Hindi News >>Home >>Odisha Trending

Israel PM Benjamin Netanyahu: 'କାହା କଥାରେ ବନ୍ଦ ହେବ ନାହିଁ ଯୁଦ୍ଧ; ଆଗକୁ ଜାରି ରହିବ ହମାସ ବିରୋଧି କାର୍ଯ୍ୟାନୁଷ୍ଠାନ'

Israel Hamas Wa 2023: ଇସ୍ରାଏଲ୍-ହାମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧର ସ୍ଥିତି ଆଗାମୀ ଦିନରେ କ'ଣ ହେବ ସେ ସମ୍ପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ।

Advertisement
Israel PM Benjamin Netanyahu: 'କାହା କଥାରେ ବନ୍ଦ ହେବ ନାହିଁ ଯୁଦ୍ଧ; ଆଗକୁ ଜାରି ରହିବ ହମାସ ବିରୋଧି କାର୍ଯ୍ୟାନୁଷ୍ଠାନ'
Stop
Zee Odisha Desk|Updated: Dec 26, 2023, 07:23 PM IST

PM Benjamin Netanyahu on Israel Hamas War: ପ୍ରାୟ ୨ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଇସ୍ରାଏଲ୍-ହାମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇ ସାରିଛନ୍ତି। ଯେତେବେଳେ ଉଭୟ ପକ୍ଷ ମଧ୍ୟରେ ଯୁଦ୍ଧ ବିରାମ ହୋଇଥିଲେ, ସେତେବେଳେ ଚର୍ଚ୍ଚା ହେଉଥିଲା ଯେ ଯୁଦ୍ଧ ବନ୍ଦ ହୋଇପାରେ। ହେଲେ ଯୁଦ୍ଧ ବିରାମ ସମାପ୍ତ ହେବା ପରେ ଇସ୍ରାଏଲ ସମାନ ଢଙ୍ଗରେ ହମାସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜାରି ରଖିଛି। ବିଶ୍ୱ ସମୁଦାୟ ଯୁଦ୍ଧ ବନ୍ଦ କରିବା ଲାଗି ଇସ୍ରାଏଲ ଉପରେ ଚାପ ପକାଉଛନ୍ତି। ଏହି ପ୍ରସଙ୍ଗରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ନିଜର ଅଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।
 
କ'ଣ ଚାହୁଁଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ?
ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ (Israel Prime Minister Benjamin Netanyahu) ହମାସ ବିରୋଧି ଯୁଦ୍ଧ (Israel Hamas War) କରିବା ପ୍ରସଙ୍ଗରେ ତାଙ୍କ ଆଭିମୁଖ୍ୟ (PM Benjamin Netanyahu on Israel Hamas War) ସ୍ପଷ୍ଟ କରିଛନ୍ତି। ଏନେଇ ସେ କହିଛନ୍ତି ଯେ ହାମାସ ବିରୋଧରେ ଚାଲିଥିବା ଯୁଦ୍ଧକୁ ରୋକିବା ପାଇଁ ଆନ୍ତର୍ଜାତୀୟ ଉଦ୍ୟମ ସତ୍ତ୍ୱେ ଆଗାମୀ ଦିନରେ ଗାଜା ଷ୍ଟ୍ରିପ ଠାରେ ସ୍ଥଳ ଭାଗରେ କରାଯାଉଥିବା ଅଭିଯାନକୁ (IDF Ground Invasion in Gaza Strip) ଜାରି ରଖିବ। ସୋମବାର ତାଙ୍କ ଦଳ ଲିକୁଡ଼ ପାର୍ଟି ସଦସ୍ୟଙ୍କୁ ସମ୍ବୋଧିତ କରିବା ଅବସରରେ ସେ କହିଛନ୍ତି ଯେ ଯୁଦ୍ଧ ଏବେ ଶେଷ ହେବାର ନାହିଁ। ହମାସ ସମ୍ପୂର୍ଣ୍ଣ ରୂପରେ ଶେଷ ନ ହେବା ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ ହେବ ନାହିଁ ବୋଲି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ଜଣାଇ ଦେଇଛନ୍ତି।

ହମାସ ବିରୋଧରେ ଏକ ଲମ୍ବା ଲଢେଇ ହେବ
ପାଲେଷ୍ଟାଇନ ଗାଜା ଅଞ୍ଚଳରେ (Gaza Strip Palestine) ଚାଲିଥିବା ହାମାସ ବିରୋଧରେ ଯୁଦ୍ଧରେ ଭାଗ ନେଉଥିବା ଇସ୍ରାଏଲ ସୈନିକଙ୍କୁ ଭେଟିବା ପରେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ। ଇସ୍ରାଏଲ-ହାମାସ ଯୁଦ୍ଧକୁ ସମାପ୍ତ କରିବା ପାଇଁ ଇଜିପ୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପସ୍ଥାପନ କରୁଥିବା ସମୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ତାଙ୍କର ଆଭିମୁଖ୍ୟ ସମ୍ପର୍କରେ ଜଣାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, "ଆମେ ଅଟକି ଯାଇନାହୁଁ। ଆମେ ସଂଗ୍ରାମ ଜାରି ରଖିଛୁ ଏବଂ ଆଗାମୀ ଦିନରେ ଏହାକୁ ଆଗକୁ ଆହୁରି ବିସ୍ତାର କରିବୁ। ହମାସ ବିରୋଧରେ ଏକ ଲମ୍ବା ଲଢେଇ ହେବ। ଯାହା ନିକଟରେ ଶେଷ ହେବା ନାହିଁ। "

ଇସ୍ରାଏଲ-ହାମାସ ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତାବ ଦେଲା ଇଜିପ୍ଟ 
ଆପଣଙ୍କୁ କହିରଖୁଛୁ ଯେ ଇସ୍ରାଏଲ୍-ହାମାସ ଯୁଦ୍ଧରେ ବିରାମ ଲଗାଇବା (Ceasefire in Israel-Hamas War), ବନ୍ଧକଙ୍କୁ ପର୍ଯ୍ୟାୟକ୍ରମେ ମୁକ୍ତ କରିବା ଏବଂ ଗାଜା ଷ୍ଟ୍ରିପ୍ ସହ ୱେଷ୍ଟ ବ୍ୟାଙ୍କ ଅଞ୍ଚଳରେ ଶାସନ କରିବା ପାଇଁ ବିଶେଷଜ୍ଞଙ୍କ ନେତୃତ୍ୱରେ ଏକ ପାଲେଷ୍ଟାଇନ ସରକାର ଗଠନ କରିବା ପାଇଁ ଇଜିପ୍ଟ ଏକ ଉଚ୍ଚାଭିଳାଷୀ ପ୍ରସ୍ତାବ ଦେଇଛି। ଯେଉଁ ପ୍ରସ୍ତାବ ପ୍ରାରମ୍ଭିକ ସ୍ତରରେ ରହିଛି। ଇଜିପ୍ଟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ତଥା ୟୁରୋପୀୟ କୂଟନୀତିଜ୍ଞ ସୋମବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଗଲ୍ଫ ଦେଶ କାତାର ସହଯୋଗରେ ଏହି ପ୍ରସ୍ତାବ ପ୍ରସ୍ତୁତ ହୋଇ ଇସ୍ରାଏଲ, ହାମାସ, ଆମେରିକା ଏବଂ ୟୁରୋପୀୟ ସରକାରଙ୍କ ସାମ୍ନାରେ ଆଗତ କରାଯାଇଛି। ହେଲେ ଏହି ପ୍ରସ୍ତାବ କେବେ କାର୍ଯ୍ୟକାରୀ ହେବ ତାହା ଉପରେ ରହିଛି ସମଗ୍ର ବିଶ୍ୱର ନଜର।   

Read More
{}{}