁ ଗରମ ଗରମ ନିଆଳି ଛେନା...) ରେ ନାଚିବା ବେଳେ, ବରିଷ୍ଠ ନାଗରିକଙ୍କୁ ଅଶ୍ଲୀଳ ଇଙ୍ଗିତ କରିଥିଲେ  ପିହୁ (item girl Pihu) । ଯାହାକୁ ତଳେ ବସିଥିବା ବରିଷ୍ଠ ନାଗରିକ ପ୍ରତିବାଦ ପରେ ପରେ ପ୍ରତିବାଦ କରି ଚାଲିଥିଲେ। ତେବେ ଯେତେବେଳେ ଅଭିନେତ୍ରୀ ଜଣକ ମଞ୍ଚ ତଳକୁ ଆସି ବରିଷ୍ଠ ନାଗରିକଙ୍କ ମୁଣ୍ଡରେ ହାତ ମାରିଥିଲେ ।  ସେତେବେଳେ ସେ ରାଗି ଯାଇଥିଲେ। ଉତ୍ତ୍ୟକ୍ତ ହୋଇ ଜୋତାରେ ପିଟିବାକୁ ଚପଲ କାଢ଼ି ଦେଖାଇଥିଲେ।

Also Read: Husband And Wife Relationship: ସ୍ୱାମୀ-ସ୍ତ୍ରୀଙ୍କ ପ୍ରେମ ସମ୍ପର୍କକୁ ଆହୁରି ନିବିଡ଼ କରିବ ଏହି ସବୁ ଟିପ୍ସ

Also Read: Akshaya Tritiya 2023: ବିବାହରେ ହେଉଛି କି ବିଳମ୍ବ ? ତେବେ ଅକ୍ଷୟ ତୃତୀୟାରେ କରନ୍ତୁ ଏହି କାମ, ଦୂର ହେବ ସମସ୍ୟା

 ମାତ୍ର ଏତିକିରେ ସରିନଥିଲା ଏ ଘଟଣା। ଏହାପରେ ଯାତ୍ରା ପରିଚାଳନାରେ ନିୟୋଜିତ କିଛି ଯୁବକ ତୁରନ୍ତ ବୃଦ୍ଧଙ୍କ ପାଖରେ ପହଞ୍ଚି ଧକ୍କା ମାରି ବାହରକୁ ବାହାର କରି ଦେଇଥିଲେ। ଯାହାକୁ ଶହଶହ ଲୋକ ଦେଖିଥିଲେ ହେଁ କେହି ପ୍ରତିବାଦ କରି ନ ଥିଲେ। ସେପଟେ ଟେଲି ଅଭିନେତ୍ରୀ ପିହୁ ସଙ୍ଗେ ସଙ୍ଗେ ମାଇକ୍ରୋଫୋନ ନେଇ କହିଥିଲେ ଯଦି ଖରାପ ଲାଗୁଛି ପଛକୁ ପଳାଇ ଯାଅ। ଜଣଙ୍କ ପାଇଁ ସେ ତାଙ୍କ ଏହି କାର୍ଯ୍ୟକ୍ରମକୁ ବନ୍ଦ କରିପାରିବେନି। ତେବେ ବରିଷ୍ଠ ନାଗରିକଙ୍କ ଉପରେ ଏଭଳି ବ୍ୟବହାରକୁ ସାଧାରଣରେ ନିନ୍ଦା କରାଯାଇଥିବାବେଳେ ଅଭିନେତ୍ରୀ ପିହୁ କିମ୍ବା ଯାତ୍ରା କମିଟି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି । ସୂଚନା ଥାଉକି, ରାଜ୍ୟ ସରକାର ଯାତ୍ରାରେ ହେଉଥିବା ନଗ୍ନ ନୃତ୍ୟକୁ ନିଷିଦ୍ଧ କରିଛନ୍ତି। ହେଲେ ଏହାକୁ ବନ୍ଦ କରିବାରେ ସରକାର ଫେଲ୍ ମାରିଥିବା ବେଳେ ସେପଟେ ସାମାଜିକ ମୂଲ୍ୟବୋଧ ଜାଗରଣ ଲକ୍ଷ୍ୟରେ ହେଉଥିବା ଯାତ୍ରାରେ କୁସଂସ୍କାର ଘର କରିବା ଯାତ୍ରାର ଅସଲ ଉଦ୍ଦେଶ୍ୟକୁ ବାଟବଣା କରିଛି।

Read More
{}{}