Hindi News >>Home >>Odisha Trending

Israel Hamas War: ହମାସ ଗୋଷ୍ଠୀର ସବୁଠାରୁ ଲମ୍ବା ସୁଡ଼ଙ୍ଗ ଠାବ କଲା ଇସ୍ରାଏଲ; ଦୂରତା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

IDF Discovered Hamas Tunnel: ନିକଟରେ ଇସ୍ରାଏଲ ସୈନ୍ୟବାହିନୀ ହମାସ ସହ ଜଡ଼ିତ ଏକ ସୁଡ଼ଙ୍ଗ ଆବିଷ୍କାର କରିଛି। ଯାହା ପୂର୍ବରୁ ଆବିଷ୍କୃତ ହୋଇଥିବା ସୁଡ଼ଙ୍ଗ ଠାରୁ ସବୁଠୁ ବଡ଼ ବୋଲି କୁହାଯାଉଛି।

Advertisement
Israel Hamas War: ହମାସ ଗୋଷ୍ଠୀର ସବୁଠାରୁ ଲମ୍ବା ସୁଡ଼ଙ୍ଗ ଠାବ କଲା ଇସ୍ରାଏଲ; ଦୂରତା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
Stop
Zee Odisha Desk|Updated: Dec 28, 2023, 06:22 PM IST

IDF Discovered Longest Tunnel of Hamas: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଆଉ କିଛି ଦିନ ପରେ ୩ ମାସ ପୂରଣ ହେବାକୁ ଯାଉଛି। ଏହି ସମୟ ମଧ୍ୟରେ ଇସ୍ରାଏଲ ସୈନ୍ୟବାହିନୀ ପାଲେଷ୍ଟାଇନ ଗାଜା ଅଞ୍ଚଳରେ ଅବସ୍ଥିତ ରହିଥିବା ହମାସ ସହ ଜଡ଼ିତ ଠିକଣା ଧ୍ୱଂସ କରିବା ପାଇଁ ନିଜର ସମ୍ପୂର୍ଣ୍ଣ ଶକ୍ତି ନିୟୋଜିତ କରିଛି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ହାମାସ ସହିତ ଜଡ଼ିତ ରହିଥିବା ଏକ ଲମ୍ବା ସୁଡ଼ଙ୍ଗ ଆବିଷ୍କାର କରିଛି। ଯାହା ପୂର୍ବରୁ ଆବିଷ୍କୃତ ହୋଇଥିବା ଅନ୍ୟ ସୁଡ଼ଙ୍ଗ ଅପେକ୍ଷା ବହୁତ ଗଭୀର। ଯାହାର ଗଭୀରତା ପ୍ରାୟ ୩୦୦ କିଲୋମିଟର ବୋଲି କୁହାଯାଉଛି।

ନିକଟରେ ଇସ୍ରାଏଲ ସୈନ୍ୟବାହିନୀ ହମାସ ସହ ଯୁଦ୍ଧ ଚାଲିଥିବା ସମୟରେ (Israel Hamas War) ଏକ ବୃହତ୍ତ ସୁଡ଼ଙ୍ଗ ଆବିଷ୍କାର (IDF discovered Longest Tunnel of Hamas) କରିଥିଲା। ଯାହା ଏକ ଦୁର୍ଗ ଭଳି ଦୃଶ୍ୟମାନ ହେଉଥିଲା। ଏହି ଟନେଲ୍ ଇରେଜ ବର୍ଡର (Erase Border) ଠାରୁ ମାତ୍ର ୧୦୦ ମିଟର ଦୂରରେ ଅବସ୍ଥିତ ରହିଥିଲା। ସୀମା ନିକଟରେ ଏକ ବଡ ଛିଦ୍ର ଦେଖାଯିବା ପରେ ଯେତେବେଳେ ଇସ୍ରାଏଲ ପକ୍ଷରୁ ଅନୁସନ୍ଧାନ କରାଯାଇଥିଲା, ସେତେବେଳେ ଏହା ପ୍ରାୟ ୩୦୦ କିଲୋମିଟର ଲମ୍ୱା ସୁଡ଼ଙ୍ଗ ବୋଲି ଜଣାପଡିଥିଲା। ସ୍କାଏ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ସୁଡ଼ଙ୍ଗ ଭିତରେ ଷ୍ଟିଲ୍ ପାଇପ୍, କଂକ୍ରିଟ୍ ଭିତ୍ତିଭୂମି ଏବଂ ବୈଦ୍ୟୁତିକ ତାର ଝୁଲି ରହିଥିବାର ଦେଖିବାକୁ ମିଳିଥିଲା। ଏହି ସୁଡ଼ଙ୍ଗରେ କୌଣସି ଆଲୋକ ନଥିଲା। ଯେଉଁଥିପାଇଁ ସୁଡଙ୍ଗରେ ଅନ୍ଧକାର ଛାଇ ଯାଇଥିଲା।

Also Read: Israel Hamas War: ଭୂତଳ ହମାସ ସୁଡ଼ଙ୍ଗ ଠାବ କଲା ଇସ୍ରାଏଲ; ଦେଖନ୍ତୁ ଭିଡ଼ିଓ

ବହୁ ବର୍ଷ ଧରି ସୁଡ଼ଙ୍ଗ ନିର୍ମାଣ କରି ଆସୁଛି ହମାସ୍ 
ହମାସ୍ ଦ୍ୱାରା ନିର୍ମାଣ କରାଯାଉଥିବା ସୁଡ଼ଙ୍ଗର (Hamas Tunnel in Gaza Palestine) ଗଭୀରତା ବିଷୟରେ ସୂଚନା ଦେଇ ଇସ୍ରାଏଲ ସୈନ୍ୟବାହିନୀ (Israel Defense Forces) ପକ୍ଷରୁ କୁହାଯାଇଛି ଯେ ଏହି କେନ୍ଦ୍ରୀୟ ଗାଜା ସହରରେ ୩୦୦ କିଲୋମିଟର ଠାରୁ ଅଧିକ ଲମ୍ବା ବିଶିଷ୍ଟ ଏକ ସୁଡ଼ଙ୍ଗ ରହିଛି। ଇସ୍ରାଏଲ୍ ଦାବି କରିଛି ଯେ ହମାସ୍ ବର୍ଷ ବର୍ଷ ଧରି ଏହାର ଭୂତଳ ଭିତ୍ତିଭୂମି ନିର୍ମାଣ କରୁଛି। ଭୂତଳ ସୁଡ଼ଙ୍ଗକୁ ହମାସ ଏବଂ ଅନ୍ୟ ଆତଙ୍କବାଦୀ ଗୋଷ୍ଠୀ ବ୍ୟବହାର କରୁଛନ୍ତି। ସ୍କାଏ ନ୍ୟୁଜ୍ ରିପୋର୍ଟ ଅନୁୟାୟୀ ଅସ୍ତ୍ରଶସ୍ତ୍ର ପରିବହନ ଏବଂ ସଂରକ୍ଷଣ ପାଇଁ ହମାସ୍ ପକ୍ଷରୁ ଟନେଲ୍ ବ୍ୟବହାର କରାଯାଉଛି। ଏହା ବ୍ୟତୀତ ବନ୍ଧକଙ୍କୁ ବନ୍ଦୀ କରି ରଖିବା ପାଇଁ ସୁଡଙ୍ଗ ବ୍ୟବହାର କରିଥାଏ ହମାସ। ନିକଟରେ ଇସ୍ରାଏଲ୍ ସେନା ଏକ ସୁଡ଼ଙ୍ଗରୁ ୫ ଜଣ ବନ୍ଧକଙ୍କ ମୃତଦେହ ଉଦ୍ଧାର କରିଥିଲେ। ହମାସ ବିରୋଧି କାର୍ଯ୍ୟାନୁଷ୍ଠାନ ବେଳେ ଇସ୍ରାଏଲ ସେନା ଭୂତଳ ସୁଡ଼ଙ୍ଗକୁ ନଷ୍ଟ କରି ଦେଇଥାଏ। ମାତ୍ର ପରେ ହମାସ ଇସ୍ରାଏଲ ସେନା ଦ୍ୱାରା ନଷ୍ଟ କରାଯାଇଥିବା ସୁଡ଼ଙ୍ଗକୁ ପୁନର୍ବାର ନିର୍ମାଣ କରି ଦେଇଥାଏ।

Read More
{}{}