Hindi News >>Home >>Odisha Trending

LICର ଏହି ସ୍କିମରେ ଥରୁଟିଏ କରନ୍ତୁ ନିବେଶ, ଟଙ୍କା ରଖିବା ପରେ ମିଳିବ ବଡ଼ ଲାଭ

LIC Saral Pension Yojana:  LICର ସରଳ ପେନ୍ସନ୍ ଯୋଜନାରେ ବିନିଯୋଗ କରିବା ପାଇଁ ଜଣେ ବ୍ୟକ୍ତିଙ୍କ ବୟସ ସର୍ବନିମ୍ନ ବୟସ ୪୦ ବର୍ଷ ହେବା ଉଚିତ୍ । ୮୦ ବର୍ଷ ବୟସ ପର୍ଯ୍ୟନ୍ତ ଆପଣ ଏହି ଯୋଜନାରେ ଟଙ୍କା ବିନିଯୋଗ କରିପାରିବେ । ଆପଣ ୧ ମାସ, ୩ମାସ, ୬ମାସ ଓ ବାର୍ଷିକ କିସ୍ତିରେ ଏହି ଯୋଜନାର ଲାଭ ଉଠାଇପାରିବେ ।

Advertisement
LICର ଏହି ସ୍କିମରେ ଥରୁଟିଏ କରନ୍ତୁ ନିବେଶ, ଟଙ୍କା ରଖିବା ପରେ ମିଳିବ ବଡ଼ ଲାଭ
Stop
Soubhagya Ranjan Mishra|Updated: Oct 24, 2023, 07:57 PM IST

LIC Saral Pension Yojana: ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (LIC) ଦେଶର ସର୍ବବୃହତ ତଥା ଭରଷାଯୋଗ୍ୟ ସରକାରୀ ଜୀବନ ବୀମା କମ୍ପାନୀ (Government Life Insurance Company) । ଜୀବନ ବୀମା ପାଇଁ ଏଲଆଇସିରେ ବିଭିନ୍ନ ପ୍ଲାନ୍ ଗୁଡିକ ରହିଛି । ଏପରି ଏକ ଯୋଜନା ଅଛି ଯାହା ଅବସର ପରେ ଜୀବନ ପାଇଁ ସର୍ବୋତ୍ତମ ଅଟେ । ଏଥିରେ ଆପଣଙ୍କୁ ମାତ୍ର ଥରେ ବିନିଯୋଗ (One time investment) କରିବାକୁ ପଡିବ ଏବଂ ତାପରେ ଆପଣ ସାରା ଜୀବନ ପାଇଁ ପେନ୍ସନ୍ (Pension for lifetime) ପାଇପାରିବେ । ଏହି ଯୋଜନାରେ, ଆପଣ ୪୦ ବର୍ଷ ବୟସ ପରେ ପେନ୍ସନ୍ ପାଇବ ହୋଇଯିବ । ଆମେ କହୁଛୁ LIC ସରଳ ପେନ୍ସନ୍ ଯୋଜନା ବିଷୟରେ । ଲୋକଙ୍କ ପାଇଁ ଏହା ଏକ ଭଲ ଯୋଜନା ।

ଏହି ଯୋଜନାରେ ଆପଣ ଦୁଇଟି ଉପାୟରେ ଲାଭ ପାଇପାରିବେ । ଯଦି ଆପଣ ନିଜ ପାଇଁ ଏହି ଯୋଜନା କରନ୍ତି ତେବେ ପଲିସିଧାରୀ ଜୀବନସାରା ପେନ୍ସନ୍ ପାଇବେ । ଯଦି କୌଣସି କାରଣରୁ ପଲିସିଧାରୀଙ୍କ ମୃତ୍ୟୁ ହୋଇଯାଏ ତେବେ ନୋମିନି ଥିବା ବ୍ୟକ୍ତିଙ୍କୁ ଟଙ୍କା ମିଳିବ। ପଲିସିଧାରୀଙ୍କ ମୃତ୍ୟୁ ପରେ ତାଙ୍କ ଜୀବନସାଥୀ ପେନସନ ସୁବିଧା ପାଇବେ । ଏହି ଯୋଜନା ପାଇଁ ସର୍ବନିମ୍ନ ବୟସ ୪୦ ବର୍ଷ ଏବଂ ସର୍ବାଧିକ ବୟସ ୮୦ ବର୍ଷ ଧାର୍ଯ୍ୟ କରାଯାଇଛି ।

ଆରମ୍ଭରୁ ପେନ୍ସନ୍
ଆପଣ ଏଲଆଇସିର ଏହି ଯୋଜନାରେ ପଲିସି ନେବା ମାତ୍ରେ ଆପଣ ଏଥିରେ ପେନ୍ସନ୍ ପାଇବା ଆରମ୍ଭ କରନ୍ତି । ଆପଣ ଏହି ଯୋଜନାକୁ ଏକା କିମ୍ବା ସ୍ୱାମୀ ଏବଂ ସ୍ତ୍ରୀ ଉଭୟେ ନେଇପାରିବେ । ପଲିସି ଆରମ୍ଭ କରିବା ପରେ ଆପଣ ନିର୍ଦ୍ଧାରିତ ସମୟ ଅନୁଯାୟୀ ଦେୟ ଦେଇପାରିବେ । ଏଥିରେ ଆପଣ ସର୍ବନିମ୍ନ ମାସିକ ୧ହଜାର ଟଙ୍କା ପେନ୍ସନ୍ ନେଇପାରିବେ । ଏହାର ଅର୍ଥ ଆପଣ ବର୍ଷକୁ ଅତି କମରେ ୧୨ ହଜାର ଟଙ୍କା ଆପଣଙ୍କୁ ପେନ୍ସନ୍ ମିଳିବ । ଏହି ଯୋଜନାରେ ସର୍ବାଧିକ ପେନସନ୍ ଉପରେ କୌଣସି ସୀମା ନାହିଁ । ଆପଣ ବିନିଯୋଗ କରୁଥିବା ଟଙ୍କାର ପରିମାଣ ଉପରେ ପେନ୍ସନ୍ ରାଶି ନିର୍ଭର କରିଥାଏ । ଆପଣ ୧ ମାସ, ୩ ମାସ, ୬ ମାସ, ୧ ବର୍ଷର ସ୍କିମ ହିସାବରେ ଟଙ୍କା ପୈଠ କରିପାରିବେ ।

ଆପଣ କେତେ ପେନ୍ସନ୍ ପାଇବେ?
ପ୍ରଥମତଃ ଆପଣଙ୍କର ବୟସ କେତେ ଏବଂ ଦ୍ୱିତୀୟରେ ଆପଣ ପଲିସି ପାଇଁ ବାର୍ଷିକ କେତେ ଟଙ୍କା ପୈଠ କରୁଛନ୍ତି ତାହା ଉପରେ ଆପଣଙ୍କ ପେନ୍ସନ ନିର୍ଭର କରିଥାଏ । ଉଦାହରଣ ସ୍ୱରୂପ ଯଦି ଆପଣଙ୍କର ବୟସ ୪୨ ବର୍ଷ ଏବଂ ଆପଣ ବାର୍ଷିକ ୩୦ ଲକ୍ଷ ଟଙ୍କା ପୈଠ କରିଛନ୍ତି ତେବେ ଆପଣଙ୍କୁ ପ୍ରତି ମାସରେ  ୧୨୩୮୮ ଟଙ୍କା ପେନ୍ସନ୍ ମିଳିବ । ସେହିପରି ବୟସ ବଢିବା ସହିତ ସମାନ ବିନିଯୋଗରେ ପେନସନ୍ ରାଶି କମିଯାଇଥାଏ । ଏଥି ସହିତ ଆଉ ଏକ ସୁବିଧା ମଧ୍ୟ ପଲିସିଧାରୀଙ୍କୁ ଦିଆଯାଉଛି ତାହା ହେଉଛି ଆପଣ ଜମା ହୋଇଥିବା ଟଙ୍କାର ପରିମାଣ ଉପରେ ଆବଶ୍ୟକ ସ୍ଥଳେ ଋଣ ନେଇପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କୁ କିଛି ମାସ ଅପେକ୍ଷା କରିବାକୁ ପଡିପାରେ । ଅନ୍ଲାଇନରେ ଏହି ଯୋଜନାରେ ପଲିସି ଆପଣାଇବାକୁ ଚାହୁଁଥିଲେ ଆପଣ LICର ଅଫିସିଆଲ ୱେବସାଇଟ୍ www.licindia.in ପରିଦର୍ଶନ କରିପାରିବେ । ଏଥିସହ ଅନ୍ୟାନ୍ୟ ତଥ୍ୟ ମଧ୍ୟ ଜାଣିପାରିବେ ।

Also Read- ବିମାନରେ NSA ଅଜିତ ଡୋଭାଲଙ୍କୁ ଭେଟିଲେ କଙ୍ଗନା, ଫଟୋ ସେୟାର କରି କହିଲେ...

Also Read- Rawan village: ଏଠାରେ ଅଗ୍ରପୂଜ୍ୟ ଗଣେଶଙ୍କ ପୂର୍ବରୁ ହୁଏ ରାବଣ ପୂଜା, ଦଶହରାରେ ଶୋକ ପାଳନ

Read More
{}{}