Hindi News >>Home >>Odisha Trending

Shocking News: ଯାତ୍ରୀ ପିନ୍ଧିନଥିଲେ ସିଟ୍ ବେଲ୍ଟ କ୍ରୋଧିତ ବିମାନ ଚାଳକ କଲେ ଏପରି କାମ

Plane Emergency Landing: ଇଣ୍ଡୋନେସିଆ ବାଲି ଠାରୁ ସିଙ୍ଗାପୁର ପର୍ଯ୍ୟନ୍ତ ଉଡାଣ ଭରିଥିବା ସ୍କୁଟ ବିମାନ ଟିଆର ୨୮୫ ଏହାର ଗନ୍ତବ୍ୟ ସ୍ଥଳ ନିକଟରେ ପହଞ୍ଚିଲା ସେତେବେଳେ ଯାତ୍ରୀଙ୍କୁ ଅବତରଣ ପାଇଁ ପ୍ରସ୍ତୁତି ପାଇଁ ସେମାନଙ୍କ ସିଟ୍ ବେଲ୍ଟ ବାନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ତଥାପି ବିମାନରେ ଏପରି କିଛି ଯାତ୍ରୀ ଥିଲେ ଯେଉଁମାନେ ସିଟ ବେଲ୍ଟ ବାନ୍ଧିବା ପାଇଁ ଦିଆଯାଇଥିବା ନିର୍ଦ୍ଦେଶ ମାନିବାକୁ ମନା କରିଦେଇଥିଲେ।

Advertisement
 Shocking News: ଯାତ୍ରୀ ପିନ୍ଧିନଥିଲେ ସିଟ୍ ବେଲ୍ଟ  କ୍ରୋଧିତ ବିମାନ ଚାଳକ କଲେ ଏପରି କାମ
Stop
Subhramjit Ray|Updated: Nov 18, 2022, 07:50 PM IST

Emergency Landing of Plane: ଯଦି ଯାତ୍ରା କରିବା ବେଳେ ଯାତ୍ରୀ ସେମାନଙ୍କ ଗନ୍ତବ୍ୟସ୍ଥଳରେ ଓହ୍ଲାଇ ନଥାନ୍ତି କିମ୍ବା ଅବତରଣ କରିନଥାନ୍ତି ତାହେଲେ ଏହା ସେମାନଙ୍କ ପାଇଁ ବେଶ ଯନ୍ତ୍ରଣାଦାୟକ ହୋଇଥାଏ। ଯଦି ଏକ ବିମାନ ଏହାର ଗନ୍ତବ୍ୟ ସ୍ଥଳରେ ଅବତରଣ କରେ ନାହିଁ, ତାହେଲେ ଏହା ଯାତ୍ରା ସମୟରେ ଯାତ୍ରୀଙ୍କ ପାଇଁ ଏହା ସବୁଠାରୁ ଚାପଗ୍ରସ୍ତ ବିଷୟ। ଉଡ଼ାଣ ପ୍ରକ୍ରିୟା ପୂର୍ବରୁ କିଛି ଲୋକଙ୍କ ପାଇଁ ଏହା ବେଶ ଚାପ ଯାହା ବେଶ ସୃଷ୍ଟି କରିଥାଏ, ଯେଉଁମାନେ ଦୀର୍ଘ ସମୟ ଧରି ବାୟୁରେ ନିଜକୁ ସହଜ ମଣିନଥାନ୍ତି। ହେଲେ ଯଦି ଯାତ୍ରା ସମୟରେ ବିଶୃଙ୍ଖଳା ପାଇଁ ଯାତ୍ରୀ ଦାୟୀ ରହିବେ ତାହେଲେ କ'ଣ ହେବ? ସଦ୍ୟ ଏପରି ସମାନ ଘଟଣା ଘଟିଛି। ଏକ ଯାତ୍ରୀବାହୀ ବିମାନ ଉଡ଼ାଉଥିବା ଜଣେ ଚାଳକଙ୍କୁ ବାଧ୍ୟ ବାଧକତାରେ ବିମାନ ଉଡ଼ାଣ ରଦ୍ଦ କରି କରିବାକୁ ପଡ଼ିଛି। ଏହାର କାରଣ ହେଉଛି କିଛି ବିମାନ ଯାତ୍ରୀ ସିଟବେଲ୍ଟ ପିନ୍ଧିବାକୁ ମନା କରି ଦେଇଥିଲେ।

ଯେତେବେଳେ ଇଣ୍ଡୋନେସିଆ ବାଲି (Indonesia Bali) ଠାରୁ ସିଙ୍ଗାପୁର (Singapore) ପର୍ଯ୍ୟନ୍ତ ଉଡାଣ ଭରିଥିବା ସ୍କୁଟ ବିମାନ ଟିଆର ୨୮୫ (Scoot Flight TR285) ଏହାର ଗନ୍ତବ୍ୟ ସ୍ଥଳ ନିକଟରେ ପହଞ୍ଚିଲା ସେତେବେଳେ ଯାତ୍ରୀଙ୍କୁ ଅବତରଣ ପାଇଁ ପ୍ରସ୍ତୁତି ପାଇଁ ସେମାନଙ୍କ ସିଟ୍ ବେଲ୍ଟ (Seat Belt) ବାନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ତଥାପି ବିମାନରେ ଏପରି କିଛି ଯାତ୍ରୀ ଥିଲେ ଯେଉଁମାନେ ସିଟ ବେଲ୍ଟ ବାନ୍ଧିବା ପାଇଁ ଦିଆଯାଇଥିବା ନିର୍ଦ୍ଦେଶ ମାନିବାକୁ ମନା କରିଦେଇଥିଲେ।

Also Read: Plane Accident: ରନ୍ ୱେ ପାର ହେବା ପରେ ଘାସରେ ଫସିଗଲା ବିମାନ, ଯାତ୍ରୀଙ୍କ ସହ ଘଟିଲା ଏପରି ଘଟଣା

ଅବତରଣ ପ୍ରକ୍ରିୟା ଅନୁସରଣ କରିବାକୁ କିଛି ଯାତ୍ରୀ ମନା କରିବା ପରେ, ବିମାନ ଚାଳକ ଯାତ୍ରୀଙ୍କ ଉଦ୍ଦେଶ୍ୟରେ ଘୋଷଣା କରିଥିଲେ ଯେ ବିମାନ ଅବତରଣ କରାଯିବ ନାହିଁ। ଚାଳକ ଯାତ୍ରୀଙ୍କୁ କହିଥିଲେ ଯେ ସେ ଚାଙ୍ଗି ବିମାନବନ୍ଦର ମାର୍ଗ (Changi Airport Route) ବନ୍ଦ କରିବାକୁ ଯାଉଛନ୍ତି। ପୁନର୍ବାର ଅବତରଣ କରିବାକୁ ଚେଷ୍ଟା କରିବା ପାଇଁ ଆକାଶରେ ଚକ୍କର ଲଗାଉଛନ୍ତି। 

Also Read: Viral Video: ଉଡ଼ାଣ ଭରିବା ମାତ୍ରେ ଭାଙ୍ଗିଗଲା ଚକା, କିପରି ଅବତରଣ କଲା ବିମାନ?

ବିମାନ ଯାତ୍ରୀଙ୍କୁ ଚେତାବନୀ ଦିଆଯାଇଥିଲା ଯେ ଯଦି ସେମାନେ ଅବତରଣ କରିବା ସମୟରେ ପୁନର୍ବାର ନିଜ ସିଟ୍ ବେଲ୍ଟ ନ ବାନ୍ଧନ୍ତି, ତାହେଲେ ଏହି ଘଟଣା ଚାଙ୍ଗି ବିମାନ ବନ୍ଦର ସହାୟକ ପୋଲିସ ବାହିନୀକୁ ଖବର ଦିଆଯିବ। ବିମାନ ଚାଳକ ମନେ ପକାଇ କହିଥିଲେ 'ଇଣ୍ଟରକମ୍ ସ୍ପିକର ମାଧ୍ୟମରେ ଯାତ୍ରୀଙ୍କ ପାଇଁ ସୂଚନା, ଯଦି କ୍ୟାବିନ ସୁରକ୍ଷିତ ନ ଥାଏ ତେବେ ଆମେ ଆଇନଗତ ଭାବେ ବିମାନ ଅବତରଣ କରିବାକୁ ଅସମର୍ଥ। ଯେତେବେଳେ ଶେଷରେ ବିମାନ ବିମାନ ବନ୍ଦରରେ ଅବତରଣ କରିଥିଲା, ସେତେବେଳେ ଯାତ୍ରୀଙ୍କ ଲାଗି ଅନ୍ୟ ଏକ ଘୋଷଣା କରାଯାଇଥିଲା। ଏନେଇ କୁହାଯାଇଥିଲା ଉପରୋକ୍ତ ଘଟଣା ବାବଦେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ସେମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିମାନ ବନ୍ଦରକୁ ଆସିବେ।

 

 

Read More
{}{}