Hindi News >>Home >>Odisha Trending

Israel Attack 10/7: ଲସ୍କର ଏ ତୋଇବା ଆତଙ୍କବାଦୀ ସଙ୍ଗଠନ ଘୋଷିତ? କେବେ ଆସିବ ହମାସ ପାଳି?

India vs Israel Stand on Terrorism: ମୁମ୍ବାଇ ଠାରେ ଘଟିଥିବା ବହୁଚର୍ଚ୍ଚିତ ୨୬/୧୧ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଲଶ୍କର-ଏ-ତୋଏବା ଗୋଷ୍ଠୀକୁ ଆତଙ୍କବାଦୀ ସଙ୍ଗଠନ ଭାବେ ଘୋଷଣା କରିଛି ଇସ୍ରାଏଲ। ଅନ୍ୟପଟେ ଗତ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ ଜଡ଼ିତରେ ହମାସ ଗୋଷ୍ଠୀକୁ ଭାରତ କେବେ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରିବ ତାହା ଉପରେ ରହିଛି ନଜର। 

Advertisement
Israel Attack 10/7: ଲସ୍କର ଏ ତୋଇବା ଆତଙ୍କବାଦୀ ସଙ୍ଗଠନ ଘୋଷିତ? କେବେ ଆସିବ ହମାସ ପାଳି?
Stop
Zee Odisha Desk|Updated: Nov 22, 2023, 09:20 PM IST

Mumbai Attacks 26/11: ମାୟନଗରୀ ମୁମ୍ବାଇ ଠାରେ ଘଟିଥିବା ବହୁଚର୍ଚ୍ଚିତ ୨୬/୧୧ ଆକ୍ରମଣ ଘଟଣାକୁ ଚଳିତ ବର୍ଷ ୧୫ ବର୍ଷ ପୂରଣ ହେବାକୁ ଯାଉଛି। ମୁମ୍ବାଇ ଆକ୍ରମଣର ୧୫ ତମ ବାର୍ଷିକୀ ପୂର୍ବରୁ ଇସ୍ରାଏଲ୍ ମିଳିତ ଜାତିସଂଘ ଦ୍ୱାରା ନିଷିଦ୍ଧ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଏ-ତୋଏବା ଗୋଷ୍ଠୀ ଉପରେ ପ୍ରତିବନ୍ଧକ ଲଗାଇଛି। ମୁମ୍ବାଇ ଠାରେ ହୋଇଥିବା ୨୬/୧୧ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ହେଉଛି ଲଶ୍କର-ଏ-ତୋଏବା। ନୂଆଦିଲ୍ଲୀ ଠାରେ ଅବସ୍ଥିତ ଇସ୍ରାଏଲ୍ ଦୂତାବାସ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ଲଶ୍କର-ଏ-ତୋଏବା ଗୋଷ୍ଠୀକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରିବାକୁ ଭାରତ ସରକାର ଅନୁରୋଧ କରିନାହାଁନ୍ତି। ହେଲେ ଇସ୍ରାଏଲ୍ ସମସ୍ତ ଆବଶ୍ୟକୀୟ ପ୍ରକ୍ରିୟା ସମାପ୍ତ କରିସାରିଛି। ଲଶ୍କର-ଏ-ତୋଏବା ଗୋଷ୍ଠୀକୁ ଆତଙ୍କବାଦୀ ସଙ୍ଗଠନ ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଆବଶ୍ୟକ ନିୟମ ପାଳନକୁ ଅନୁମୋଦନ କରାଯାଇଛି। 

ଏନେଇ ଜାରି ହୋଇଥିବା ବୟାନରେ ଆହୁରି କୁହାଯାଇଛି ଯେ ଲଶ୍କର-ଏ-ତୋଏବା ଏକ ମାରାତ୍ମକ ତଥା ନିନ୍ଦନୀୟ ଆତଙ୍କବାଦୀ ସଙ୍ଗଠନ। ଯାହା ଶହ ଶହ ଭାରତୀୟ ଏବଂ ଅନ୍ୟମାନଙ୍କ ହତ୍ୟା ପାଇଁ ଦାୟୀ। ଗତ ୨୦୦୮ ନଭେମ୍ବର ୨୬ ତାରିଖରେ ଲଶ୍କର-ଏ-ତୋଏବା ଦ୍ୱାରା ହୋଇଥିବା ଆକ୍ରମଣ ଶାନ୍ତି ଚାହୁଁଥିବା ସମସ୍ତ ଦେଶ ତଥା ସମାଜକୁ କ୍ଷତି ପହଞ୍ଚାଉଛି।

ଭାରତ ପାଖରୁ କ'ଣ ଚାହୁଁଛି ଇସ୍ରାଏଲ? 
ଇସ୍ରାଏଲ ହାମାସ ଉପରେ ମଧ୍ୟ ସମାନ ପ୍ରତିବନ୍ଧକ ଲଗାଇବାକୁ ଭାରତ ଉପରେ ଚାପ ପକାଉଛି। ଯେପରି ଲଶ୍କର-ଏ-ତୋଏବା ଗୋଷ୍ଠୀକୁ ଆତଙ୍କବାଦୀ ସଙ୍ଗଠନ ଭାବେ ଘୋଷଣା କରାଯାଇଛି। ଆପଣଙ୍କୁ କହିରଖୁଛୁ ଯେ  ଗତ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣକୁ ଆତଙ୍କବାଦୀ ଆକ୍ରମଣ ବୋଲି ଦର୍ଶାଇ ଭାରତ ଏହାକୁ ସମାଲୋଚନା କରିଥିଲା। ଭାରତ ସମେତ ଯୁକ୍ତରାଷ୍ଟ୍ର ଆମେରିକା, ୟୁଏଇ, ବ୍ରିଟେନ ଏବଂ କାନାଡା ଦ୍ୱାରା ହାମାସ ଆତଙ୍କବାଦୀ ସଙ୍ଗଠନ ଘୋଷିତ ହୋଇସାରିଛି। ମାତ୍ର ସୁରକ୍ଷା ପରିଷଦ ହାମାସ ଗୋଷ୍ଠୀକୁ ଆତଙ୍କବାଦୀ ସଙ୍ଗଠନ ଭାବେ ଘୋଷଣା କରାଯାଇଛି। ଏହି ପ୍ରତିବନ୍ଧକ ସହିତ ଇସ୍ରାଏଲ ଭାରତର ଚିନ୍ତାଧାରାକୁ ସମାଧାନ କରିବାକୁ ଆଶା ରଖିଛି। ଯାହା ପାକିସ୍ତାନ ଦ୍ୱାରା ଚାଲିଥିବା ସୀମା ଆତଙ୍କବାଦ ପ୍ରତି ଯଥେଷ୍ଟ ଧ୍ୟାନ ନ ଦେଇ ଇରାନ ପ୍ରାୟୋଜିତ ଆତଙ୍କବାଦ ଉପରେ ଅଧିକ ଧ୍ୟାନ ଦେଉଛି। ଆପଣଙ୍କୁ କହିରଖୁଛୁ ଯେ ଇସ୍ରାଏଲ ଇରାନ ଭଳି ଦେଶକୁ ବିଶ୍ୱ ଆତଙ୍କବାଦର ମୂଳ ଉତ୍ସ ଭାବରେ ଦେଖିଥାଏ। କେବଳ ପାକିସ୍ତାନ ପାଇଁ ଭାରତ ଏପରି ଆଭିମୁଖ୍ୟ ଗ୍ରହଣ କରିଛି।

ଆହୁରି କ'ଣ କହିଲା ଇସ୍ରାଏଲ?
ଇସ୍ରାଏଲ କେବଳ ସେହି ଗୋଷ୍ଠୀକୁ ଆତଙ୍କବାଦୀ ସଙ୍ଗଠନ ଭାବେ ତାଲିକାଭୁକ୍ତ କରିଥାଏ। ଯେଉଁମାନେ ସକ୍ରିୟ ଭାବେ ଏହାର ସୀମା ଭିତରେ କିମ୍ବା ନିକଟରେ ଆତଙ୍କବାଦୀ କାର୍ଯ୍ୟକଳାପ କରିଥାନ୍ତି। ଭାରତ ମଧ୍ୟ ସମାନ ଏବଂ ଜାତିସଂଘ ସୁରକ୍ଷା ପରିଷଦ କିମ୍ବା ଆମେରିକା ବିଦେଶ ଦ୍ୱାରା ବୈଶ୍ୱିକ ସ୍ତରରେ ସ୍ୱୀକୃତିପ୍ରାପ୍ତ ହୋଇଥାଏ। ଇସ୍ରାଏଲ ପ୍ରତିରକ୍ଷା ଏବଂ ବୈଦେଶିକ ମନ୍ତ୍ରଣାଳୟ ମିଳିତ ଭାବେ ବିଗତ କିଛି ମାସ ମଧ୍ୟରେ ଲସ୍କର-ଏ-ତୋଏବା ଗୋଷ୍ଠୀକୁ ଏକ ଶୀଘ୍ର ଏବଂ ଅସାଧାରଣ ଢଙ୍ଗରେ ଆତଙ୍କବାଦୀ ସଙ୍ଗଠନ ତାଲିକାଭୁକ୍ତ କରିବା ଦିଗରେ କାର୍ଯ୍ୟ କରିଛି। ଯାହା ଦ୍ୱାରା ଆତଙ୍କବାଦ ମୁକାବିଲା ପାଇଁ ଏକୀକୃତ ବିଶ୍ୱସ୍ତରର ଆଭିମୁଖ୍ୟର ଗୁରୁତ୍ୱକୁ ସୂଚିତ କରାଯାଇ ପାରିବ। ଆପଣଙ୍କୁ କହିରଖୁଛୁ ଯେ ଗତ ୨୦୦୮ ନଭେମ୍ବର ୨୬ ତାରିଖରେ ପାକିସ୍ତାନରୁ ସମୁଦ୍ର ଦେଇ ଆସିଥିବା ୧୦ ଜଣ ଲଶ୍କର-ଏ-ତୋଏବା  ଆତଙ୍କବାଦୀ ମୁମ୍ବାଇ ମହାନଗରୀର ଅନେକ ସ୍ଥାନରେ ଆକ୍ରମଣ କରିଥିଲେ। ଯେଉଁ ଆକ୍ରମଣରେ ୧୮ ଜଣ ସୁରକ୍ଷା କର୍ମୀଙ୍କ ସମେତ ମୋଟ ୧୬୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣରେ ନରିମାନ ହାଉସ ଠାରେ ୬ ଜଣ ଇହୁଦୀଙ୍କୁ ହତ୍ୟା କରାଯାଇଥିଲା। 

Read More
{}{}