Hindi News >>Home >>Odisha Trending

Israel Hamas Ceasefire: ସୁଧୁରୁନାହିଁ ହମାସ; ରକେଟ ମାଡ଼ ପରେ ଇସ୍ରାଏଲ ପକ୍ଷରୁ ପୁନର୍ବାର ଯୁଦ୍ଧ ଘୋଷଣା

Israel Hamas War Ceasefire Deal Violation: ଯୁଦ୍ଧବିରାମ ଆହୁରି ଅଧିକ ଦିନ ବଢିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ।  କାରଣ ଶୁକ୍ରବାର ସକାଳେ ଏକ ରକେଟ ମାଡ଼ କରାଯିବା ପରେ ଇସ୍ରାଏଲ ପୁନର୍ବାର ଯୁଦ୍ଧ ଘୋଷଣା କରିଛି। ଅନ୍ୟପଟେ ହମାସ ଗୋଷ୍ଠୀର ଜିଦ୍‌ ମନୋଭାବ କାରଣରୁ ପୁଣିଥରେ ପରିସ୍ଥିତି ବିଗାଡ଼ି ଯାଇଛି।

Advertisement
Israel Hamas Ceasefire: ସୁଧୁରୁନାହିଁ ହମାସ; ରକେଟ ମାଡ଼ ପରେ ଇସ୍ରାଏଲ ପକ୍ଷରୁ ପୁନର୍ବାର ଯୁଦ୍ଧ ଘୋଷଣା
Stop
Zee Odisha Desk|Updated: Dec 01, 2023, 06:04 PM IST

Israel Hamas War Latest Update: ପ୍ରାୟ ମାସେରୁ ଉର୍ଦ୍ଧ୍ୱ ସମୟ ଧରି ଇସ୍ରାଏଲ୍-ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ସଦ୍ୟ ଆସିଛି ଏକ ବଡ଼ ଖବର। ଡିସେମ୍ବର ୧ ତାରିଖ ଶୁକ୍ରବାର ସକାଳେ ପାଲେଷ୍ଟାଇନ ଗାଜା ଅଞ୍ଚଳରୁ ଏକ ରକେଟ୍ ମାଡ଼ କରାଯାଇଥିଲା। ଯାହାକୁ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ନଷ୍ଟ କରି ଦେଇଥିଲା। ଏହା ସହିତ ଇସ୍ରାଏଲ ପକ୍ଷରୁ କହିଛି ଯେ ଯୁଦ୍ଧ ପୁଣି ଥରେ ଆରମ୍ଭ ହୋଇଯାଇଛି ଏବଂ ଅସ୍ଥାୟୀ ଯୁଦ୍ଧ ବିରାମ ଶେଷ ହୋଇଛି। ଏହା ପରେ ଗାଜା ଅଞ୍ଚଳରେ ଅନେକ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା। ନଭେମ୍ବର ୩୦ ତାରିଖ ଗୁରୁବାର ଥିଲା ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ବିରାମ ଚୁକ୍ତିର ସପ୍ତମ ଦିନ। ହେଲେ ଉଭୟ ପକ୍ଷ ମଧ୍ୟରେ ଯୁଦ୍ଧ ବିରାମ ଶେଷ ହେବା ବିମାନ ଆକ୍ରମଣ ପୁନର୍ବାର ଆରମ୍ଭ ହୋଇଯାଇଛି। ତଥାପି ଇସ୍ରାଏଲ୍ ନିଜର ଆହୁରି ଅଧିକ ବନ୍ଧକଙ୍କ ମୁକ୍ତି ଚାହୁଁଥିଲା। ଯୁଦ୍ଧବିରାମ ଆହୁରି ଅଧିକ ଦିନ ବଢିପାରେ। ହେଲେ ହମାସ ଗୋଷ୍ଠୀର ଜିଦ୍‌ ମନୋଭାବ ପୁଣିଥରେ ପରିସ୍ଥିତି ବିଗାଡ଼ି ଦେଇଛି।

ଭାଙ୍ଗିଗଲା ଅସ୍ଥାୟୀ ଯୁଦ୍ଧ ବିରାମ ଚୁକ୍ତି
ବିଗତ ୭ ଦିନ ଧରି ଗାଜା ଅଞ୍ଚଳ ଶାନ୍ତ ରହିଥିଲା। ଉଭୟ ଇସ୍ରାଏଲ-ହମାସ ପକ୍ଷରୁ ଗୁଳି ବିନିମୟ ବନ୍ଦ ହୋଇଯାଇଥିଲା। ହେଲେ ଶୁକ୍ରବାର ସକାଳେ ଇସ୍ରାଏଲ ସେନା ଦାବି କରିଛି ଯେ ଇସ୍ରାଏଲ-ହାମାସ ମଧ୍ୟରେ ହୋଇଥିବା ଯୁଦ୍ଧବିରାମ ଉଲ୍ଲଂଘନ କରାଯାଇଛି। ହମାସ୍ ରକେଟ୍ ଆକ୍ରମଣ କରିଥିଲା। ଯାହାର ଉପଯୁକ୍ତ ଜବାବ ଦିଆଯାଇଥିବା ନେଇ ଇସ୍ରାଏଲ ସେନା ପକ୍ଷରୁ ଦାବି କରାଯାଇଛି।

ବିନାଶକୁ ଆମନ୍ତ୍ରଣ କରୁଛି ହମାସ 
ଆପଣଙ୍କୁ ଜଣାଇଦେଉଛୁ ଯେ ଇସ୍ରାଏଲ ସେନା ଏବଂ ହାମାସ୍ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଅସ୍ଥାୟୀ ଯୁଦ୍ଧ ବିରାମ ଶୁକ୍ରବାର ସକାଳ ୦୭:୦୦ ସମୟରେ ଶେଷ ହେବାର ଥିଲା। ଧାର୍ଯ୍ୟ ସମୟ ପରେ କୌଣସି ପକ୍ଷ ଯୁଦ୍ଧ ବିରାମକୁ ଆଗକୁ ବଢାଇବା ନେଇ କୌଣସି ଘୋଷଣା କରିଲେ ନାହିଁ। ଯୁଦ୍ଧ ବିରାମ ଉଲ୍ଲଂଘନ ହେବାର ଏକ ଘଣ୍ଟା ପୂର୍ବରୁ ଇସ୍ରାଏଲ ପକ୍ଷରୁ କୁହାଯାଇଥିଲା ଗାଜା ଅଞ୍ଚଳରୁ ଆସିଥିବା ଏକ ରକେଟ ଅଟକାଇ ଦିଆଯାଇଥିଲା। ଏହା ସହିତ ହମାସ ସହ ଜଡ଼ିତ ଗଣମାଧ୍ୟମ ପାଲେଷ୍ଟାଇନ ଅଞ୍ଚଳରେ ବିସ୍ଫୋରଣ ଏବଂ ଗୁଳିଗୋଳା ବିନିମୟ ହୋଇଥିବାର ଶବ୍ଦ ଶୁଣିଥିବାର କହିଛି।

Also Read: Israel-Hamas War: ଇସ୍ରାଏଲ୍-ହାମାସ୍ ମଧ୍ୟରେ ହୋଇଗଲା ଯୁଦ୍ଧ ବିରାମ; ଉଭୟ ପକ୍ଷ ମଧ୍ୟରେ ହେଲା କେଉଁ ଚୁକ୍ତି?

ଦୁଇ ଥର ବଢିଛି ଯୁଦ୍ଧ ବିରାମ
ପୂର୍ବରୁ ଗୁରୁବାର ଇସ୍ରାଏଲ-ହମାସ ଯୁଦ୍ଧ ବିରାମକୁ ଆହୁରି ଗୋଟିଏ ଦିନ ବଢାଯାଇଥିଲା। ବନ୍ଧକଙ୍କୁ ମୁକ୍ତ କରିବା ପାଇଁ ଯୁଦ୍ଧବିରାମ ଷଷ୍ଠ ଦିନରେ ଜାରି ରହିଥିଲା। ଗୁରୁବାର ବିଳମ୍ବିତ ରାତିରେ ହମାସ ୮ ଜଣ ବନ୍ଧକଙ୍କୁ ମୁକ୍ତ କରିଥିଲା। ଦ୍ୱିତୀୟ ଥର ପାଇଁ ଇସ୍ରାଏଲ-ହମାସ ମଧ୍ୟରେ ହୋଇଥିବା ଯୁଦ୍ଧ ବିରାମ ଦ୍ୱିତୀୟ ଥର ପାଇଁ ବଢାଯାଇଥିଲା। ପ୍ରାୟ ୪ ଦିନ ପାଇଁ ହୋଇଥିବା ଯୁଦ୍ଧ ବିରାମ ପ୍ରଥମେ ୨ ଦିନ ଏବଂ ପରେ ଆଉ ଗୋଟିଏ ଦିନକୁ ବୃଢା ଯାଇଥିଲା।

ହମାସ ଗୋଷ୍ଠୀକୁ ନିପାତ କରିବାକୁ ଶପଥ ନେଇଛି ଇସ୍ରାଏଲ
ଗୁରୁବାର ବିଳମ୍ବିତ ରାତିରେ ହମାସ ପକ୍ଷରୁ ଆହୁରି ୮ ଜଣ ବନ୍ଧକଙ୍କୁ ମୁକ୍ତ କରାଯାଇଥିଲା। ନଭେମ୍ବର ୨୪ ତାରିଖରୁ ଇଜିପ୍ଟର ରାଫା ସୀମାରେ ଆରମ୍ଭ ହୋଇଥିବା ଯୁଦ୍ଧବିରାମ ଗତକାଲି ଶେଷ ହେବ। ହେଲେ ଯୁଦ୍ଧ ବିରାମ ସମୟ ଅବଧି ଶେଷ ହେବାର କିଛି ମିନିଟ୍ ପୂର୍ବରୁ ଏହାକୁ ଆହୁରି ଆଗକୁ ସମ୍ପ୍ରସାରଣ କରାଯାଇଥିଲା। ଯଦିଓ ଯୁଦ୍ଧ ବିରାମ ସମୟରେ ଇସ୍ରାଏଲ୍ ପୁନର୍ବାର ଦୋହରାଇଥିଲା ଯେ ବନ୍ଧକଙ୍କୁ ମୁକ୍ତ କରାଯିବା ପରେ ଦେଶର ସୈନ୍ୟବାହିନୀ ହାମାସ ଗୋଷ୍ଠୀକୁ ହଟାଇବା ପାଇଁ ଯୁଦ୍ଧକୁ ଆହୁରି ଅଧିକ ଜୋରଦାର କରିବ।

ବର୍ତ୍ତମାନ ପର୍ଯ୍ୟନ୍ତ କେତେ ବନ୍ଧକଙ୍କୁ କରାଯାଇଛି ମୁକ୍ତ?
କୁହାଯାଉଛି ଯେ ହମାସ କବଜାରେ ବର୍ତ୍ତମାନ ୧୫୦ ରୁ ଅଧିକ ବନ୍ଧକ ଅଛନ୍ତି। ଯେଉଁ ସର୍ତ୍ତ ଆଧାରରେ ଯୁଦ୍ଧବିରାମ ଜାରି ରହିଥିଲା ସେହି ଅନୁସାରେ, ଇସ୍ରାଏଲ ହାମାସ ଦ୍ୱାରା ମୁକ୍ତ ହୋଇଥିବା ବନ୍ଧକଙ୍କ ସଂଖ୍ୟା ବଦଳରେ ତିନି ଗୁଣ ଅଧିକ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିବ। ଗୁରୁବାର ଇସ୍ରାଏଲ୍ ସୈନ୍ୟବାହିନୀ ମଧ୍ୟ ହମାସ ଦ୍ୱାରା ମୁକ୍ତ ହୋଇଥିବା ୮ ଜଣ ବନ୍ଧକଙ୍କ ନାମ ଏବଂ ଫଟୋଗ୍ରାଫ୍ ଜାରି କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହମାସ ମୋଟ ୯୭ ଜଣ ବନ୍ଧକଙ୍କୁ ମୁକ୍ତ କରିସାରିଛି।

Also Read: Israel-Hamas War 2023: ଯୁଦ୍ଧ ବିରାମ ପରେ ମୁକ୍ତ ହେଲା ପ୍ରଥମ ବନ୍ଧକ ଗୋଷ୍ଠୀ

ଯୁକ୍ତରାଷ୍ଟ୍ର ଆମେରିକା, ଇଜିପ୍ଟ ଏବଂ କାତାର ଦ୍ୱାରା ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧବିରାମ ହେବା ପର ଠାରୁ ବିଗତ ୭ ଦିନ ମଧ୍ୟରେ କୌଣସି ସ୍ଥାନରୁ କୌଣସି ବଡ଼ ଧରଣର ଅଘଟଣ ଘଟିଥିବାର ଖବର ଆସିନାହିଁ। ହେଲେ ଯାହା ଆଶା କରାଯାଉଥିଲା ତାହା ଘଟିଲା। ଯୁଦ୍ଧବିରାମ ସମାପ୍ତ ହେବା ମାତ୍ରେ ହମାସ ପୁନର୍ବାର ଉତ୍ତେଜିତ ହୋଇଉଠିଛି। ଯାହାର ଜୋରଦାର ଜବାବ ଇସ୍ରାଏଲ ପକ୍ଷରୁ ଦେବା ଆରମ୍ଭ ହୋଇଯାଇଛି।

 

Read More
{}{}