Hindi News >>Home >>Odisha Trending

ISRO ବୈଜ୍ଞାନିକଙ୍କୁ ମୋଟା ଅଙ୍କର ସାଲାରି ସହ ମିଳେ ଏହିସବୁ ସୁବିଧା...

ISRO Scientist Salary: ସଫଳତାର ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ଥାପିଛି ଚନ୍ଦ୍ରାୟନ 3 । ସେହିପରି ଦେଶର ପ୍ରଥମ ସୋଲାର ମିଶନ ଆଦିତ୍ୟ ଏଲ ୱାନ ବି ନିଜ କକ୍ଷପଥରେ ପହଞ୍ଚିବାକୁ ଆଗକୁ ଆଗକୁ ବଢିଚାଲିଛି। ହେଲେ ଆପଣ ଜାଣନ୍ତି କି ଏହି ପ୍ରୋଜେକ୍ଟ ରେ ଯେଉଁମାନେ କାମ କରିଛନ୍ତି ସେମାନେ ମାସକୁ କେତେ ଦରମା ପାଆନ୍ତି। ଯଦି ଜାଣିନାହାଁନ୍ତି ତେବେ ଏହି ରିପୋର୍ଟଟି ପଢନ୍ତୁ...  

Advertisement
ISRO ବୈଜ୍ଞାନିକଙ୍କୁ ମୋଟା ଅଙ୍କର ସାଲାରି ସହ ମିଳେ ଏହିସବୁ ସୁବିଧା...
Stop
Rasmita Sahoo|Updated: Sep 05, 2023, 12:11 PM IST

ISRO Scientist Salary: ଇସ୍ରୋର ବୈଜ୍ଞାନିକଙ୍କ ଚନ୍ଦ୍ରୟାନ-3 ଓ ଆଦିତ୍ୟ ଏଲ ୱାନ ସଫଳତାର ସହ ନିଜ ନିଜ ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି। ଯାହାକୁ ନେଇ ସାରା ବିଶ୍ୱ ଆଜି ଭାରତକୁ ପ୍ରଶଂସା କରୁଛି। କାରଣ ଭାରତ ଚନ୍ଦ୍ରର ପାଦ ଥାପି ଇତିହାସ ରଚିଛି। ତେବେ ଚନ୍ଦ୍ରୟାନ-3 ଓ ସୋଲାର ମିଶନ ପରେ ଇଣ୍ଟରନେଟରେ ଲୋକମାନେ ସବୁବେଳେ ଇସ୍ରୋର କାମ ଓ ଇସ୍ରୋର ବୈଜ୍ଞାନିକଙ୍କ ଉପରେ ରିସର୍ଚ୍ଚ କରୁଛନ୍ତି । ତେବେ ଆଜିର ଏହି ଆର୍ଟିକିଲରେ ଆମେ ଜଣାଇବୁ ଯେ, ଇସ୍ରୋର ବୈଜ୍ଞାନିକଙ୍କ ଦରମା ସହ ସେମାନେ କି କି ସୁବିଧା ସୁଯୋଗ ପାଇଥାନ୍ତି। 

କେତେ ମିଳେ ବୈଜ୍ଞାନିକ ମାନଙ୍କୁ ଦରମା ? 
ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ତଥା ଇସ୍ରୋରେ ଚାକିରୀ ବିଭିନ୍ନ କ୍ଷେତ୍ର ଅନୁସାରେ ମିଳିଥାଏ। ଏଠାରେ ଚପରାସୀଠୁ ଆରମ୍ଭ କରି ବୈଜ୍ଞାନିକ ପର୍ଯ୍ୟନ୍ତ ହେବାକୁ ନେଇ ଅଲଗା ଅଲଗା ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବାକୁ ପଡିଥାଏ। ସେହିଭଳି ପୋଷ୍ଟ ଅନୁଯାୟୀ, ଏଠାରେ ସାଲାରୀ ବା ଦରମା ମଧ୍ୟ ଅଲଗା ଅଲଗା ମିଳିଥାଏ। ଉଦାହରଣ ସ୍ୱରୂପ, ଯଦି ଜଣେ ବ୍ୟକ୍ତି ଇଞ୍ଜିନିୟର ଭାବରେ ISRO ରେ ଚାକିରୀ ପାଆନ୍ତି। ତେବେ ତାଙ୍କର ପ୍ରାରମ୍ଭିକ ଦରମା ୩୭ ହଜାର ୪୦୦ରୁ ୬୭ହଜାର ଟଙ୍କା ମଧ୍ୟରେ ରହିଥାଏ । ଯେତେବେଳେ କି, ଯଦି ଆପଣ ISRO ରେ ସିନିୟର ସାଇଣ୍ଟିଷ୍ଟ ପଦରେ ନିଯୁକ୍ତ ହୁଅନ୍ତି, ତେବେ ଆପଣଙ୍କର ପ୍ରାରମ୍ଭିକ ଦରମା ୭୫ ହଜାରରୁ ୮୦ ହଜାର ଟଙ୍କା ମଧ୍ୟରେ ରହିବ । ଆମେ ଯାହା ଉପରେ ଉପରୋକ୍ତ ବେତନ କହୁଛୁ ତାହା ହେଉଛି କମ୍ପାନୀର ବେସିକ ଦରମା। ତାହା ହେଉଛି, ଯଦି ଏଥିରେ ବିଭିନ୍ନ ପ୍ରକାରର ଭତ୍ତା ଯୋଗ କରାଯାଏ, ତେବେ ଏହା ପ୍ରାୟ ଏକ ଲକ୍ଷରେ ପହଞ୍ଚିଯିବ। 

ଦରମା ଛଡ଼ା ମିଳେ ଏହିସବୁ ସୁବିଧା
ଇସ୍ରୋର ବୈଜ୍ଞାନିକଙ୍କୁ ମୋଟା ଅଙ୍କର ଦରମା ସହ ଅନେକ କିଛି ସୁବିଧା ପାଇଥାନ୍ତି । ଇସ୍ରୋ ବୈଜ୍ଞାନିକଙ୍କୁ ଦରମା ସହ ତାଙ୍କୁ ଘର, ଯାତାୟାତ ସୁବିଧା, ସିକ୍ୟୁରିଟି ପରି ସୁବିଧା ମିଳିଥାଏ। ଏହାସହ ଯେଉଁମାନେ ସିଧାସଳଖ କେନ୍ଦ୍ର ସରକାରଙ୍କ ଅଧିନରେ କାମ କରନ୍ତି ସେମାନଙ୍କର ସାଲାରୀ ନିର୍ଦ୍ଧାରିତ ସମୟରେ ମିଳିଯାଇଥାଏ।  ତେବେ ଆସନ୍ତୁ ଜାଣିବା ଇସ୍ରୋରେ କାମ କରୁଥିବା କେଉଁ ବୈଜ୍ଞାନିକଙ୍କ ଦରମା ସବୁଠୁ ଅଧିକ ହୋଇଥାଏ। 
 
ଇସ୍ରୋର ଏମିତି କିଛି ପୋଷ୍ଟ ଅଛି ଯେଉଁଥିରେ ନିଯୁକ୍ତ ବ୍ୟକ୍ତିମାନେ ସର୍ବାଧିକ ବେତନ ପାଆନ୍ତି । ଏହି ଦରମା ଯେକୌଣସି IAS କିମ୍ବା IPSଙ୍କ ଦରମାଠୁ ଅଧିକ ହୋଇଥାଏ। ଏଠାରେ କହିରଖୁଛୁ ଯେ,  ସାଇଣ୍ଟିଷ୍ଟି/ ଇଞ୍ଜିନିୟର, ଏସଏଫ, ସାଇଣ୍ଟିଷ୍ଟ୍/ ଇଞ୍ଜିନିୟର-ଏସଜି,  ସାଇଣ୍ଟିଷ୍ଟ୍/ ଇଞ୍ଜିନିୟର ଏଚ, ଆଉଟଷ୍ଟାଣ୍ଡିଂ ସାଇଣ୍ଟିଷ୍ଟ୍ ଓ Distinguished ବୈଜ୍ଞାନିକ ପରି ଏମିତି କିଛି ପଦବୀ ଅଛି ଯେଉଁମାନଙ୍କର ଦରମା ବହୁତ ଅଧିକ। 

Distinguished ବୈଜ୍ଞାନିକ-୨,୦୫,୪୦୦
ଆଉଟଷ୍ଟାଣ୍ଡିଂ ସାଇଣ୍ଟିଷ୍ଟ୍- ୧,୮୨,୨୦୦
ସାଇଣ୍ଟିଷ୍ଟ୍/ ଇଞ୍ଜିନିୟର ଏଚ-୧,୪୪,୨୦୦
ସାଇଣ୍ଟିଷ୍ଟ୍/ ଇଞ୍ଜିନିୟର ଏସଜି-୧,୩୧,୧୦୦
ସାଇଣ୍ଟିଷ୍ଟ୍/ ଇଞ୍ଜିନିୟର SF-୧,୧୮, ୫୦୦

Also Read: Aditya-L1 Launch: ମିଶନ ନାଁର ଅର୍ଥ ସହ ଜାଣନ୍ତୁ L1 ପଏଣ୍ଟକୁ ହିଁ କାହିଁକି ବାଛିଲା ଇସ୍ରୋ...

Also Read: ISRO Scientist Nigar Shaji: କିଏ ଏହି ନିଗାର ସାଜି? ଯାହାଙ୍କୁ ମିଳିଛି ଆଦିତ୍ୟ ଏଲ-୧ ଦାୟିତ୍ୱ

{}{}