Hindi News >>Home >>Odisha Trending

President Droupadi Murmu: ବିଜେଡ଼ି ଭୋଟ ବିନା ମୁର୍ମୁ ରାଷ୍ଟ୍ରପତି ହୋଇ ପାରିଥାନ୍ତେ, ଜାଣନ୍ତୁ କାହିଁକି...

ନିକଟରେ ଶେଷ ହୋଇଛି ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଛି। ନିର୍ବାଚନରେ ବିପୁଳ ପରିମାଣରେ ୟୁପିଏର ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନଙ୍କୁ ହରାଇ ଦ୍ରୌପଦୀ ମୁର୍ମୁ ଦେଶର ପଞ୍ଚଦଶ ରାଷ୍ଟ୍ରପତି ହୋଇଛନ୍ତି। ଆସନ୍ତା ୨୫ ତାରିଖରେ ଶପଥ ନେବେ ଦ୍ରୌପଦୀ। ତେବେ ଦ୍ରୌପଦୀଙ୍କ ବିଜୟରେ ବିଜେଡ଼ି ନିଜର ସମର୍ଥନକୁ ଅଗ୍ରାଧୀକାର ଦେଇ ଆସୁଛି। କିନ୍ତୁ ଯଦି ନିର୍ବାଚନର ଗଣିତ ଉପରେ ଯଦି ନଜର ପକାଇବା, ତେବେ ବିଜେଡ଼ିର ଭୋଟ ଦ୍ରୌପଦୀଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ରଖୁଥିଲେ ନଜର ପକାନ୍ତୁ ଏହି ଗଣିତ ଉପରେ...

Advertisement
President Droupadi Murmu: ବିଜେଡ଼ି ଭୋଟ ବିନା ମୁର୍ମୁ ରାଷ୍ଟ୍ରପତି ହୋଇ ପାରିଥାନ୍ତେ, ଜାଣନ୍ତୁ କାହିଁକି...
Stop
Zee Odisha Desk|Updated: Jul 22, 2022, 09:15 PM IST

President Droupadi Murmu:  ନୂଆଦିଲ୍ଲୀ: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଜିତାଇବାରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।  ଦେଶର ସର୍ବୋଚ୍ଚ ଆସନରେ ଦ୍ରୌପଦୀ ବସିବା ପରେ ଏପରି ଅନେକ କଥା ଶୁଣିବାକୁ ମିଳୁଛି। ତେବେ କଣ ସତରେ ବିଜେଡିର ସହଯୋଗ ଏନଡିଏ ପାଇଁ ସେତିକି ଜରୁରୀ ଥିଲା?  ହଁ  ନିର୍ବାଚନରେ ସମସ୍ତଙ୍କ ସହଯୋଗ ନିହାତି ଆବଶ୍ୟକ। କିନ୍ତୁ ଏନଡିଏ ପାଖରେ  ସେତିକି ଭୋଟ ମୂଲ୍ୟ ରହିଥିଲା ଯାହାକି ଦ୍ରୌପଦୀ ମୁର୍ମୁଙ୍କୁ ଜିତିବାକୁ  ଯଥେଷ୍ଟ ହୋଇଥାନ୍ତା।
ତେବେ ଏହାକୁ ଭଲରେ ବୁଝିବା:
ଓଡ଼ିଶାର ମୋଟ ବିଧାୟକଙ୍କ ସଂଖ୍ୟା 147 ପ୍ରତି ବିଧାୟକଙ୍କ ଭୋଟ ମୂଲ୍ୟ 149
ବିଜେଡି  ବିଧାୟକଙ୍କ ସଂଖ୍ୟା 114
114*149=16,986 ଅର୍ଥାତ ବିଜେଡି  ବିଧାୟକଙ୍କ ମୂଲ୍ୟ  16,986
ସେହିପରି ଓଡ଼ିଶାରେ ମୋଟ ଲୋକସଭା ଏମପି ସଂଖ୍ୟା 21 ଏବଂ ରାଜ୍ୟସଭା ଏମପି ସଂଖ୍ୟା 10
ବିଜେଡି ଲୋକସଭା ଏମପି ସଂଖ୍ୟା 12 ଏବଂ ରାଜ୍ୟସଭା ଏମପି ସଂଖ୍ୟା 9
ପ୍ରତି ସାଂସଦଙ୍କ ଭୋଟ ମୂଲ୍ୟ 708
12*708=8,496  ଏବଂ 9*708=6,372
ବିଜେଡି ବିଧାୟକଙ୍କ ଭୋଟ ମୂଲ୍ୟ + ବିଜେଡି ଏମପିଙ୍କ ଭୋଟ ମୂଲ୍ୟ= ବିଜେଡିର ମୋଟ ମୂଲ୍ୟ
16,986+8,496+ 6,372= 31,854
ତେବେ  ଦ୍ରୌପଦୀ  3,78,0000  ଭୋଟ ପାଇଛନ୍ତି
3,78,0000-31,854=3,748,146
ତେବେ ଯଶୱନ୍ତ ସିହ୍ନାଙ୍କୁ 1,45,600  ଭୋଟ ମିଳିଛି
ଅର୍ଥାତ ବିଜେଡି  ଭୋଟ ମୂଲ୍ୟ କମିଥିଲେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ନିଶ୍ଚିତ ଥିଲା।

Read More
{}{}