Hindi News >>Home >>Odisha Trending

ISRO: ରାମାୟଣ ପରେ ପୁଷ୍ପକ ଉଡ଼ାଇଲା ଇସ୍ରୋ; ସଫଳ ହେଲା ପରୀକ୍ଷଣ

ISRO RLV Vehicle Pushpak: ଶୁକ୍ରବାର ଇସ୍ରୋ ଚିତ୍ରଦୁର୍ଗ ସ୍ଥିତ ଏରୋନେଟିକାଲ ଟେଷ୍ଟ ରେଞ୍ଜ ଠାରେ "ପୁଷ୍ପକ" ନାମକ ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ LEX 02 ଅବତରଣ ପରୀକ୍ଷଣକୁ ସଫଳତାର ସହ ସମାପ୍ତ କରିଛି।

Advertisement
ଫଟୋ ସୌଜନ୍ୟ: ଇସ୍ରୋ
Stop
Zee Odisha Desk|Updated: Mar 22, 2024, 04:34 PM IST

ISRO successfully conducts landing experiment of RLV Vehicle: ମାର୍ଚ୍ଚ ୨୨ ତାରିଖ ଶୁକ୍ରବାର ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ଚିତ୍ରାଦୁର୍ଗ ସ୍ଥିତ ଏରୋନେଟିକାଲ ଟେଷ୍ଟ ରେଞ୍ଜ ଠାରେ "ପୁଷ୍ପକ" ନାମକ ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ LEX 02 ଅବତରଣ ପରୀକ୍ଷଣକୁ ସଫଳତାର ସହ ସମାପ୍ତ କରିଛି। ଶୁକ୍ରବାର ସକାଳ ୦୭:୧୦ ସମୟରେ ଇସ୍ରୋ ପକ୍ଷରୁ ଏହି ପରୀକ୍ଷଣ କରାଯାଇଥିଲା। "ପୁଷ୍ପକ" ପରୀକ୍ଷଣ ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନର ତୃତୀୟ ଅବତରଣ ମିଶନ ରହିଥିଲା। ଏହି ରକେଟ ନାମ ରାମାୟଣ ଗ୍ରନ୍ଥରେ ଉଲ୍ଲେଖ କରାଯାଇଥିବା ପୁଷ୍ପକ ବିମାନରୁ ନିଆଯାଇଛି। ଯାହାକୁ ଧନ ଦେବତାଙ୍କ ବାହନ ବୋଲି ବିବେଚନା କରାଯାଏ।   

ହେଲିକପ୍ଟର ଯୋଗେ ଅଧିକ ଉଚ୍ଚତାକୁ ନିଆଯାଇଥିଲା
ଏହି ଉତକ୍ଷେପଣ ଯାନକୁ ଭାରତୀୟ ବାୟୁସେନା ହେଲିକ୍ୟାପ୍ଟର ଯୋଗେ ପ୍ରାୟ ୪.୫ କିଲୋମିଟର ଉଚ୍ଚତାକୁ ନିଆଯାଇଥିଲା। ପୂର୍ବ ନିର୍ଦ୍ଧାରିତ ପିଲବକ୍ସ ପାରାମିଟର ହାସଲ କରିବା ପରେ ଏହାକୁ ମୁକ୍ତ କରାଯାଇଥିଲା। ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ କହିବା ଅନୁସାରେ ଏହି ମିଶନ ସ୍ୱଳ୍ପ ମୂଲ୍ୟରେ ପ୍ରବେଶକୁ ସକ୍ଷମ କରିବା ପାଇଁ ସମ୍ପୂର୍ଣ୍ଣ ପୁନଃ ବ୍ୟବହାରଯୋଗ୍ୟ ଲଞ୍ଚ ଯାନ ପାଇଁ ଆବଶ୍ୟକ ବୈଷୟିକ ଜ୍ଞାନକୌଶଳର ବିକାଶ ପାଇଁ ହୋଇଥିବା ପ୍ରୟାସର ଏକ ଅଂଶ ବିଶେଷ।

ଭାରତ ପକ୍ଷରୁ ହୋଇଛି ସାହସିକ ଉଦ୍ୟମ
ଏନଡିଟିଭି ରିପୋର୍ଟ ଅନୁଯାୟୀ ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ କହିଛନ୍ତି ଯେ, ପୁଷ୍ପକ ଲଞ୍ଚ ଯାନ ହେଉଛି ମହାକାଶ କ୍ଷେତ୍ରରେ ପ୍ରବେଶ କରିବା ପାଇଁ ଭାରତ ପକ୍ଷରୁ ହୋଇଥିବା ସାହସିକ ଉଦ୍ୟମ। ଏହା ହେଉଛି ଦେଶର ଭବିଷ୍ୟତର ପୁନଃ ବ୍ୟବହାର ଯୋଗ୍ୟ ଲଞ୍ଚ ଯାନ। ଯେଉଁଠାରେ ସବୁଠାରୁ ମହଙ୍ଗା ଅଂଶ, ଉପର ପର୍ଯ୍ୟାୟରେ, ଯେଉଁଥିରେ ସମସ୍ତ ମୂଲ୍ୟବାନ ଇଲେକ୍ଟ୍ରୋନିକ୍ସ ରହିଛି। ହାକୁ ସୁରକ୍ଷିତ ଭାବେ ପୃଥିବୀ ପଷ୍ଠକୁ ଫେରାଇ ପୁନର୍ବାର ବ୍ୟବହାର କରାଯାଇ ପାରିବ ପରେ ଏହା ଉପଗ୍ରହକୁ ଏହାର କକ୍ଷପଥରେ ଇନ୍ଧନ ଯୋଗାଇ ପାରେ କିମ୍ବା ନବୀକରଣ ପାଇଁ ଉପଗ୍ରହକୁ କକ୍ଷପଥରୁ ଫେରାଇ ଆଣିପାରେ। ଭାରତ ମହାକାଶରେ ରହିଥିବା ଆବର୍ଜନାକୁ ହ୍ରାସ କରିବାକୁ ଚାହୁଁଛି। ପୁଷ୍ପକ ମଧ୍ୟ ସେହି ଦିଗରେ ଏକ ପଦକ୍ଷେପ।

{}{}