Hindi News >>Home >>Odisha Trending

Instagram New Feature: ବର୍ତ୍ତମାନ ପିତାମାତା ପିଲାଙ୍କ ଉପରେ ରଖିପାରିବେ ନଜର, ଜାଣନ୍ତୁ କେମିତି?

Instagram new feature: ଇନଷ୍ଟାଗ୍ରାମର ନୂତନ ଫିଚର ସାହାଯ୍ୟରେ ପିଲାମାନେ କେତେ ସମୟ ଇନଷ୍ଟାଗ୍ରାମରେ ଅତିବାହିତ କରୁଛନ୍ତି ତାହା ବାପା ମା’ମାନେ ଜାଣିପାରିବେ। ଏହା ସହିତ ଯଦି ଆପଣଙ୍କର ପିଲା କୌଣସି ସମସ୍ୟାରେ ପଡୁଛି, ତେବେ ତୁରନ୍ତ ଆପଣ ନୋଟିଫିକେସନ ମଧ୍ୟମରେ ସୂଚନା ପାଇପାରିବେ। 

Advertisement
ସୌ: ସୋସିଆଲ ମିଡିଆ
Stop
Sitansu Sekhar Sutar|Updated: Sep 18, 2022, 08:48 PM IST

Instagram new feature: ଇନଷ୍ଟାଗ୍ରାମର ନୂତନ ଫିଚର ସାହାଯ୍ୟରେ ପିଲାମାନେ କେତେ ସମୟ ଇନଷ୍ଟାଗ୍ରାମରେ ଅତିବାହିତ କରୁଛନ୍ତି ତାହା ବାପା ମା’ମାନେ ଜାଣିପାରିବେ। ଏହା ସହିତ ଯଦି ଆପଣଙ୍କର ପିଲା କୌଣସି ସମସ୍ୟାରେ ପଡୁଛି, ତେବେ ତୁରନ୍ତ ଆପଣ ନୋଟିଫିକେସନ ମଧ୍ୟମରେ ସୂଚନା ପାଇପାରିବେ। 

ଫଟୋ ଓ ଭିଡିଓ ସେୟାରିଂ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଏହାର ନୂଆ ଗୋପନୀୟତା (ପ୍ରଇଭେସି) ନିୟମରେ ପ୍ୟାରେଣ୍ଟାଲ ସୁପରଭିଜନ ଟୁଲ୍ (Parental supervision tools) ଏବଂ ଫ୍ୟାମିଲି କଣ୍ଟ୍ରୋଲ ଫିଚର୍ ଜାରି କରିଦେଇଛି। ଏହି ଫିଚର୍ ଅଧୀନରେ, ୧୬ ବର୍ଷରୁ କମ୍ ବୟସର ପିଲାମାନେ ଆଉ ସମ୍ବେଦନଶୀଳ ବିଷୟବସ୍ତୁ (sensitive content) ଦେଖିପାରିବେ ନାହିଁ । ଏଥିସହ ବାପା ମା’ଙ୍କ ପାଇଁ ଶିଶୁର କାର୍ଯ୍ୟକଳାପ ଉପରେ ନଜର ରଖିବା ସହଜ ହେବ। ଚଳିତ ବର୍ଷ ମାର୍ଚ୍ଚ ମାସରେ ଇନଷ୍ଟାଗ୍ରାମ ଏହି ଫିଚର ବିଷୟରେ ଘୋଷଣା କରିଥିଲା। ବର୍ତ୍ତମାନ ଏହି ଫିଚର ଆପଣ ବ୍ୟବହାର କରିପାରିବେ।

ଏହି ଫିଚର ସାହାଯ୍ୟରେ ବାପା ମା’ ସେମାନଙ୍କର ଛୋଟ ପିଲାମାନଙ୍କର କାର୍ଯ୍ୟକଳାପ ଉପରେ ନଜର ରଖିପାରିବେ। ପିଲାମାନଙ୍କର ଇନଷ୍ଟାଗ୍ରାମ ସ୍କ୍ରିନ ସମୟ (Screen Time) ଦେଖିବାକୁ ମିଳେ । ଏହା ସହିତ, ଯଦି ଆପଣଙ୍କର ପିଲା କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ଆପଣ ତୁରନ୍ତ ଏହାର ନୋଟିଫିକେସନ ମିଳିଯିବ।

କେମିତି କାମ କରିବ ଏହି ଫିଚର?

ଇନଷ୍ଟାଗ୍ରାମ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଫିଚର ଇନଷ୍ଟାଗ୍ରାମକୁ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ। ଇନଷ୍ଟାଗ୍ରାମର ଏହି ନୂଆ ଫିଚର୍ ଅଧୀନରେ, ସେନସିଟିଭ୍ କଣ୍ଟେଟ୍ କିମ୍ବା ଏଭଳି କି ଓ୍ବାର୍ଡ, ସର୍ଚ୍ଚ ରିଜଲ୍ଟ,ହାସ ଟ୍ୟାଗ୍, ରିଲ୍ସ, ନ୍ୟୁଜ୍ ଫିଡ୍ସଗୁନିକୁ ପିଲାମାନେ ଦେଖିପାରିବେ ନାହିଁ। ଇନଷ୍ଟାଗ୍ରାମର ସେଟିଙ୍ଗରେ ଥିବା ସୁପରଭିଜନ ଅପସନରେ ଆପଣ ଏହି ସୁବିଧା ସବୁ ପାଇପାରିବେ।

ଅସୁବିଧାରେ ପଡ଼ିଲେ ସତର୍କ କରାଇବ

ଏହି ନୂଆ ଫିଚର୍ ବିଷୟରେ ଏମିତି ମଧ୍ୟ କୁହାଯାଉଛି ଯେ, ଯଦି ପିଲାମାନେ ଇନଷ୍ଟାଗ୍ରାମରେ କୌଣସି ଆକାଉଣ୍ଟକୁ ବ୍ଲକ୍ କରନ୍ତି, ତେବେ ଏହାର ସୂଚନା ମଧ୍ୟ ପିତାମାତାଙ୍କ ନିକଟରେ ପହଞ୍ଚିବ। ଅନେକ ସମୟରେ ପିଲାମାନେ କୌଣସି ସମସ୍ୟାରେ ପଡ଼ିଲେ ନିଜେ ଠିକ୍ କରିବା ପାଇଁ ଚେଷ୍ଟା କରନ୍ତି। ବେଳେ ବେଳେ ସମସ୍ୟାରେ ମଧ୍ୟ ପଡ଼ିଥାଆନ୍ତି। ଏଭଳି କ୍ଷେତ୍ରରେ ପିତାମାତା ଏହି ସମସ୍ୟା ବିଷୟରେ ଅବଗତ ହୋଇପାରିବେ। ପିଲାଙ୍କ ଉପରେ ନଜର ରଖି ଆସନ୍ନ ବିପଦକୁ ଏଡ଼ାଇ ପାରିବେ। 

ଫ୍ୟାମିଲି ସେଣ୍ଟର

ପ୍ୟାରେଣ୍ଟାଲ ସୁପରଭିଜନ ଟୁଲ୍ ସହିତ, ପିତାମାତାମାନେ ଫ୍ୟାମିଲି ସେଣ୍ଟର ସୁବିଧା ମଧ୍ୟ ପାଇପାରିବେ। ବୁଝିବାରେ କୌଣସି ଅସୁବିଧା ହେଲେ ଫ୍ୟାମିଲି ସେଣ୍ଟର ଜରିଆରେ ପିତାମାତା ବିଶେଷଜ୍ଞଙ୍କ ସାହାୟତା ନେଇପାରିବେ। ଇନଷ୍ଟାଗ୍ରାମ ପକ୍ଷରୁ ଜାରି କରାଯାଇଥିବା ବିଶେଷଜ୍ଞମାନେ ପିତାମାତାଙ୍କୁ ମାର୍ଗଦର୍ଶନ କରିବେ। ଭିଡିଓ କିମ୍ବା ଲେଖା ମାଧ୍ୟମରେ ବ୍ୟବହାର, ପରିଚାଳନା ଏବଂ ସଠିକ ଶୈଳୀ ବାବଦରେ ସୂଚନା ଦେବେ।

ଏହା ବି ପଢ଼ନ୍ତୁ: କୋହଲି ଓ ହାର୍ଦ୍ଦିକଙ୍କ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଲଗାଇଲା ନିଆଁ! ଦେଖନ୍ତୁ Video

ଏହା ବି ପଢ଼ନ୍ତୁ: ଟି-୨୦ ବିଶ୍ୱକପରେ ଓପନିଂ କରିବେ କି କୋହଲି? କ୍ୟାପଟେନ ରୋହିତ ଦେଲେ ଏହି ଜବାବ

Read More
{}{}