Hindi News >>Home >>Odisha Trending

Israel Hamas War: ଜାରି ରହିଛି ରକ୍ତାକ୍ତ ଯୁଦ୍ଧ; ମୃତ୍ୟୁ ସଂଖ୍ୟା ୩୦ ହଜାର ପାର

Death Toll in Gaza: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ପାଲେଷ୍ଟାଇନ ଗାଜା ଅଞ୍ଚଳରେ ମୃତ୍ୟୁ ସଂଖ୍ୟା ୩୦ ହଜାର ପାର କରିସାରିଛି।

Advertisement
Israel Hamas War: ଜାରି ରହିଛି ରକ୍ତାକ୍ତ ଯୁଦ୍ଧ; ମୃତ୍ୟୁ ସଂଖ୍ୟା ୩୦ ହଜାର ପାର
Stop
Zee Odisha Desk|Updated: Mar 10, 2024, 06:57 PM IST

Death Toll in Gaza Today: ପ୍ରାୟ ୬ ମାସ ଧରି ପାଲେଷ୍ଟାଇନ ଗାଜା ଅଞ୍ଚଳରେ ହମାସ ବିରୋଧରେ ଯୁଦ୍ଧ ଜାରି ରଖିଛି ଇସ୍ରାଏଲ ସେନା। ଇସ୍ରାଏଲ ସରକାରଙ୍କ ସମ୍ପୂର୍ଣ୍ଣ ଧ୍ୟାନ ଗାଜା ଅଞ୍ଚଳରୁ ହାମାସ ଗୋଷ୍ଠୀକୁ ମୂଳୋତ୍ପାଟନ କରିବା ଉପରେ ରହିଛି। ହେଲେ ଏହି ଯୁଦ୍ଧ ସାଧାରଣ ନାଗରିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ପାଲେଷ୍ଟାଇନ ଗାଜା ଅଞ୍ଚଳରେ ଚାଲିଥିବା ଯୁଦ୍ଧ ବନ୍ଦ ହୋଇନାହିଁ। ଏହି ସମୟରେ ଗାଜା ଠାରେ ଇସ୍ରାଏଲ ସେନା କାର୍ଯ୍ୟାନୁଷ୍ଠାନରେ କେତେ ସଂଖ୍ୟକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଛି ତାହାର ସଂଖ୍ୟା ସାମ୍ନାକୁ ଆସିଛି। 

ଏନେଇ କୁହାଯାଉଛି ଯେ ଇସ୍ରାଏଲ (IDF Operation in Gaza) ଦ୍ୱାରା ହୋଇଥିବା ଜବାବୀ କାର୍ଯ୍ୟାନୁଷ୍ଠାନରେ ୩୦ ହଜାର ୯୬୦ ପାଲେଷ୍ଟାଇନ ନାଗରିକଙ୍କ (Death Toll in Gaza) ହୋଇସାରିଛି। ଅନ୍ୟପକ୍ଷରେ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇ ୭୨ ହଜାର ୫୨୪ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଗାଜା ଜନସଂଖ୍ୟାର ଏକ-ଦଶମାଂଶ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ବିଭିନ୍ନ ରିପୋର୍ଟ ଅନୁସାରେ ପାଲେଷ୍ଟାଇନ ଗାଜା ଅଞ୍ଚଳରେ (Palestine Gaza Area) ପ୍ରାୟ ୨୦-୨୫ ଲକ୍ଷ ଲୋକ ବସବାସ କରିଥାନ୍ତି।

ବିଗତ ୨୪ ଘଣ୍ଟାରେ ହୋଇଛି ୮୨ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ 
ମାର୍ଚ୍ଚ ୯ ତାରିଖ ଶନିବାର ସ୍ଥାନୀୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବିଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ୍ ସେନା (Israel Defense Forces) କାର୍ଯ୍ୟାନୁଷ୍ଠାନରେ ୮୨ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇସାରିଛି। ଅନ୍ୟପକ୍ଷରେ ୧୨୨ ଜଣ ଆହତ ହୋଇଛନ୍ତି। ସିନହୁଆ ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁସାରେ ଭୀଷଣ ବିସ୍ଫୋରଣ ଏବଂ ନାଗରିକ ସୁରକ୍ଷା ଏବଂ ଆମ୍ବୁଲାନ୍ସ କର୍ମଚାରୀଙ୍କ ଅଭାବ କାରଣରୁ ମୃତକଙ୍କ ମଧ୍ୟରୁ ଅନେକ ଧ୍ୱଂସସ୍ତୁପ ତଳେ ପୋତି ହୋଇ ରହିଛନ୍ତି।

ପାଲେଷ୍ଟାଇନ ସରକାରୀ ନ୍ୟୁଜ ଏଜେନ୍ସି ଡବ୍ଲ୍ୟୁଏଏଫଏ (Palestinian Govt News Agency WAFA) କହିଛି ଯେ ମାର୍ଚ୍ଚ ୮ ତାରିଖ ଶୁକ୍ରବାର ରାତିରୁ ଗାଜା ଅଞ୍ଚଳର (Palestine Gaza Strip) ଅନେକ ଅଞ୍ଚଳକୁ ଟାର୍ଗେଟ କରି ଇସ୍ରାଏଲ ବିମାନ ଆକ୍ରମଣ (Israel Air Strike in Palestine Gaza) କରିଛି। ଯେଉଁଥିରେ ୧୦ ଜଣରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଏବଂ ମହିଳା ଅଛନ୍ତି।

ସହରରେ ଅବସ୍ଥିତ ଘରକୁ କରାଯାଇଥିଲା ଟାର୍ଗେଟ 
ଡବ୍ଲ୍ୟୁଏଏଫଏ ରିପୋର୍ଟ ଅନୁସାରେ ଦେଶର ଦକ୍ଷିଣ ଗାଜା ଅଞ୍ଚଳର ଖାନ ୟୁନିସ୍ (Khan Yunis Palestine) ଏବଂ ରାଫା ସହରର (Rafah City Gaza Strip) ଅନେକ ଘରକୁ ଟାର୍ଗେଟ କରି ବିମାନ ଆକ୍ରମଣ କରାଯାଇଥିଲା। ଯେଉଁଥିରେ ୨୩ ଜଣଙ୍କ ମୃତ୍ୟୁ ହୋଇଛି।

Read More
{}{}