Hindi News >>Home >>Odisha Trending

Israel Air Strike: ଲେବାନନ ପକ୍ଷରୁ କରାଯାଇଥିବା ରକେଟ୍ ମାଡ଼ର ଜବାବ ଦେଲା ଇସ୍ରାଏଲ, ବିମାନ ଆକ୍ରମଣରେ କମ୍ପିଉଠିଲା ଗାଜା ଷ୍ଟ୍ରିପ

Rocket Attack On Israel:  ଗାଜା ଷ୍ଟ୍ରିପ ଉପରେ ବିମାନ ଆକ୍ରମଣ କରି ଲେବାନନ ପକ୍ଷରୁ କରାଯାଇଥିବା ରକେଡ ମାଡ଼ର ଜବାବ ଦେଇଛି ଇସ୍ରାଏଲ। 

Advertisement
Israel Air Strike: ଲେବାନନ ପକ୍ଷରୁ କରାଯାଇଥିବା ରକେଟ୍ ମାଡ଼ର ଜବାବ ଦେଲା ଇସ୍ରାଏଲ,  ବିମାନ ଆକ୍ରମଣରେ କମ୍ପିଉଠିଲା ଗାଜା ଷ୍ଟ୍ରିପ
Stop
Zee Odisha Desk|Updated: Apr 08, 2023, 12:00 AM IST

Israel Lebanon Gaza Strip: ଲେବାନନ ପକ୍ଷରୁ କରାଯାଇଥିବା ରକେଡ ମାଡ଼ର ଜବାବ ବିମାନ ଆକ୍ରମଣରେ ଦେଇଛି ଇସ୍ରାଏଲ। ରକେଡ ମାଡ଼ର ପ୍ରତିଶୋଧ ନେବାକୁ ଯାଇ ଇସ୍ରାଏଲ୍ ଗାଜା ଷ୍ଟ୍ରିପ ଉପରେ ବିମାନ ଆକ୍ରମଣ କରିଛି। ଏନେଇ ଇସ୍ରାଏଲ୍ ସେନା ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ରକେଡ ମାଡ଼ର ଜବାବରେ ଗାଜା ଷ୍ଟ୍ରିପ ଉପରେ ବିମାନ ଆକ୍ରମଣ କରାଯାଇଛି। ନ୍ୟୁଜ୍ ଏଜେନ୍ସି ଏଏଫପି ରିପୋର୍ଟ ଅନୁଯାୟୀ ଗତକାଲି ରାତି ସମୟରେ ଗାଜା ଷ୍ଟ୍ରିପ୍ ଅଞ୍ଚଳରେ ତିନୋଟି ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା।

ଏକ ପାଲେଷ୍ଟାଇନ ସୁରକ୍ଷା ସୂତ୍ରରୁ (Palestine Security Source) ପ୍ରକାଶ ଯେ ଏହି ଆକ୍ରମଣରେ ଅନେକ ହମାସ ଟ୍ରେନିଂ ସାଇଟ (Hamas Training Site) ଟାର୍ଗେଟ ରହିଥିଲା। ନ୍ୟୁଜ୍ ଏଜେନ୍ସି ଏଏଫପି ରିପୋର୍ଟ ଅନୁଯାୟୀ ପ୍ରଥମ ଆକ୍ରମଣର ଅଧ ଘଣ୍ଟା ପରେ ଅଧିକ ଆକ୍ରମଣ କରାଯାଇଥିଲା। ଏହା ସହିତ ବିମାନର ଗର୍ଜନ ଶୁଣିବାକୁ ମିଳିଥିଲା। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ (Israel Prime Minister Benjamin Netanyahu) ଶପଥ ନେଇଥିଲେ ଯେ ଲେବାନନ (Lebanon) ପକ୍ଷରୁ ରକେଟ୍ ମାଡ଼  କରାଯିବା ପରେ ଇସ୍ରାଏଲ ଶତ୍ରୁଙ୍କୁ ଏହାର ପରିଣାମ ଭୋଗିବାକୁ ହେବ। ଏକ ଇହୂଦୀ ଛୁଟି (Jewish Holiday) ଅବସରରେ ଇସ୍ରାଏଲ ଉପରେ ୩୪ ରକେଟ ମାଡ଼ (Rocket Attack On Israel) କରାଯାଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୦୬ ମସିହାରେ ଇସ୍ରାଏଲ-ହିଜବୁଲ୍ଲା ମଧ୍ୟରେ ହୋଇଥିବା ଯୁଦ୍ଧ (2006 Israel Hezbollah War) ପରେ, ପ୍ରଥମ ଥର ପାଇଁ ଏତେ ମାତ୍ରାରେ ରକେଟ ମାଡ଼ କରାଯାଇଛି। 

Also Read: ଇସ୍ରାଏଲ ତୋପମାଡ଼ରେ କମ୍ପି ଉଠିଲା ଲେବାନନ

ଏହି ରକେଟ୍ ଆକ୍ରମଣ ପାଇଁ ଇସ୍ରାଏଲ୍ ସେନା (Israel Defense Forces) ପାଲେଷ୍ଟାଇନ ଗୋଷ୍ଠୀକୁ ଦାୟୀ କରିଛି। ଏନେଇ ଏକ ବିବୃତ୍ତିରେ ସେନା ପକ୍ଷରୁ କୁହାଯାଇଛି ଯେ ଲେବାନନ୍ ଅଞ୍ଚଳରୁ ଇସ୍ରାଏଲ ଆଡ଼କୁ ୩୪ ରକେଟ୍ ମାଡ଼ କରାଯାଇଥିଲା। ଇସ୍ରାଏଲ ସେନା କହିବା ଅନୁସାରେ ଏହି ରକେଟ ମଧ୍ୟରୁ ୨୫ ରକେଟ ଭୂମି ଆଡକୁ ଆସିବା ଆଗରୁ ଏହାକୁ ଆକାଶ ମାର୍ଗରେ ବିଫଳ କରି ଦିଆଯାଇଥିଲା। ସେହିପରି ପାଞ୍ଚଟି ରକେଟ୍ ଭୂମିରେ ଅବତରଣ କରିବାରେ ସଫଳ ହୋଇଥିଲା। ହେଲେ ଏହି ରକେଟ ଆକ୍ରମଣ ପାଇଁ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିନାହାଁନ୍ତି।

ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଇସ୍ରାଏଲ୍ ସେନା ମୁଖପାତ୍ର ଲେଫ୍ଟ କର୍ଣ୍ଣର ରିଚାର୍ଡ ହେଚ୍ କହିଛନ୍ତି ଯେ ଆମେ ଜଣାଅଛି ଏହି ଆକ୍ରମଣ ପାଲେଷ୍ଟାଇନ (Palestine) ପକ୍ଷରୁ ହୋଇଛି। ଏହି ଆକ୍ରମଣ ହମାସ୍ (Hamas Terror Group) କିମ୍ବା ଇସଲାମିକ୍ ଜୀହାଦ୍ (Islamic Jihad) ପକ୍ଷରୁ କରାଯାଇ ଥାଇପାରେ। ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ କହିପାରିବୁ ନାହୁଁ ଯେ ଏହି ଆକ୍ରମଣ କିଏ କରିଛି? ହେଲେ ଏହା ସ୍ପଷ୍ଟ ଯେ ଏହି ଆକ୍ରମଣ ହିଜ୍ଜିବୁଲ୍ଲା (Hezbollah) ପକ୍ଷରୁ କରାଯାଇନାହିଁ। 

Also Read: Rocket Attack: Israel ସେନାର ତୋପ ମାଡରେ ଥରହର Lebanon

ଇସ୍ରାଏଲ୍ ସେନା ମୁଖପାତ୍ର କହିଛନ୍ତି ଯେ, ଆମେ ବିଶ୍ୱାସ କରୁଛୁ ଯେ ହିଜବୁଲ ଏହି ଆକ୍ରମଣ ସମ୍ପର୍କରେ ଜାଣିଥିଲେ। ଅନ୍ୟପଟେ ଲେବାଲନର ମଧ୍ୟ କିଛି ଦାୟିତ୍ୱ ରହିଛି। ଆକ୍ରମଣରେ ଇରାନ ସମ୍ପୃକ୍ତ ରହିଛି ନା ନାହିଁ ଆମେ ମଧ୍ୟ ଅନୁସନ୍ଧାନ କରୁଛୁ। ରକେଟ୍ ଆକ୍ରମଣ ପରେ ଲେବାନନ୍ ପ୍ରଧାନମନ୍ତ୍ରୀ ନଜୀବ ମିକତି (Lebanese Prime Minister Najib Mikati) କହିଛନ୍ତି ଯେ ଆକ୍ରମଣରେ ତାଙ୍କର କୌଣସି ଭୂମିକା ନାହିଁ। ଏହା ସହିତ ଲେବାନନ୍ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପରିସ୍ଥିତିକୁ ଅସ୍ଥିର କରିବା ପାଇଁ କୌଣସି ପ୍ରକାର ସାମରିକ ଅଭିଯାନ ଚଳାଇବା ପାଇଁ ସେ ନିଜ ଅଞ୍ଚଳକୁ ବ୍ୟବହାର କରିବାର ଅଧିକାର ଅନ୍ୟ କାହାକୁ ଦେଇନାହାଁନ୍ତି।

 

 

Read More
{}{}