Hindi News >>Home >>Odisha Trending

Gaza War Update: ଯୁଦ୍ଧ ବେଳେ ଏଆଇ ପ୍ଲାନ ଆଣିଲା ଇସ୍ରାଏଲ ସେନା; ହମାସ-ପିଆଇଜେ ଲାଗି ବଢିଲା ଅସୁବିଧା

Israel Army AI Plan: ପାଲେଷ୍ଟାଇନ ଗାଜା ଅଞ୍ଚଳରେ ଚାଲିଥିବା ଲଢେଇରେ ଇସ୍ରାଏଲ ସେନା କୃତ୍ରିମ ବୁଦ୍ଧିମତା ଜ୍ଞାନକୌଶଳ ବ୍ୟବହାର କରୁଛି।  

Advertisement
Gaza War Update: ଯୁଦ୍ଧ ବେଳେ ଏଆଇ ପ୍ଲାନ ଆଣିଲା ଇସ୍ରାଏଲ ସେନା; ହମାସ-ପିଆଇଜେ ଲାଗି ବଢିଲା ଅସୁବିଧା
Stop
Zee Odisha Desk|Updated: Apr 05, 2024, 08:27 PM IST

IDF Lavender AI Program: ଗତ ବର୍ଷ ଅକ୍ଟୋବର ୭ ତାରିଖରେ ହମାସ ପକ୍ଷରୁ ଇସ୍ରାଏଲ ଉପରେ ହୋଇଥିଲା ଅତର୍କିତ ଆକ୍ରମଣ। ଯାହା ପରେ ପ୍ରାୟ ୬ ମାସରୁ ଉଦ୍ଧ୍ୱ ସମୟ ଧରି ପାଲେଷ୍ଟାଇନ ଗାଜା ଅଞ୍ଚଳରେ ଲଢେଇ ରଖିଛି ଇସ୍ରାଏଲ। ଏବେ ଦେଶର ସେନା ବାହିନୀ ଦ୍ୱାରା ଗାଜା ଅଞ୍ଚଳରେ ଜାରି ରହିଥିବା ସାମରିକ ଅଭିଯାନ ସମ୍ପର୍କରେ ଆସିଛି ବଡ଼ ଖବର। 

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗାଜା ଅଞ୍ଚଳରେ ନିର୍ଦ୍ଦିଷ୍ଟ ଆକ୍ରମଣ ପାଇଁ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (Israel Defense Forces) ଆଇଡିଏଫ (IDF) କୃତ୍ରିମ ବୁଦ୍ଧିମତା ଜ୍ଞାନକୌଶଳ (Artificial Intelligence Technology) ବ୍ୟବହାର କରୁଛି। ଏକ ରିପୋର୍ଟ ଅନୁଯାୟୀ, "ଲାଭେଣ୍ଡର" ନାମକ ଏକ ଏଆଇ ପ୍ରୋଗ୍ରାମ ସାହାଯ୍ୟରେ ଆଇଡ଼ିଏଫ (IDF Lavender AI Program), ହମାସ ସହ ଜଡ଼ିତ ପ୍ରାୟ ୩୭୦୦୦ ଟାର୍ଗେଟ ଚିହ୍ନଟ କରିଛି। କେବଳ ସେତିକି ନୁହେଁ ଆଇଡିଏଫ "ଲାଭେଣ୍ଡର" ଏଆଇ ପ୍ରୋଗ୍ରାମ ସହାୟତାରେ ହାମାସ୍ (Hamas) ଏବଂ ପାଲେଷ୍ଟାଇନ ଇସଲାମିକ୍ ଜିହାଦ୍ (Palestine Islamic Jihad) ପିଆଇଜେ (PIJ) ସଦସ୍ୟଙ୍କୁ ଖୋଜୁଛି। ଯାହା ଦ୍ୱାରା ସେମାନଙ୍କୁ ବୋମା ଦ୍ୱାରା ଟାର୍ଗେଟ କରାଯାଇ ପାରିବ। 

"ଲାଭେଣ୍ଡର" ଏଆଇ ପ୍ରୋଗ୍ରାମ ବ୍ୟବହାର କରିବା ଉପରେ ପ୍ରତିକ୍ରିୟା ରଖିଛି ଆଇଡିଏଫ। ଏନେଇ କୁହାଯାଇଛି କୃତ୍ରିମ ବୁଦ୍ଧିମତା ଜ୍ଞାନକୌଶଳ ବ୍ୟବହାର କରିବା ଦ୍ୱାରା ମାନବୀୟ ଉପାୟରେ ନିଷ୍ପତ୍ତି ନେବା ପାଇଁ ଲାଗୁଥିବା ସମୟ ସଞ୍ଚୟ ହୋଇପାରିବ। କେବଳ ସେତିକି ନୁହେଁ ଏଆଇ ପ୍ରୋଗ୍ରାମ ଦ୍ୱାରା ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟକୁ ଶୀଘ୍ର ଚିହ୍ନଟ କରାଯାଇ ପାରିବା ସହ ଆକ୍ରମଣ ପାଇଁ ଅନୁମୋଦନ ଯଥା ଶୀଘ୍ର ମିଳିଯିବ। 

ଜଣେ ଗୁଇନ୍ଦା ଅଧିକାରୀ କହିଛନ୍ତି ଯେ ଏହି ଏଆଇ ପ୍ରୋଗ୍ରାମ ବିନା ଦ୍ୱିଧାରେ ଏହି କାମ କରିଦେଉଛି। ଏହା ଦ୍ୱାରା ଆମ କାମ ଆହୁରି ସହଜ ହୋଇଯାଇଛି। ପୂର୍ବରୁ ମୁଁ ପ୍ରତ୍ୟେକ ସ୍ଥାନରେ ୨୦ ସେକେଣ୍ଡ ବିତାଉଥିଲି। ପ୍ରତି ଦିନ ୧୦ କିମ୍ବା ଏହା ଠାରୁ ଅଧିକ ସ୍ଥାନକୁ ଯାଞ୍ଚ କରୁଥିଲି। ହେଲେ ଏଆଇ ପ୍ରୋଗ୍ରାମ ଦ୍ୱାରା ବର୍ତ୍ତମାନ ମୋତେ କେବଳ ଅନୁମୋଦନ ଦେବାକୁ ପଡୁଛି। ଏହି କାରଣରୁ ଅନେକ ସମୟ ସଞ୍ଚୟ ହୋଇଯାଉଛି। "ଲାଭେଣ୍ଡର" ବ୍ୟତୀତ, "ଦି ଗସପଲ୍" ଏଆଇ ପ୍ରୋଗ୍ରାମ (The Gospel AI Israel) ମଧ୍ୟ ବ୍ୟବହାର କରାଯାଉଛି। ଯାହା ମଣିଷ ବଦଳରେ କୋଠାକୁ ଟାର୍ଗେଟ କରୁଛି।

୯୦ ପ୍ରତିଶତ ରହିଛି ସଠିକତା
"ଲାଭେଣ୍ଡର" ଏବଂ "ଦି ଗସପଲ୍" ନାମକ ଏହି ୨ ଏଆଇ ପ୍ରୋଗ୍ରାମ ସମ୍ପର୍କରେ ଜାଣିବା ପାଇଁ ବ୍ୟବହୃତ ହେଉଥିବା ନିର୍ଦ୍ଦିଷ୍ଟ ତଥ୍ୟ ବିଷୟରେ ବର୍ତ୍ତମାନ କୌଣସି ସୂଚନା ନାହିଁ। ରିପୋର୍ଟ ଅନୁଯାୟୀ ଦାବି କରାଯାଉଛି ଯେ "ଲାଭେଣ୍ଡର" ଏଆଇ ପ୍ରୋଗ୍ରାମ ହେଉଛି ୯୦ ପ୍ରତିଶତ ଠିକ। +୯୭୨ ପତ୍ରିକା ରିପୋର୍ଟ (+972 Magazine Report) ଅନୁଯାୟୀ "ଲାଭେଣ୍ଡର ସଫ୍ଟୱେର୍" ପାଲେଷ୍ଟାଇନ ଗାଜା ଅଞ୍ଚଳର ପ୍ରାୟ ୨.୩ ନିୟୁତ ଲୋକଙ୍କୁ ନୀରିକ୍ଷଣ କରି ସେମାନଙ୍କ ଠାରୁ ସଂଗ୍ରହ କରାଯାଇଥିବା ତଥ୍ୟକୁ ଯାଞ୍ଚ କରିଥାଏ। ଏହା ପରେ ଏହି ସଫ୍ଟୱେର୍ ଆକଳନ କରେ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କ ହମାସ କିମ୍ବା ପିଆଇଜେ ପାଇଁ ଯୁଦ୍ଧରେ ଯୋଗଦେବାର ସମ୍ବାବନା କେତେ ରହିଛି ସେ ନେଇ ଏକ ରାଙ୍କ ପ୍ରଦାନ କରିଥାଏ। ରିପୋର୍ଟ ଅନୁଯାୟୀ, ଏହି ମେସିନ୍ ଗାଜା ଅଞ୍ଚଳର ପ୍ରାୟ ପ୍ରତ୍ୟେକ ବ୍ୟକ୍ତିଙ୍କ ମୂଲ୍ୟାୟନ କରିଥାଏ। ଏପରିକି ସେ ହମାସ କିମ୍ବା ପିଆଇଜେ ଭଳି ଆତଙ୍କୀ ସଙ୍ଗଠନରେ ସାମିଲ ହେବାର ସମ୍ଭାବନା ମଧ୍ୟ କହି ଦେଇଥାଏ।

ରିପୋର୍ଟ ମାଧ୍ୟମରେ ଆହୁରି କୁହାଯାଇଛି ଯେ ଟାର୍ଗେଟ ମଧ୍ୟରେ ହେଉଥିବା କଥାବାର୍ତ୍ତା କରିବାର ପ୍ରଣାଳୀକୁ ଆଧାର କରି "ଲାଭେଣ୍ଡର" କୁ ତାଲିମ ଦେବା ଏବଂ ଯଦି ବଡ଼ ଆକାରରେ ଏହା ବ୍ୟବହୃତ ହୁଏ, ତାହେଲେ ବେଳେବେଳେ ହଠାତ୍ ସାଧାରଣ ନାଗରିକଙ୍କୁ ମଧ୍ୟ ଟାର୍ଗେଟ କରିପାରେ। ଏହା ଏଥିପାଇଁ ହୋଇଥାଏ କାରଣ "ଲାଭେଣ୍ଡର" କୌଣସି ମାନବୀୟ ନିୟନ୍ତ୍ରଣ ବିନା ସ୍ୱୟଂଚାଳିତ ଭାବରେ କାର୍ଯ୍ୟ କରିଥାଏ। ଯେଉଁ କାରଣରୁ ସାଧାରଣ ଲୋକଙ୍କ କଥାବାର୍ତ୍ତା ମଧ୍ୟ ଏହାକୁ ଏକ ଟାର୍ଗେଟ ଭଳି ଦେଖାଯାଏ। 

ଗୁପ୍ତଚରଙ୍କ ଘରକୁ ମଧ୍ୟ ଟାର୍ଗେଟ କରିଛି ଇସ୍ରାଏଲ
ଖବର ଅନୁଯାୟୀ, ଇସ୍ରାଏଲ ସେନା ମଧ୍ୟ ସେହି ଲୋକଙ୍କୁ ସେମାନଙ୍କ ଘରେ ମଧ୍ୟ ଟାର୍ଗେଟ କରୁଥିଲେ। ଏହା ଏଥିପାଇଁ କରାଯାଉଥିଲା କାରଣ ଗୁଇନ୍ଦାଗିରି ଦୃଷ୍ଟିକୋଣରୁ ସେମାନଙ୍କୁ ନିଜ ଘରେ ଖୋଜିବା ସହଜ ହେଉଥିଲା। ଏହା କରିବା ପାଇଁ ଇସ୍ରାଏଲ୍ ସୈନ୍ୟବାହିନୀ ଆଉ ଏକ ନୂତନ କୌଶଳ ବ୍ୟବହାର କରୁଥିଲା। ଯାହାକୁ "Where is Daddy" କୁହାଯାଏ। ଏହି ଜ୍ଞାନକୌଶଳର ସାହାଯ୍ୟରେ ସେମାନେ ସେହି ଲୋକଙ୍କୁ ଖୋଜୁଥିଲେ ଏବଂ ଏହା ପରେ ସେମାନଙ୍କ ପରିବାର ଘରେ ଆକ୍ରମଣ କରୁଥିଲା। 

 

Read More
{}{}