Hindi News >>Home >>Odisha Trending

Israel Hamas War: ଭୂତଳ ହମାସ ସୁଡ଼ଙ୍ଗ ଠାବ କଲା ଇସ୍ରାଏଲ; ଦେଖନ୍ତୁ ଭିଡ଼ିଓ

IDF Identify Underground Hamas Tunnel: ଏରେଜ ସୀମା ଠାରୁ ୪୦୦ ମିଟର ଅର୍ଥାତ ୧୩୦୦ ଫୁଟ ଗଭୀରରେ ଅବସ୍ଥିତ ରହିଥିବା ୪ କିଲୋମିଟର ଲମ୍ବା ହମାସ ସୁଡ଼ଙ୍ଗ ଠାବ କରିଥିବା ନେଇ ଦାବି କରିଛି ଇସ୍ରାଏଲ୍ ସେନା।

Advertisement
Israel Hamas War: ଭୂତଳ ହମାସ ସୁଡ଼ଙ୍ଗ ଠାବ କଲା ଇସ୍ରାଏଲ; ଦେଖନ୍ତୁ ଭିଡ଼ିଓ
Stop
Zee Odisha Desk|Updated: Dec 28, 2023, 06:19 PM IST

IDF claims to have discovered Hamas Largest Tunnel: ପ୍ରାୟ ୨ ମାସରୁ ଉର୍ଦ୍ଧ୍ୱ ସମୟ ଧରି ପାଲେଷ୍ଟାଇନ ଗାଜା ଅଞ୍ଚଳରେ ହମାସ ସହ ଲଢେଇ ଜାରି ରଖିଛି ଇସ୍ରାଏଲ। ହମାସ ସହ ଲଢେଇ ଚାଲିଥିବା ବେଳେ ଇସ୍ରାଏଲ୍ ସେନା ପକ୍ଷରୁ କରାଯାଇଛି ଏକ ବଡ଼ ଦାବି। ଗାଜା ଷ୍ଟ୍ରିପ ଠାରେ ପ୍ରାୟ ୪ କିଲୋମିଟର ଲମ୍ବା ହମାସ ସୁଡ଼ଙ୍ଗ ଠାବ କରିଥିବା ନେଇ ଦାବି କରିଛି ଇସ୍ରାଏଲ୍ ସେନା। ଏହି ସୁଡ଼ଙ୍ଗର ଆକାର ଏତେ ବଡ ଯେ ଛୋଟ ଧରଣର ଗାଡ଼ି ହମାସ ସୁଡଙ୍ଗ ଭିତରେ ଆରାମରେ ଯିବା ଆସିବା କରିପାରିବ। ଏହି ସୁଡ଼ଙ୍ଗର ଏକ ଭିଡ଼ିଓ ଇସ୍ରାଏଲ ସେନା ପକ୍ଷରୁ ସେୟାର କରାଯାଇଛି।

ଇସ୍ରାଏଲ ସେନା (Israel Defense Forces) ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ଏହି ସୁଡଙ୍ଗ (IDF Identify Underground Hamas Tunnel) ପ୍ରାୟ ୪ କିଲୋମିଟର ଠାରୁ ଅଧିକ ଅଞ୍ଚଳରେ ବ୍ୟାପି ରହିଥିବା ଏରେଜ ସୀମା ପାର ହେବା ଠାରୁ ୪୦୦ ମିଟର ଅର୍ଥାତ ୧୩୦୦ ଫୁଟ ଗଭୀରରେ ଅବସ୍ଥିତ ରହିଛି। ଇସ୍ରାଏଲ୍ ସେନା କହିବା ଅନୁସାରେ ପ୍ରାୟ ୪ କିଲୋମିଟର ଲମ୍ବା ଏହି ସୁଡଙ୍ଗ ନିର୍ମାଣରେ ଅନେକ ଟଙ୍କା ଖର୍ଚ୍ଚ ହୋଇଥିବ। ଏହାର ନିର୍ମାଣ ପାଇଁ ଅନେକ ବର୍ଷର ସମୟ ଲାଗିଥିବ। ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାର ନେତୃତ୍ୱ ହମାସ୍ ମୁଖ୍ୟ ୟାହିୟା ସିନୱାର ଭାଇ ମହମ୍ମଦ ୟାହିୟା ନେଇଥିଲେ। ଯିଏ ଗତ ଅକ୍ଟୋବର ୭ ତାରିଖର ହୋଇଥିବା ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି କୁହାଯାଏ। 

ଏହି ସୁଡ଼ଙ୍ଗରେ ଅନେକ ପ୍ରକାରର ସୁବିଧା ଦେଖିବାକୁ ମିଳିଛି। ଯେପରିକି ଜଳ ନିଷ୍କାସନ ସୁବିଧା, ବିଦ୍ୟୁତ୍, ବାୟୁ ସଞ୍ଚାଳନ ସହିତ ଯୋଗାଯୋଗ ନେଟୱାର୍କ। ଏକ ସ୍ୱତନ୍ତ୍ର ରେଳ ସୁବିଧା ସୁଡଙ୍ଗ ମଧ୍ୟରେ ରହିଥିବାର ଜଣାପଡ଼ିଛି। ସୁଡ଼ଙ୍ଗର ଚଟାଣ ମାଟିରେ ନିର୍ମିତ ହୋଇଥିବାବେଳେ ଏହାର କାନ୍ଥ କଂକ୍ରିଟ ଦ୍ୱାରା ନିର୍ମିତ ହୋଇଛି। ସେନା ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ରିଚର୍ଡ ହେଚଟ୍ କହିଛନ୍ତି ଯେ ହାମାସ ଏଭଳି ଏକ ବିଶାଳ ସୁଡ଼ଙ୍ଗ ପ୍ରକଳ୍ପରେ ବିପୁଳ ପରିମାଣର ସମ୍ବଳ ବିନିଯୋଗ କରିଛି। ଏହାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଇସ୍ରାଏଲ୍ ଏବଂ ଇସ୍ରାଏଲ ନାଗରିକଙ୍କ ଉପରେ ଆକ୍ରମଣ କରିବା। ଏରେଜ କ୍ରସିଂ ନିକଟରେ ସୁଚିନ୍ତିତ ଭାବେ ହମାସ ପ୍ରାୟ ୪ କିଲୋମିଟର ଲମ୍ବା ଏଭଳି ସୁଡ଼ଙ୍ଗ ନିର୍ମାଣ କରିଥିଲା।

ପ୍ରାୟ ୨ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଗତ ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଥିଲା। ପ୍ରଥମେ ହମାସ କିଛି ମିନିଟ ମଧ୍ୟରେ ଗାଜା ଷ୍ଟ୍ରିପ ଠାରୁ ଇସ୍ରାଏଲ ଉପରକୁ ୫ ହଜାରରୁ ଅଧିକ ରକେଟ ମାଡ଼ କରାଯାଇଥିଲା। ଇସ୍ରାଏଲ ବିରୋଧରେ ହମାସ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ଏହି ଅଭିଯାନର ନାଁ ହେଉଛି "ଅଲ ଅକ୍ସା ଫ୍ଲଡ" (Operation Al-Aqsa Flood Hamas)। ଏହାର ଜବାବରେ ଇସ୍ରାଏଲ ସୈନ୍ୟବାହିନୀ ହାମାସ ବିରୋଧରେ "ସୋଡ ଅଫ ଆଇରନ" (Swords of Iron Operation Israel) ନାମରେ ଏକ ସୈନ୍ୟ ଅପରେସନ୍ ଆରମ୍ଭ କରିଥିଲା।

Read More
{}{}